September 30, 2026
Home »  ସର୍ପାଘାତରେ ଯୁବକ ମୃତ

 ସର୍ପାଘାତରେ ଯୁବକ ମୃତ

0
WhatsApp Image 2026-09-30 at 3.58.53 PM

ବାତିଲ ହେଲା ଗାନ୍ଧୀପଡା ଅନନ୍ତ ବ୍ରତ କାର୍ଯ୍ୟକ୍ରମ

ବରଗଡ/ବିଜେପୁର : ବର ଜିଲ୍ଲା ବିଜେପୁର ସହରର ଗାନ୍ଧୀ ପଡାରେ ରହୁଥିବା ଜଣେ ଯୁବକଙ୍କ ରବିବାର ସର୍ପାଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ହେଲେ ରାଜା ଛତର (୨୨) । ପ୍ରାପ୍ତ ସୂଚନାନୁସାରେ ଗାଇସିଲେଟ ବ୍ଲକ କୁଣ୍ଡାଖାଇ ନିକଟସ୍ଥ ଝାଙ୍କରପାଲିର ମୂଳ ବାସିନ୍ଦା ଗୁଲେକ ଛତର ଦୀର୍ଘ ବର୍ଷ ହେଲା ଏଠି ଏକ ମିଲରେ ମିସ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ । ତାଙ୍କର ଏକମାତ୍ର ପୁଅ ରାଜା ଗାନ୍ଧୀପଡାର ଅନନ୍ତ ବ୍ରତ ମହୋତ୍ସବ ଦେଖି ବିଳମ୍ବିତ ରାତିରେ ଘରକୁ ଫେରି ଶୋଇପଡି ଥିଲେ । କିଛି ସମୟ ପରେ ସେ ପ୍ରବଳ ଶୀତ ଅନୁଭବ କରିବାରୁ ଚାଦର ଖୋଜିଥିଲେ । ଏହି ସମୟରେ ତାଙ୍କୁ ଏକ କଲେତ ସାପ ତାଙ୍କର କାନ ପାଶ୍ୱର୍ରେ କାମୁଡି ଦେଇଥିଲା । ତୁରନ୍ତ ଉକ୍ତ ସାପକୁ ସେମାନେ ମାରି ଦେଇଥିଲେ । ତାଙ୍କର ଚିକିତ୍ସା ପାଇଁଁ ପରିବାରବର୍ଗ ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଯୁବକଟିର ଅବସ୍ଥା ଗୁରୁତର ରହିଥିବାରୁ ସେଠାରୁ ଜିଲ୍ଲା ହସ୍ପିଟାଲ ଓ ପରେ ବୁର୍ଲା ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ଡାକ୍ତର ପରୀକ୍ଷା କରି ଯୁବକର ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ । ହସ୍ପିଟାଲ ପୋଲିସ ଫାଣ୍ଡି ପକ୍ଷରୁ ଶବଟିକୁ ଜବତ କରି ବ୍ୟବଚ୍ଛେଦ କରିଥିଲେ । ପରେ ପୋଲିସ ଶବଟିକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲେ । ଯୁବକଙ୍କ ଶବ ବିଜେପୁର ପହଞ୍ଚିବା ପରେ ଗାନ୍ଧୀପଡାରେ ଶୋକର ଛାୟା ଖେଳି ଯାଇଥିଲା । ସେ ଗାନ୍ଧୀପଡା ଅନନ୍ତ ବ୍ରତ ମହୋତ୍ସବର ଜଣେ ସକ୍ରୀୟ ସଦସ୍ୟ ଥିଲେ । ଫଳରେ ତାଙ୍କର ଅକାଳ ବିୟୋଗ ପାଇଁ ଗାନ୍ଧୀପଡାର ଅନନ୍ତ ବ୍ରତ ମହୋତ୍ସବର ଅନ୍ତିମ ସନ୍ଧ୍ୟାର କାର୍ଯ୍ୟକ୍ରମ ବାତିଲ ସହ ମୃଣ୍ମୟ ପ୍ରତିମାକୁ ବିସର୍ଜନ କରିଥିଲେ । ପରେ ସଭାପତି ଗୁଣମଣି ମେହେର, ଜୟଦେବ ମେହେର, ଚନ୍ଦନ ମେହେର, ଡାକ୍ତର ମେହେର, ନୀଳମଣି ମେହେରଙ୍କ ତତ୍ତ୍ବାବଧାନରେ ଯୁବକର ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଉକ୍ତ ପରିବାର ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବାରୁ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ପଡାବାସୀ ପକ୍ଷରୁ ଦାବୀ ହେଉଛି ।
ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ,

Leave a Reply

Your email address will not be published. Required fields are marked *