ସର୍ବଭାରତୀୟ ଅନ୍ତଃବିଶ୍ୱବିଦ୍ୟାଳୟ ତୀରନ୍ଦାଜୀରେ ଭାଗନେବେ ବୌଦ୍ଧର ଝିଅ ଟେନିଶା
ସୁବର୍ଣ୍ଣପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ଡୁଡୁକା ଭେଷଜ ପଟେଲ ମହାବିଦ୍ୟାଳୟ ଆନୁକୁଲ୍ୟରେ ଅନ୍ତଃମହାବିଦ୍ୟାଳୟ ତୀରନ୍ଦାଜୀ ପ୍ରତିଯୋଗିତା ଗତ ଶନିବାର ଦିନ ସୁନ୍ଦରଗଡରେ ଥିବା ଭାରତୀୟ କ୍ରୀଡା ପ୍ରାଧିକରଣଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ୬ଟି ମହାବିଦ୍ୟାଳୟର ତୀରନ୍ଦାଜୀ ଅଂଶଗ୍ରହଣ କରି ନିଜ ନିଜର କ୍ରୀଡା ପ୍ରଦର୍ଶନ କରିଥିଲେ। ପ୍ରତିଯୋଗିତାକୁ ଭେଷଜ ପଟେଲ ମହାବିଦ୍ୟାଳୟର ବରିଷ୍ଠ କ୍ରୀଡା ଶିକ୍ଷକ ପରମେଶ୍ୱର ପଟେଲ ଓ ରାଜ୍ୟ କ୍ରୀଡା ଛାତ୍ରାବାସର ତୀରନ୍ଦାଜୀ ପ୍ରଶିକ୍ଷକ ନାରାୟଣ ବାନାରା ପରିଚାଳନା କରିଥିଲେ। ଏହି ପ୍ରତିଯୋଗିତାରେ ବୌଦ୍ଧ ଜିଲ୍ଲା ବୁଟୁପାଲିର ଝିଅ ଟେନିଶା ମେହେର ଚୟନ ହୋଇ ଆସନ୍ତା ୧୨ ରୁ ୨୨ ଡିସେମ୍ବର ଯାଏ ଆସାମର ତେଜପୁର ବିଶ୍ୱବିଦ୍ୟାଳୟଠାରେ ହେବାକୁ ଥିବା ସର୍ବଭାରତୀୟ ଅନ୍ତଃବିଶ୍ୱବିଦ୍ୟାଳୟ ତୀରନ୍ଦାଜୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ବରିଷ୍ଠ କ୍ରୀଡ଼ା ଶିକ୍ଷକ ପରମେଶ୍ୱର ପଟେଲ ସୂଚନା ଦେଇଛନ୍ତି। ଟେନିଶା ମେହେର ବର୍ତମାନ ସୁନ୍ଦରଗଡ଼ର ଡୁଡୁକା ଭେଷଜ ପଟେଲ ମହାବିଦ୍ୟାଳୟର ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରୀ ହୋଇଥିବାବେଳେ ସେ ରାଜ୍ୟ କ୍ରୀଡା ଛାତ୍ରାବାସ ରେ ରହି ପ୍ରଶିକ୍ଷଣ ନେଉଛନ୍ତି। ଟେନିଶାଙ୍କ ଏହି ସଫଳତା ଖବର ପାଇବାପରେ ବୌଦ୍ଧ ଜିଲ୍ଲାର କ୍ରୀଡା ପ୍ରେମୀ ଓ ଜନସାଧାରଣଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
