July 15, 2025
Home » ସହୀଦ ଜୟୀ ରାଜଗୁରୁଙ୍କ ଜୟନ୍ତୀ ପାଳିତ।

ସହୀଦ ଜୟୀ ରାଜଗୁରୁଙ୍କ ଜୟନ୍ତୀ ପାଳିତ।

0
WhatsApp Image 2024-11-10 at 12.45.12 PM (1)

ପୁରୀ : ସହୀଦ ଜୟୀ ରାଜଗୁରୁ ସାହସ, ଶୌର୍ଯ୍ୟ ଓ ଅଦମ୍ୟ ବୀରତ୍ବର ପ୍ରତୀକ।ସ୍ବାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ଅବିସ୍ମରଣୀୟ ବୋଲି କହିଛନ୍ତି ଭାରପ୍ରାପ୍ତ ଜିଲ୍ଲାପାଳ ଶରତଚନ୍ଦ୍ର ବେହେରା। ଜିଲ୍ଲା ପ୍ରଶାସନ,ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜୟୀ ରାଜଗୁରୁଙ୍କ ଜନ୍ମ ସ୍ଥାନ ବୀର ହରେକୃଷ୍ଣପୁର ଛକ ନିକଟସ୍ଥ ପ୍ରତିମୂର୍ତ୍ତି ଓ ବୀର ହରେକୃଷ୍ଣପୁର ଗ୍ରାମରେ ଥିବା ଜୟୀ ଜୟୀ ରାଜଗୁରୁ ଙ୍କ ପ୍ରତିମୂର୍ତ୍ତି ରେ ଆଜି ଅଁଳା ନବମୀ ତିଥିର ପୂର୍ବାହ୍ନରେ ମାଲ୍ୟାର୍ପଣ କରାଯାଇଥିଲା।

ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ବେହେରା ଜୟୀ ରାଜଗୁରୁ ଙ୍କ ସ୍ମୃତି ଚାରଣ କରି ଏହି ସଂଗ୍ରାମୀ ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ବୀର ହରେକୃଷ୍ଣପୁର ଗ୍ରାମ କମିଟି ସଭାପତି ଭାସ୍କର ନାରାୟଣ ରଥ, ସମ୍ପାଦକ ପ୍ରକୃତି ମିଶ୍ର, ସଦସ୍ୟ ଅଶୋକ ରଥ,ଅଜୟ ତ୍ରିପାଠୀ, ଦୀପକ ଦାଶ, ଦେବୀଦତ୍ତ ହୋତା ପ୍ରମୁଖ ଜୟନ୍ତୀ କାର୍ଯ୍ୟକ୍ରମ ରେ ଯୋଗ ଦେଇ ମାଲ୍ୟାର୍ପଣ ଓ ସ୍ମୃତି ଚାରଣ କରିଥିଲେ।ପୂର୍ବରୁ ପୁରୀ ରେଲୱେ ଷ୍ଟେସନ ଠାରେ ଥିବା ଜୟୀ ରାଜଗୁରୁ ଙ୍କ ପ୍ରତିମୂର୍ତ୍ତି ରେ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *