May 15, 2025
Home » ସାଇ ସତସଙ୍ଗ ସେବା ଟ୍ରଷ୍ଟ ପକ୍ଷରୁ ଆଗାମୀ ୨୭ ତାରିଖରୁ ୩ ଦିନ ଆଧ୍ୟାତ୍ମିକ କାର୍ଯକ୍ରମ ଅନୁଷ୍ଠିତ ହେବ

ସାଇ ସତସଙ୍ଗ ସେବା ଟ୍ରଷ୍ଟ ପକ୍ଷରୁ ଆଗାମୀ ୨୭ ତାରିଖରୁ ୩ ଦିନ ଆଧ୍ୟାତ୍ମିକ କାର୍ଯକ୍ରମ ଅନୁଷ୍ଠିତ ହେବ

0
WhatsApp Image 2024-09-22 at 7.34.03 PM

 

ଢେଙ୍କାନାଳ ସାଇ ସତସଙ୍ଗ ସେବା ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ଶ୍ରୀରାମ ମଣ୍ଡପ ଠାରେ ଆସନ୍ତା 27 ତାରିଖ ରୁ 3ଦିନ ବ୍ୟାପି ଶିରିଡି ସାଇ ବାବା ଙ୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ. ସେଥିପାଇଁ ଟ୍ରଷ୍ଟ ର ଅଧକ୍ଷ ଶିବ ପ୍ରସାଦ ପଣ୍ଡା ଙ୍କ ଅଧକ୍ଷତା ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି. ଏଥି ନିମନ୍ତେ ଅନୁଷ୍ଠିତ ହବାକୁ ଥିବା ବିଭିର୍ଣ୍ଣ କାର୍ଯ୍ୟକ୍ରମ ବିଷୟରେ ସଭାପତି ଅଜୟ କୁମାର ସାହୁ ସୂଚନା ପ୍ରଦାନ କରିଥିଲେ.ପ୍ରଥମ ଦିନ 27 ତାରିଖ ଶୁକ୍ରବାର ଅପରାହ୍ନ 5 ଘଟିକା ରେ ବାଜିଚଉକ ସ୍ଥିତ ସୌଦାମିନୀ ସ୍କୁଲ ଠାରୁ ବାବା ଙ୍କର ଶୋଭାଯାତ୍ରା ବାହାରି ଶ୍ରୀରାମ ମଣ୍ଡପ କୁ ଆସିବ.ଉକ୍ତ ଶୋଭାଯାତ୍ରା ର ମୁଖ୍ୟ ଆକର୍ଷଣ ବିମାନ ଶୋଭାଯାତ୍ରା 28 ତାରିଖ ସକାଳ ସାଢେ 8ଟା ସମୟରେ ସାଇ ସତ୍ୟ ନାରାୟଣ ବ୍ରତ ପୂଜା ଅନୁଷ୍ଠିତ ହେବ 2ଟି ସ୍ଲଟ ରେ 108 ଯୋଡ଼ା ଦମ୍ପତି ଏହି ପୂଜା ରେ ଭାଗନେବେ. ଏହି ପୂଜା ମହାରାଷ୍ଟ୍ର ଶିରିଡି ସଂସ୍ଥାନ ର ମୁଖ୍ୟ ପୂଜାରୀ ଙ୍କ କରକମଳ ରେ ସମାପନ ହେବ. ଶେଷ ଦିନ 29 ତାରିଖ ରେ ସକାଳ ସାଢେ 8ଟା ରେ ଏକ ଦିବସୀୟ ସାଇ ସତଚରିତ ସମୂହ ପାରାୟଣ ଅନୁଷ୍ଠିତ ହେବ. ଚଳିତ ବର୍ଷ ପ୍ରଥମ ଥର ପାଇଁ ଓଡ଼ିଆ ଓ ହିନ୍ଦୀ ଭାଷାରେ ପାରାୟଣ କରାଯିବ.ଏ ବର୍ଷ ଶିରିଡି ରୁ ଓ ଓଡିଶା ର 14 ଟି ଜିଲ୍ଲା ରୁ ଭକ୍ତ ମାନେ ପାରାୟଣ ରେ ଯୋଗଦେବାକୁ ନାମ ପଞ୍ଜିକରଣ କରିଛନ୍ତି. ସନ୍ଧ୍ୟା ରେ ଶିରିଡି ପୂଜକ ଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ଓ ଭଜନ ସମାରୋହ ଅନୁଷ୍ଠିତ ହେବ ବୋଲି ଟ୍ରଷ୍ଟ ର ସମ୍ପାଦିକା ଗୀତାଞ୍ଜଳି ମହାପାତ୍ର ସୂଚନା ଦେଇଛନ୍ତି. ଏହି 3ଦିନ ଧରି ହବାକୁ ଥିବା ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ ସମସ୍ତେ ଯୋଗଦେବାକୁ ଟ୍ରଷ୍ଟ ର ସଦସ୍ୟ ଅମରେନ୍ଦ୍ର ଖୁଣ୍ଟିଆ ଅନୁରୋଧ କରିଛନ୍ତି.

Leave a Reply

Your email address will not be published. Required fields are marked *

You may have missed