ସାରଳା ଓ ଗୋରେଖ ନାଥ ପୀଠ ଉପରେ ଫୁଡ ଇନିସିପେକ୍ଟର ନଜର ପଡୁ,
ତିର୍ତୋଲ : ପ୍ରତିଦିନ ଅପମିଶ୍ର କାରିଙ୍କ ସଂଖ୍ୟା ବଢ଼ୀ ବାରେ ଲାଗିଛି ଓ ଲଗାତର, ଘିଅ, ତେଲ କ୍ଷୀର ଆଦି ବହୁ ଖାଦ୍ୟ ର ନକଲି କାରଖାନା ପୁଲିସି ଠାଵ କରି ନକଲି ସାମଗ୍ରୀ ସହିତ ଆସାମିକୁ ଗିରଫ କରାଯାଉଛି, ଜ ଦ୍ୱାରା ଖାଉଟି ମାନଙ୍କ ଏସବୁ ଖବର ଜାଣି ମୁଣ୍ଡ ବ୍ୟଥା ହେଲାଣି, ଅପମିଶ୍ରିତ ଘିଅ ଭଗବାନ ଙ୍କ ପୂଜାରେ ବେଶୀ ଲାଗୁଛି ଗତ କିଛି ଦିନ ଧରି ଭଗବାନ ଙ୍କ ପ୍ରସାଦରେ ଚର୍ବି ମିଶ୍ରଣ ପ୍ରକ୍ରିୟା ପୁରାଦେଶରେ ହଟ ଚମଟ କରୁଥିବା ରୁ ଆମ ଜଗନ୍ନାଥ /ଶ୍ରୀମନ୍ଦର ପୁରୀରେ ଶୁଖିଲି ଭୋଗ ଓ ପ୍ରସାଦ ର ତଡାରଖ ନିମିତ୍ତ ଫୁଡୁ ଇନିସିପେକ୍ଟର ନିଯୁକ୍ତିର କଥା ଉଠିଲାଣି, ଏସବୁକୁ ଆଖିଆଗରେ ରଖି ଆମ ଜଗତସିଂହପୁର ର ପ୍ରସିଧ ଶକ୍ତି ପୀଠ ମା ସରଳା ଓ ବାବା ଗୋରେଖ ନାଥ ପୀଠରେ ମିଳୁଥିବା ଶୁଖୁଲି ଭୋଗ ଉପରେ ସଂନ୍ଦେହେ ଉପୁଜିଲାଣି କାଳେ ଏଥିରେ ଅପମଶ୍ରିତ ଘିଅ ବେବହାର କରାଯାଉ ନାହିଁତ?
ପ୍ରତିବର୍ଷ ଏହି ମନ୍ଦିର ମାନଙ୍କରେ ଭୋଗ ଦୋକାନ ପାଇଁ ଲଖ୍ୟ ଲଖ୍ୟ ଟଙ୍କାର ଟେଣ୍ଡର ବଢ଼ି ଭୋଗ ଦୋକାନ ସବୁ ଲିଜ଼ି ଯାଉଛି, ଲିଜ଼ି ଧାରୀ ମାନେ ବର୍ଷକୁ କୋଟି କୋଟି ଟଙ୍କା ଲାଭ ଉଠାଉ ଛନ୍ତି, ଏପରିକି ଭୋଗ ଦୋକାନ ଲିଜ଼ି ପାଇଁ ଜିଲ୍ଲା ପ୍ରଶାସବ ର ମୁଣ୍ଡ ବିନ୍ଧା ବି ହେଉଛି, ଏହି ପୀଠ ମାନଙ୍କରୁ ମିଳୁଥିବା ଶୁଖିଲି ଭୋଗ ଯେ ଅପମିଶ୍ରିତ ଘିଅ ରୁ ପ୍ରସ୍ତୁତ ହେଉଛି କି ନା ତା ର ଉତ୍ତର ବୋଧେ ଆମ ଜଗତସିଂହ ପୁର ଫୁଡ଼ୁ ଇନିସି ପେକ୍ଟର ପାଖେ ନଥିବ, ଯଦିଥିବ, ତାହାଲେ କାଗଜ ପତ୍ରରେ!
ଆସାଧୁ ଵେବସାୟୀ ଙ୍କ ଲମ୍ବା ତାଳିକା ବଢ଼ିବାରେ ଲାଗିଛି ହେଲେ ଜଗତସିଂହପୁର ଫୁଡ଼ୁ ଯାଞ୍ଚ ବିଭାଗ ଅଧିକାରୀ ଥରଟିଏ ବି ଆସି ଏ ସବୁ ମନ୍ଦିର ରେ ପହଂଚି ଖଦ୍ୟ ଉପଯୋଗୀ ଶୁଖିଲି ଭୋଗର ମାନ ଯାଞ୍ଚ କରିନି, ଯାହା ବଡ଼ ଉଦବେଗର ବିଷୟ । ପୁରୀ ଶ୍ରୀମନ୍ଦର ପ୍ରସାଦ ଉପରେ ଯେତେବେଳେ ଯାଞ୍ଚ କରିବାର ଆବଶ୍ୟକତା ପଡିଲାଣି ଅନ୍ୟ ଶକ୍ତି ପୀଠ ର ଭୋଗ ପ୍ରସ୍ତୁତି ଘିଅ ଉପରେ, ପାଣି ଉପରେ, ପ୍ରସ୍ତୁତ କାରି ବ୍ୟକ୍ତି କୌଣସି ଚର୍ମ ରୋଗ ପୀଡିତ କିନାହିଁ ତା ଡାକ୍ତରୀ ରିପୋଟ ଉପରେ ଜଗତସିଂହପୁର ଫୁଡ଼ୁ ବିଭାଗ ଯାଞ୍ଚ କରୁ, ଶୁଣା ଯାଉଛି କିଛି ଲାଞ୍ଚ ଦେଲେ ମିଳି ଯାଉଛି ଫୁଡ଼ୁ ସେଫଟି ସାଟିଫିକେଟ, ଖାଦ୍ୟ ଵେବସାୟ କରିବା ପୂର୍ବରୁ ଖାଦ୍ୟରେ ଵେବହୃତ ଦ୍ରବ୍ୟ, ପାଣି ଓ ପ୍ରସ୍ତୁତ କର୍ତ୍ତା ଙ୍କ ଗୁଣବତା ର ସାଟିଫିକେଟ ଫୁଡ଼ୁ ସେଫଟି ବିଭାଗ ଦେଇଥାଏ, ଭୁବନେଶ୍ୱର ଠାରେ ଥିବା ଫୁଡ଼ୁ ସେଫଟି ଲାବ୍ରୋଟାରି ରେ କିଛି ଆସାଧୁ କର୍ମଚାରୀ ଟଙ୍କା ନେଇ ନିମ୍ନ ମାନର ପାଣି କୁ ବି ବିଶୁଦ୍ଧ ରିପୋଟ ଦେଇଦେଉଛନ୍ତି, ଅନ୍ୟାନ୍ୟ ଭୋଗ ସାମଗ୍ରୀ ଅଟା ବା ମଇଦା କେତେ ବିଶୁଦ୍ଧ ଆମ ରାଜ୍ୟରେ ତାହା ମା ଗଙ୍ଗେଇ କୁ ଜଣା, ଅସାଧୁ ବେପାରୀ ଙ୍କ ଟାର୍ଗେଟରେ ଦେବା ଦେବୀଙ୍କ ପ୍ରସାଦ ନିର୍ମାଣ ପାଲଟିଛି ଭୁସ୍ବର୍ଗ, ଠାକୁର ସିନା ଆଘ୍ରାଣ କରି ଚୁପୁ ବସିଲେ ହେଲେ ଭକ୍ତ ପ୍ରସାଦ ଖାଇ ଦିନକୁ ଦିନ ମରଣ ମୁଖକୁ ଗଲାଣି, ପାପର ଭାର ପ୍ରଚୁର ହେବାରୁ ଲୀଳା ମୟ ଭଗବାନ ଏସବୁ ପାପ କୁ ଲୋକଲୋଚନ କୁ ଆଣିବାକୁ କେତେକ ଦେବତା ରୁପି ମଣିଷଙ୍କ କଣ୍ଠରେ ବସି ଭକ୍ତ ମାନଙ୍କ ପରି ତ୍ରାଣ ନିମନ୍ତେ ପ୍ରୟାସ କରିଛନ୍ତି, ଅଧୁନା ଜଗତସିଂହପୁର ଜିଲ୍ଲାପାଳ ସାରଳା ମନ୍ଦିର ର ଟ୍ରଷ୍ଟି ଅଛନ୍ତି ଏଣୀକି ନିର୍ଦେଶ ଦିଅନ୍ତୁ ମନ୍ଦିର ଭୋଗ ଦୋକାନ ଉପରେ ଫୁଡ଼ୁ ନିରୀକ୍ଷକ ନଜର ପଡୁ ।
ତିର୍ତୋଲ ରୁ ଶ୍ରୀବତ୍ସ ପାଢ଼ୀ, ଇପିଏ ନିୟୁଜୁ,