ସି.ଏମ୍. କିସାନ ଯୋଜନାରେ ରାଜ୍ୟରେ ୪୬ ଲକ୍ଷ ରୁ ଉର୍ଦ୍ଧ୍ବ ଚାଷୀଙ୍କୁ ଦୁଇଟି କିସ୍ତିରେ ପ୍ରଦାନ …
ରାଜ୍ୟ ସଭାପତି ବିଜେପି କୃଷକ ମୋର୍ଚ୍ଚାଙ୍କ ନେତୃତ୍ଵରେ ଶତାଧିକ ଚାଷୀ ନେତାଙ୍କ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀଙ୍କୁ ସମର୍ଦ୍ଧନା
ଓଡ଼ିଶା ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ସି. ଏମ୍. କିସାନ ଯୋଜନାରେ ରାଜ୍ୟରେ ୪୬ ଲକ୍ଷ ରୁ ଉର୍ଦ୍ଧ୍ବ ଚାଷୀଙ୍କୁ ଦୁଇଟି କିସ୍ତିରେ ପ୍ରୋତ୍ସାହନ ଟଙ୍କା ପ୍ରଦାନ କରିସାରିଛନ୍ତି । ତେଣୁ ରାଜ୍ୟ ସଭାପତି ବିଜେପି କୃଷକ ମୋର୍ଚ୍ଚା ଶ୍ରୀ ମହେଶ୍ଵର ସାହୁଙ୍କ ନେତୃତ୍ଵରେ ଶତାଧିକ ଚାଷୀ ନେତାଙ୍କ ଆଜି ତା:୧୧/୦୯/୨୪ ରିଖ ଦିନ ଭୂବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝିଙ୍କୁ ଭବ୍ୟ ସମର୍ଦ୍ଧନା କରାଯାଇଥିଲା । ସମସ୍ତ ଚାଷୀ ଭାଇ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ କୃତଜ୍ଞତା ଜଣାଇଥିଲେ। ରାଜ୍ୟର ସମସ୍ତ ଚାଷୀ ନେତାମାନେ ମୁଖ୍ୟମନ୍ତ୍ରୀଙ୍କୁ ଉତ୍ତରୀୟ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରିଥିଲେ।
ଚାଷୀ ନେତାମାନେ ସେମାନେ ଚାଷ କରିଥିବା ବାଇଗଣ, କରଲା, ଭେଣ୍ଡି, ଜହ୍ନି, କାକୁଡି ପ୍ରଭୃତି ପନିପରିବା ଭର୍ତ୍ତି ପାଛିଆ ଶ୍ରଦ୍ଧାର ସହ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବା ସହିତ ସାଥିରେ ଆଣିଥିବା ଝାମ୍ପିକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ଓଡିଶାର ଚାଷୀ ମାନଙ୍କୁ ସମୃଦ୍ଧ କରିବା ପାଇଁ ଓ ଆୟକୁ ଦୁଇ ଗୁଣା କରିବା ପାଇଁ ମୋ ସରକାର ସମର୍ପିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଉପସ୍ଥିତ ଚାଷୀମାନଙ୍କୁ କହିଥିଲେ ।
ମୁଖ୍ୟମନ୍ତ୍ରୀ ଶ୍ରୀମାନ ମୋହନ ଚରଣ ମାଝି ଶପଥ ପାଠ ଗ୍ରହଣ କରିବାର ତିନି ମାସ ମଧ୍ୟରେ ଚାଷୀ ମାନଙ୍କର ଆୟକୁ ଦୁଇ ଦ୍ଵୀଗୁଣା କରିବା ସହିତ ସମୃଦ୍ଧ କରିବା ପାଇଁ ଯୁଦ୍ଧ କାଳୀନ ଭିତ୍ତିରେ ଗୋଟାକ ପରେ ଗୋଟେ ପଦକ୍ଷେପମାନ ନେଇ ଚାଲିଛନ୍ତି। ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା କରିବା, ୫୮ଟି ସବଡିଭିଜନରେ ଶୀତଳଭଣ୍ଡାର କରିବା, ଚାଷ ଜମିକୁ ଉଠା ଜଳସେଚନ ଦ୍ଵାରା ଜଳସେଚନ ପାଇଁ ବ୍ୟବସ୍ଥା କରିବା, ସମସ୍ତ ବ୍ଲକରେ ପନିପରିବା ମଣ୍ଡିର ବ୍ୟବସ୍ଥା କରିବା, ଚାଷୀ ପରିବାର ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଘୋଷଣା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଚାଷୀ ନେତା ମାନେ କହିଛନ୍ତି।
ପ୍ରକାଶ ଥାଉ କି ଯେ ସମ୍ବଲପୁର ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନୂଆଖାଇ ପର୍ବ ଦିନ ସି. ଏମ୍. କିସାନ ଯୋଜନା ଳର ଶୁଭାରମ୍ଭ କରିବା ସହ ପ୍ରଥମ କିସ୍ତିରେ ୪୬ ଲକ୍ଷରୁ ଉର୍ଦ୍ଧ୍ବ ଚାଷୀଙ୍କ ପାଖକୁ ୨ ହଜାର ଟଙ୍କା ଦିଆଯାଇଛି ଏବଂ ଅକ୍ଷୟ ତୃତୀୟା ରେ ଦ୍ଵିତୀୟ କିସ୍ତି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।
ଉକ୍ତ ସମ୍ବର୍ଧନା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଉପେନ୍ଦ୍ର ଭଞ୍ଜ, ରାଜ୍ୟ ଉପସଭାପତି ଶ୍ରୀ ହୃଷୀକେଶ ଜେନା ଓ ପୁଲିନ୍ ପ୍ରକାଶ ପୁହାଣ, ରାଜ୍ୟ ସଂପାଦକ ଶ୍ରୀ ପ୍ରଶାନ୍ତ କୁମାର ସ୍ଵାଇଁ ଓ ଅଶୋକ କୁମାର ରଥ, ବରିଷ୍ଠ ବିଜେପି ନେତା ଶୁଭ୍ରାଂଶୁ ଶେଖର ପାଢୀ, ରାଜ୍ୟ ସଂଯୋଜକ ଡକ୍ଟର ଜଗନ୍ନାଥ ମହାପାତ୍ର, ସୁଦର୍ଶନ ବିଶ୍ବାଳ, ସଞ୍ଜୀବ କୁମାର ରଣା, ସନ୍ତୋଷ କୁମାର ରାଉତ, ସନ୍ତୋଷ କୁମାର ଜେନା, ବିକ୍ରମ କୁମାର ରାଉତ, ଶିବ ପ୍ରସାଦ ମିଶ୍ର, ଅଜୟ କୁମାର ପ୍ରଧାନ,ଶ୍ରୀନିବାସ ପ୍ରଧାନ, ସନ୍ତୋଷ କୁମାର ପ୍ରଧାନ, ସୁରଥ କୁମାର ସେଠୀ, ଉତ୍କଳମଣି ମନ୍ତ୍ରୀ, ତପନ କୁମାର ବେହେରା, ସୁଶାନ୍ତ କୁମାର ମହାନ୍ତି, ପାଣ୍ଡବ ଚନ୍ଦ୍ର ଧଳ, ଦୁର୍ଯ୍ୟୋଧନ ଲେଙ୍କା, ଦିପ୍ତି ଜେନା, ଶ୍ରୀମତୀ ନନ୍ଦିନୀ ଶତପଥୀ, ସୁଶ୍ରୀ ଅମିତା କର ସମେତ ଶତାଧିକ ଚାଷୀ ଯୋଗଦାନ କରିଥିଲେ।