December 2, 2024
Home » ସୁପ୍ରିମକୋର୍ଟରେ ବିଜେପି ବିଧାୟକ ଜୟନାରାୟଣଙ୍କ ଆଗୁଆ ଜାମିନ୍ ଖାରଜ

ସୁପ୍ରିମକୋର୍ଟରେ ବିଜେପି ବିଧାୟକ ଜୟନାରାୟଣଙ୍କ ଆଗୁଆ ଜାମିନ୍ ଖାରଜ

0

ଭୁବନେଶ୍ବର: ସମ୍ବଲପୁର ବିଧାୟକ ତଥା ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ୍ ଖାରଜ କରିଛନ୍ତି ସୁପ୍ରିକକୋର୍ଟ । ମହିଳା ଆଇଆଇସିଙ୍କୁ ମାଡ଼ ଘଟଣାରେ ଆଗୁଆ ଜାମିନ ହାଇକୋର୍ଟରେ ଖାରଜ ହେବା ପରେ ଏହାକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଜୟନାରାୟଣ । ଆରେଷ୍ଟ ସମ୍ଭାବନା ନେଇ ଆଗୁଆ ଜାମିନ୍ ମାଗିଥିଲେ । ଯାହାକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି ।

ତେବେ ଜୟନାରାୟଣଙ୍କ ଓକିଲଙ୍କ କହିବା ଅନୁଯାୟୀ, ଏନେଇ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ଜବାବ ମାଗିଥିଲେ । ହେଲେ ରାଜ୍ୟ ସରକାର ଏ ଘଟଣାରେ କୌଣସି ଗିରଫଦାରୀ ନହେବା ସ୍ପଷ୍ଟ କରିଥିଲେ । ଯେହେତୁ ଗିରଫଦାରୀର ସମ୍ଭାବନା ନାହିଁ, ତେଣୁ ଆଗୁଆ ଜାମିନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।

ତେବେ କହିରଖୁଛୁ, ଫେବୃଆରୀ ୧୫ ତାରିଖରେ ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରି ବିଜେପି କର୍ମୀ ବିକ୍ଷୋଭ କରୁଥିବା ସମୟରେ ଧନୁପାଲୀ ଆଇଆଇସି ଅନୀତା ପ୍ରଧାନଙ୍କୁ ଜୟନାରାୟଣ ଆକ୍ରଣମ କରିଥିବା ଅଭିଯୋଗ ହୋଇଥିଲା । ଘେରାଉ ସମୟରେ ଜୟନାରାୟଣ ମିଶ୍ର ଧନୁପାଲି ଥାନା ଆଇଆଇସିଙ୍କୁ ଧକ୍କା ମାରିଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ପ୍ରଥମେ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଥିଲେ ବିଧାୟକ । ହେଲେ ସେଠୁ ତାଙ୍କୁ ଆଶ୍ବସ୍ତି ନମିଳିବାରୁ ପରେ ସେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *