ସୁବର୍ଣ୍ଣପୁର ଜିଲ୍ଲା : ଘରୋଇ ନର୍ସିଂ ହୋମ କୁ ଯିବାପାଇଁ ବାଧ୍ୟ କରୁଛନ୍ତି ଡାକ୍ତର l
ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର। ଚିକିତ୍ସାଳୟରେ ସେବା ଯୋଗାଇବା ବଦଳରେ ଘରୋଇ ନର୍ସିଂ ହୋମକୁ ଯିବାକୁ ରୋଗୀଙ୍କୁ ବାଧ୍ୟ କରୁଛନ୍ତି ଡାକ୍ତର । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରୁ l ସରକାର ବଦଳିଲେ ହେଲେ ବଦଳିନି ସରକାରୀ କର୍ମଚାରୀଙ୍କ ମନମାନି । ଡାକ୍ତରମାନଙ୍କୁ ଦ୍ଵିତୀୟ ଈଶ୍ବର କୁହାଯାଉଥିବାବେଳେ କିଛି ଟଙ୍କା ପାଇଁ ସେମାନେ ସାଧାରଣ ଲୋକଙ୍କୁ କରୁଛନ୍ତି ହଇରାଣ ହରକତ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ । ଅଭିଯୋଗ ଅନୁସାରେ ଜଣେ ଦୁର୍ଘଟଣା ଗ୍ରସ୍ତ ରୋଗୀଙ୍କ ଗୋଡ ଭାଙ୍ଗି ଯାଇଥିଲା । ସେମାନେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅସ୍ଥି ଶଲ୍ୟ ବିଭାଗରେ ଭର୍ତ୍ତି ହୋଇଥିଲେ l ତେବେ ଡ୍ୟୁଟି ରେ ଥିବା ବିଭାଗୀୟ ଡାକ୍ତର ଏଠାରେ କିଛି ସୁବିଧା ନାହିଁ ଏକ ଘରୋଇ ନର୍ସିଂ ହୋମକୁ ଚାଲ ମୁଁ ଅପରେସନ କରିଦେବି ବୋଲି କହିଥିଲେ ।
ତେବେ ରୋଗୀ ଜଣକ ଗରିବ ଶ୍ରେଣୀର ହୋଇଥିବାରୁ ସେମାନେ ଚିନ୍ତାରେ ପଡ଼ିଥିବା କହିଛନ୍ତି । ପୂର୍ବ ବିଜେଡି ସରକାର ସମୟରେ କେବଳ ଠିକାଦାର ପୋଷିବା ପାଇଁ ନିର୍ମାଣ ହୋଇଛି ତିନି ମହଲା ବିଶିଷ୍ଟ କୋଠା। କେବଳ ବିଲ୍ଡିଂ ନିର୍ମାଣ କରି ଡାକ୍ତର କିମ୍ବା କର୍ମଚାରୀ ନିଯୁକ୍ତିକୁ ଭୁଲି ଯାଇଥିଲେ ବିଜେଡି ସରକାର । ଅନ୍ୟ ପଟେ ସମସ୍ତ ସୁବିଧା ଯୋଗାଇ ଦିଆଯାଇଛି ବୋଲି ଡିଣ୍ଡିମ ପିଟିଥିଲେ । ହେଲେ ଏବେ କୌଣସି ସାଧାରଣ ସୁବିଧା ବି ଉପଲବ୍ଧ ନଥିବା ଏହି ଘଟଣାରୁ ଜଳ ଜଳ ହୋଇ ଦିଶୁଛି । ଯାହା ଫଳରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି ସାଧାରଣ ଲୋକ। ଅନ୍ୟପଟେ ନର୍ସିଂ ହୋମ ସହିତ ଡିଲ କରି ଟଙ୍କା ଆଦାୟ କରିବାରେ ବ୍ୟସ୍ତ ଡାକ୍ତରମାନେ । ତେବେ ଘଟଣାକୁ ସଂପୃକ୍ତ ଡାକ୍ତର ଖଣ୍ଡନ କରିଥିବାବେଳେ ମୁଁ ଲୋକାଲ ଲୋକ ଯାହା କରିବ କର ବୋଲି କହିଛନ୍ତି । ଅପରପକ୍ଷରେ ଘଟଣା ବାବଦରେ ମୁଁ ସଂପୂର୍ଣ୍ଣ ଅବଗତ ନାହିଁ । ଆମର ଯେହେତୁ ସୁବିଧା ନାହିଁ ସେ ଡାକ୍ତର ବାହାରକୁ ଯିବାପାଇଁ କହିଥିବା କହିଲେ ମେଡିକାଲ ଅଧିକ୍ଷକ । ଲୋକଙ୍କୁ ସେବା ଯୋଗାଇବା ବଦଳରେ ହଇରାଣ କରୁଛନ୍ତି ଡାକ୍ତରମାନେ । ଏଥିପ୍ରତି ସରକାର ଦୃଷ୍ଟି ଦେବା ଜରୁରୀ ହୋଇ ପଡ଼ିଛି l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର