November 12, 2026
Home » ସୁବର୍ଣ୍ଣପୁର ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଗାଡିମୋଟର ଯାଞ୍ଚ

ସୁବର୍ଣ୍ଣପୁର ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଗାଡିମୋଟର ଯାଞ୍ଚ

0
WhatsApp Image 2026-11-12 at 1.58.29 PM

ସୁବର୍ଣ୍ଣପୁର — ଯାନବାହାନ ତନଖି ସମୟରେ ଛତିଶଗଡ଼ ରାଜ୍ୟର ପଞ୍ଜିକୃତ ଏକ ଟିପ ଟ୍ରେଲର ଭାରୀଯାନ (CG-10BL-5019) କୁ ଅନ୍ତରାଜ୍ୟ କୋଇଲା ଚାଲାଣ କରୁଥିବା ସମୟରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ,ସୁବର୍ଣ୍ଣପୁର ର କନିଷ୍ଠ ମୋଟର ଯାନ ନିରୀକ୍ଷକ ଶ୍ରୀ ରାଜେଶ କୁମାର ସେଠୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ସାହାଜପିଟା ନିକଟରେ କାର୍ଯ୍ୟାଳୟ ର ପ୍ରବର୍ତ୍ତନ ଦଳ ଦ୍ୱାରା ଗାଡ଼ିଟିକୁ ଯାଞ୍ଚ କରାଯାଇଥିଲା l ମୋଟର ଯାନ ଆଇନ ଅନୁଯାୟୀ ଧାରା 192(A),OMVT-3Act ରେ ଗାଡି ଉପରେ ୩,୬୦,୦୦୦/- ଟଙ୍କାର ଚାଲାଣ କାଟିବା ସହ ଗାଡ଼ିଟିକୁ ଜବତ କରି ଡ୍ରାଇଭର ଓ ମାଲିକଙ୍କୁ ଜୋରିମାନା ପୈଠ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ଯେଉଁ ଗାଡିର କି ଓଡିଶା ଟ୍ୟାକ୍ସ ପୈଠ ହୋଇ ନାହିଁ କି ଓଡିଶା ର ପରମିଟ ମଧ୍ୟ ନାହିଁ I ଏହି ଗାଡିଟି ପୂର୍ବରୁ ମଧ୍ୟ ଓଡିଶା ରେ ଚଳପ୍ରଚଳ ହେଉଥିଲା ଏବଂ ବାହାନ ଡାଟାବେସ ହିସାବ ରେ ଗାଡିର ଚାଲାଣ ବକେୟା ଥିବାର ନଜର ଆସିଛି l ଏଭଳି ତନଖି କାର୍ଯ୍ୟକୁ ଜିଲ୍ଲାର ଜନସାଧାରଣଙ୍କ ସହ ବୁଦ୍ଧିଜୀବୀ ମହଲ ତରଫରୁ ସାଧୁବାଦ ଦିଆଯାଉଛି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *