ସୁବର୍ଣ୍ଣପୁର ପୋଲିସ ର ବଡ଼ ସଫଳତା :ବିପୁଳ ପରିମାଣ ର ଗଞ୍ଜେଇ ସହ ଗାଡି ଜବତ
ସୁବର୍ଣ୍ଣପୁର —ସୁବର୍ଣ୍ଣପୁର ଜିଲ୍ଲା ର ବିଭିନ୍ନ ଥାନା ଅଞ୍ଚଳ ରେ ବିପୁଳ ପରିମାଣ ର ଗଞ୍ଜେଇ ଜବତ ହୋଇଥିବା ସୂଚନା ମିଳିଛି l
ସୋମବାର (ତା. ୧୩.୦୪.୨୦୨୬ ) ସକାଳ ପ୍ରାୟ ୦୫ ଟା ସମୟରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ସୁବର୍ଣ୍ଣପୁର ପୋଲିସ ତରଫରୁ, “ନସା ମୁକ୍ତ ଓଡିଶା” ଅଭିଯାନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରଯାଇଥିଲା । ଏକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ତରଭା ପୋଲିସ ଟିମ ଦ୍ଵାରା ତାଳପଦର ଗ୍ରାମ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି ଓ ଏହି ଘଟଣା ରେ ସମ୍ପୃକ୍ତ ଥିବା ୦୨ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି । ଏହା ପରେ NDPS ଆଇନର ପ୍ରଚଳିତ ନିୟମ ପାଳନ କରି ମୋଟ ୧୩୯.୧୪୨ କି.ଗ୍ରା. ଗଞ୍ଜେଇ, ୦୧ ଟି ମୋବାଇଲ୍ ଫୋନ୍ ଏବଂ ଗୋଟିଏ ମୋଟର ସାଇକେଲ ଜବତ କରାଯାଇଛି । ସରକାରୀ ମୂଲ୍ୟାଙ୍କନ ଅନୁସାରେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୩,୯୧,୪୨୦/-ଟଙ୍କା ହେବ । ଏ ସମ୍ପର୍କରେ Tarva PS Case No.129 Dt.13.04.2026 U/s-20(ii)(b)(C)/29 NDPS Act.ରେ ଏକ ମାମଲା ରୁଜୁ କରାଯାଇଛି ।

ଏହା ବ୍ଯତୀତ ଏକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଉଲୁଣ୍ଡା ପୋଲିସ ଟିମ ଦ୍ଵାରା ଗୁଜା ଗ୍ରାମ ସ୍ଥିତ ପାତ୍ର ଫାର୍ମ ହାଉସ ପରିସରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି । ଏହି ଘଟଣା ରେ ୦୪ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଛି । ଏହା ପରେ NDPS ଆଇନର ପ୍ରଚଳିତ ନିୟମ ପାଳନ କରି ମୋଟ ୮୫୩.୭୧୫ କି.ଗ୍ରା. ଗଞ୍ଜେଇ, ୦୧ ଟି ଟ୍ରକ, ୦୪ ଟି ଚାରି ଚକିଆ ଗାଡି ଏବଂ ୦୪ ଗୋଟି ମୋଟର ସାଇକେଲ ଜବତ କରାଯାଇଛି । ସରକାରୀ ମୂଲ୍ୟାଙ୍କନ ଅନୁସାରେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୮୫,୩୭,୧୫୦/-ଟଙ୍କା ହେବ ବୋଲି ସୂଚନା ମିଳିଛି l ଏ ସମ୍ପର୍କରେ Ulunda PS Case No. 66 Dt.13.04.2026 U/s-20(ii)(b)(C)/25/29 NDPS Act. ରେ ଏକ ମାମଲା ରୁଜୁ କରାଯାଇଛି । ନିଶା ମୁକ୍ତ ଓଡିଶାର ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଆଜି ୯୯୨.୮୫୭ କେ.ଜି. ଗଞ୍ଜେଇ ଜବତି କରାଯାଇଛି ଯାହାର ଆନୁମାନିକ ସରକାରୀ ମୂଲ୍ୟ ପ୍ରାୟ ୦୧ କୋଟି ଓ ବଜାର ମୂଲ୍ୟ ପ୍ରାୟ ୧୦ କୋଟି ହେବ । ଉକ୍ତ ଦୁଇଟି କେସ ର ତଦନ୍ତ ଜାରି ରହିଛି ଓ ଅନ୍ୟ ଅପରାଧୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ l ଏ ନେଇ ସୋମବାର ସନ୍ଧ୍ୟା ରେ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ମୁଖ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ବିଳନୀ ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ସୂଚନା ଦେଇଛନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
