ସୁବର୍ଣ୍ଣପୁର ରେ ତନୁସାନ୍ ପରିବାର ମନେଇଲା ଧୁମ୍ ଧାମ୍ ରେ ସମ୍ବଲପୁରୀ ଦିନ
ସୁବର୍ଣ୍ଣପୁର ଜିଲ୍ଲା ସଂସ୍କୃତି ଭବନ ରେ ଧୁମ୍ ଧାମ ରେ ତନୁସାନ୍ ପରିବାର ପାଳନ କରିଛି ସମ୍ବଲପୁରୀ ଦିନ।ସୁବର୍ଣ୍ଣପୁର ର ତନୁସାନ୍ ସଂସ୍ଥା ମୁଖ୍ୟତଃ ଆମ ପୁରାତନ କଳା ସଂସ୍କୃତି ଶିକ୍ଷା ଓ ପରମ୍ପରା କୁ ବିଶ୍ଵ ଦରବାର ରେ ପ୍ରତିଷ୍ଠିତ କରି କଳାକାର ଙ୍କୁ ପ୍ରୋତ୍ସାହିତ କରି ଆହୁରି ଆଗକୁ ନେବାପାଇଁ ସଦା ସର୍ବଦା ପ୍ରୟାସ କରି ଆସିଛି। ଏହି ପରିପ୍ରେକ୍ଷୀରେ ତନୁସାନ୍ ପରିବାର ସୁବର୍ଣ୍ଣପୁର ର ଶିରୀ ଗୁରୁ ସତ୍ୟନାରାୟଣ ବହିଦାର ଙ୍କ ଜନ୍ମୋତ୍ସବ ଅଗଷ୍ଟ ୧ ତାରିଖ ଦିନ ଉପଲକ୍ଷେ ସମ୍ବଲପୁରୀ ଦିନ ପାଳନ କରିବା ସହିତ ଅନୁଷ୍ଠାନ ର ‘ ବରଛକିଆ ତିହାର ‘ ବା ବାର୍ଷିକ ଉତ୍ସବ ମହା ସମାରୋହ ରେ ଧୁମ୍ ଧାମ ରେ କରିଛନ୍ତି। ଏହି ଅବସର ରେ ସମସ୍ତେ ପ୍ରଥମେ ମା ସୁରେଶ୍ଵରୀ ଙ୍କୁ ପୂଜାର୍ଚ୍ଚନା କରି ଗୁରୁ ବହିଦାର ଙ୍କ ନାତୁଣୀ ଓ ପରିବାର ବର୍ଗ ଙ୍କ ସମୂହ ଉପସ୍ଥିତି ରେ ତାଙ୍କ ସ୍ମୃତି ଚାରଣ କରିଥିଲେ।ଏହାପରେ ପ୍ରାରମ୍ଭ ହୋଇଥିଲା ସମ୍ବଲପୁରୀ କଳା କୁ ଉଜ୍ଜୀବିତ କରି ରଖିବା ପାଇଁ ନୃତ୍ୟ ଓ ରାମ୍ପ ସୋ ପ୍ରତିଯୋଗିତା।
ଏହା ପର ର ଆକର୍ଷଣ ଥିଲା ସମ୍ବଲପୁରୀ କବିତା ଆସର।ଏହି ଅବସର ରେ ସୁନାମଧନ୍ୟ କବି ଡଃ. ଆର୍ତ୍ତତ୍ରାଣ ବାବୁ,ଡଃ. ଅନିରୁଦ୍ଧ କୁରକୁରିଆ,ବନବାସୀ ମେହେର,ଯୁଧିଷ୍ଠିର ବାରିକ,ଅଦ୍ଵୈତ ପ୍ରସାଦ ପଣ୍ଡା,ଗୀତାଞ୍ଜଳି ମିଶ୍ର ଓ ସସ୍ମିତା ମିଶ୍ର ଯୋଗ ଦେଇ ସ୍ବରଚିତ କବିତା ପାଠ କରିଥିଲେ l ଏଥିପାଇଁ ଧନ୍ୟବାଦ୍ ଅର୍ପଣ କରିଥିଲେ ଅନୁଷ୍ଠାନ ର ଯୁଗ୍ମ ସମ୍ପାଦିକା ସ୍ବର୍ଣ୍ଣପ୍ରଭା ମହାପାତ୍ର।
କାର୍ଯ୍ୟକ୍ରମ ର ଦ୍ଵିତୀୟ ପର୍ଯ୍ୟାୟ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ।ଏହି ଅବସର ରେ ଅନୁଷ୍ଠିତ ହୋଇଥିଲା ଗୁରୁ ସତ୍ୟନାରାୟଣ ବହିଦାର ଙ୍କ ସମ୍ପର୍କିତ ଏକ ଆଲୋଚନା ଚକ୍ର। ଆଲୋଚନା କରିଥିଲେ ଐତିହାସିକ ସୁଦାମ ନାଏକ ,ପ୍ରାଧ୍ୟାପକ ଡଃ. ଜ୍ୟୋତି ରଞ୍ଜନ ବହିଦାର,ଶିକ୍ଷାବିତ୍ ନୀଳାମ୍ବର ଶତପଥୀ ଓ କଦମ ଫୁଲ ସମ୍ପାଦକ ଯୁଧିଷ୍ଠିର ଖମାରୀ ଅନୁଷ୍ଠାନ ର ସମ୍ପାଦିକା ଶ୍ରୀମତୀ କଳ୍ପନା ବିଭାର। ଶ୍ରୀ ଶ୍ରୀଧର ବାଗ ସଭା ପରିଚାଳନା କରିଥିଲେ ଓ ଉପଦେଷ୍ଟା ଶ୍ରୀ ଶାନ୍ତନୁ କୁମ୍ଭକାର ବିବରଣୀ ପାଠ କରିଥିଲେ।ଜିଲ୍ଲାପାଳ ଅନ୍ୟା ଦାସ ମହୋଦୟା ସମ୍ବଲପୁରୀ ଭାଷା ସହିତ କଳା ସଂସ୍ମୃତି ଓ ରଙ୍ଗବତୀ ନାଚ ଗୀତ ଶାଢ଼ୀ ର ଦେଶ ବିଦେଶ ରେ କିପରି ଆଦର ରହିଛି ସେହି ବିଷୟ ରେ ଗୁରୁତ୍ୱାରୋପ କରିବା ସହିତ ସୋନପୁର୍ ମାଟି ର ପଦ୍ମଶ୍ରୀ ନୀଳ ମାଧବ ପଣ୍ଡାଙ୍କ ଠାରୁ ସମସ୍ତେ କିଛି କିଛି ଶିଖିବା ଜରୁରୀ ବୋଲି କହିଥିଲେ।
ଅନ୍ୟମାନଙ୍କ ମଧ୍ୟ ରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଯମୁନା ପ୍ରଧାନ।ଜିଲ୍ଲାପାଳ ମହୋଦୟା ସମସ୍ତ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କାର ବିତରଣ କରିବା ସହିତ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରିଥିଲେ ବିଭିନ୍ନ ବ୍ୟକ୍ତି ବିଶେଷ ଙ୍କୁ।ଗୁରୁ ସତ୍ୟ ନାରାୟଣ ବହିଦାର ଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ଜିଲ୍ଲାପାଳ ଗୁରୁ ସତ୍ୟ ନାରାୟଣ ବହିଦାର ସମ୍ବଲପୁରୀ ସାହିତ୍ୟ ସମ୍ମାନ ରେ ବିଭୂଷିତ କରିଥିଲେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ,ବିଶିଷ୍ଟ କବି ସଭାପତି ଶ୍ରୀ ଶ୍ରୀଧର ବାଗ ଙ୍କୁ।ଜାତୀୟ ସ୍ତରୀୟ ପୁରସ୍କାର ପାଇଥିବା ଭୂଖା ଚଳଚ୍ଚିତ୍ର ର ଗୀତ ର ଗାୟିକା ନୁର ବେଗମ୍ ଙ୍କୁ ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିବା ପରେ ଦର୍ଶକ ପୁଣି ତାଙ୍କର କଣ୍ଠ ସ୍ୱର ରେ ସେଇ ଗୀତ ‘ଫଟାଇ ଖାଇଲି ବେଲ’ ପୁଣି ଶୁଣିବାର ସୁଯୋଗ ପାଇଥିଲେ ।ସଭା କାର୍ଯ୍ୟ ସମୂହ ର ସଂଯୋଜନା କରିଥିଲେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ କବି ଶ୍ରୀ ଲକ୍ଷ୍ମୀ ନାରାୟଣ ସାହୁ।ଏହା ପର ପର୍ଯ୍ୟାୟ ରେ କମେଡି କୁଇନ୍ ଙ୍କ ଡ୍ରାମା ସହିତ ଜାତୀୟ ସ୍ତର ରେ ସୋନପୁର୍ ମାଟିର ନାଁ କରା ନୃତ୍ୟ ଗୀତ ଅନୁଷ୍ଠାନ ‘ପଏଁରୀ ‘ ଭୀମ ଭୋଇ କଳା ପରିଷଦ ବୀର ମହାରାଜ ପୁର ଓ ବଲାଙ୍ଗୀର ର ବଜାଶାଲ ର ସମ୍ବଲପୁରୀ ନୃତ୍ୟ ଗୀତ ର ତାଳେ ତାଳେ ଝୁମି ଯାଇଥିଲେ ଦର୍ଶକ ବୃନ୍ଦ। ଶେଷରେ ପାରମ୍ପରିକ ଦଣ୍ଡଗୁରୁ ବିପିନ ଜାଲ ଓ ସାଥୀ ଙ୍କ ଦଣ୍ଡ ନୃତ୍ୟ ପରିବେଷଣ ପରେ ସଭାପତି ଙ୍କ ଧନ୍ୟବାଦ ଅର୍ପଣ ସହିତ କାର୍ଯ୍ୟକ୍ରମ ର ପରିସମାପ୍ତି ହୋଇଥିଲା। ବର୍ଷା ସତ୍ବେ ଦିନ ପ୍ରାୟ ୨ ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବହୁ ସଂଖ୍ୟା ରେ ଦର୍ଶକ ଯୋଗ ଦେଇ କାର୍ଯ୍ୟକ୍ରମ ସଫଳ କରିବା ସହିତ ବହୁତ୍ ଉପଭୋଗ କରିଥିଲେ। ପ୍ରଥମ ଥର ପାଇଁ ଧୁମ୍ ଧାମ ରେ ଜିଲ୍ଲା ପ୍ରଶାସନ ସହଯୋଗ ରେ ତନୁସାନ୍ ପରିବାର ବହିଦାର ସାର୍ ଙ୍କ ସ୍ମୃତି ଚାରଣ ସହିତ ସମ୍ବଲପୁରୀ ଦିନ ପାଳନ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛି l
ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )