August 30, 2026
Home » ସୁବର୍ଣ୍ଣପୁର ରେ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଜୟନ୍ତୀ ତଥା ଜାତୀୟ କ୍ରୀଡ଼ା ଦିବସ ପାଳିତ

ସୁବର୍ଣ୍ଣପୁର ରେ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଜୟନ୍ତୀ ତଥା ଜାତୀୟ କ୍ରୀଡ଼ା ଦିବସ ପାଳିତ

0
WhatsApp Image 2026-08-30 at 12.56.41 PM

 

 

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ରେ ମେଜର ଧ୍ୟାନଚାନ୍ଦ ଙ୍କ ଜନ୍ମ ଜୟନ୍ତୀ ତଥା ଜାତୀୟ କ୍ରୀଡା ଦିବସ ସୁବର୍ଣ୍ଣପୁର ଜିଲ୍ଲା ରେ ପାଳିତ ହୋଇଯାଇଛି lଏହି ଅବସରରେ “ମାସ୍ ସାଇକେଲ୍ ରାଲି (ସଣ୍ଡେ ସାଇକ୍ଲିଂ)” ଓ ସକାଳ ୭.୦୦ ଘଟିକାରେ ରାମେଶ୍ୱର ଷ୍ଟାଡିୟମ୍‌ ରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ଏହି ସଭାରେ ଜିଲ୍ଲାପାଳ ଡ. ନୃପରାଜ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ଶିବିରକୁ ଶୁଭ ଉଦଘାଟନ କରିଥିଲେ l ସମ୍ମାନୀତ ଅତିଥି ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ ) ଶ୍ରୀମତୀ ଅଞ୍ଜଳିନା ପ୍ରଧାନ, state Executive Member, Bharatiya Janata party ଶ୍ରୀ ପ୍ରମୋଦ ମହାପାତ୍ର, ଅଧ୍ୟକ୍ଷା, ପୌରପରିଷଦ ସୋନପୁର ଶ୍ରୀମତୀ ତାମସୀ ତାମସ୍ମିତା ନାୟକ, ସ୍ଵଚ୍ଛ ଭାରତ ସଙ୍ଗଠନ ସଦସ୍ୟ ମନୋରଞ୍ଜନ ତ୍ରିପାଠୀ,ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ଯମୁନା ପ୍ରଧାନ, ମଞ୍ଚାସୀନ ହୋଇଥିଲେ l ସଭା ପରେ ପରେ ସମସ୍ତ ଅତିଥିଙ୍କ ଦ୍ଵାରା ଧଳା ପତାକା ଦେଖେଇ ମାସ୍ ସାଇକେଲ୍ ରାଲି (ସଣ୍ଡେ ସାଇକ୍ଲିଂ) ର ଶୁଭାରମ୍ଭ କରାଯାଇଥିଲା l ଏହି ମାସ୍ ସାଇକେଲ୍ ରାଲି (ସଣ୍ଡେ ସାଇକ୍ଲିଂ) ରାମେଶ୍ୱର ଷ୍ଟାଡିୟମ୍‌ର ଇଣ୍ଡୋର୍ ହଲ୍‌ଠାରୁ ଆରମ୍ଭ ହୋଇ ସୁରେଶ୍ୱରୀ ମନ୍ଦିର ଛକ, ସୁବର୍ଣ୍ଣମେରୁ ମନ୍ଦିର ହେଲିପ୍ୟାଡ୍ ରୋଡ୍, ସର୍କିଟ୍ ହାଉସ,ସ୍ୱିମିଂ ପୁଲ୍,ଇଣ୍ଡୋର୍ ହଲ୍, ରାମେଶ୍ୱର ଷ୍ଟାଡିୟମ୍, ସୁବର୍ଣ୍ଣପୁର ଠାରେ ଶେଷ ହୋଇଛି l
ଏହି ରାଲି ରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସୋନପୁର, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସୋନପୁର(ଖେଳ ଇଣ୍ଡିଆ), ମହାରାଜା ଉଚ୍ଚ ବିଦ୍ୟାଳୟ, କୋଶଳ ଉଚ୍ଚ ବିଦ୍ୟାଳୟ, ପ୍ରଜ୍ଞା ଭାରତୀ ଆବାସିକ ବିଦ୍ୟାଳୟ, ସୋନପୁର ମହାବିଦ୍ୟାଳୟର (NCC), Infinity ର ଛାତ୍ରଛାତ୍ରୀମାନେ ଏବଂ ଶିକ୍ଷକ/ ଶିକ୍ଷୟିତ୍ରୀ, ସ୍ଵଚ୍ଛ ଭାରତ ସଂଗଠନର ସଦସ୍ୟ , ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ବାଲାଜୀ ବିଶ୍ଵନାଥ, ସମେତ ଶାରୀରିକ ଶିକ୍ଷୟିତ୍ରୀ ଶ୍ରୀମତୀ ସନ୍ଧ୍ୟାରାଣୀ ଖେତି, ଶ୍ରୀ ଆଶିଷ କୁମାର ଅଗ୍ରୱାଲ ,
କୋଚ୍ ଖେଲୋ ଇଣ୍ଡିଆ ଶ୍ରୀ ମହମ୍ମଦ କଳିମ, ସାମ୍ବାଦିକ ତଥା ବୈଦ୍ୟୁତିକ ଗଣମାଧ୍ୟମ ମଧ୍ୟ ଉପସ୍ଥିତ ଥିଲେ l ଜାତୀୟ କ୍ରୀଡା ଦିବସ ପାଳନ କାର୍ଯ୍ୟକ୍ରମ କୁ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଚିତ୍ତରଞ୍ଜନ ମିଶ୍ର ସଂଯୋଜନା ଓ ଆୟୋଜନ କରିଥିଲେ l ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *