ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ – 2026 : ରାମଧୁନ କ୍ଲବ ଚମ୍ପିୟାନ
ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍ ର ଫାଇନାଲ ମ୍ୟାଚ ରେ ସୋନପୁର ବ୍ଲକ୍ ଚମ୍ପିଆନ ଗୋବିନ୍ଦପୁର ଏଫ ସି ଦଳ ଓ ରାମଧୁନ କ୍ଲବ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଆଜିର ଏହି ମ୍ୟାଚରେ ରାମଧୁନ କ୍ଲବ 3-2 ଗୋଲ ରେ ବିଜୟୀ ହୋଇ ଚମ୍ପିୟାନ ହୋଇଛି l ଆଜିର ମ୍ୟାଚରେ ରେଫରି ଭାବରେ ସଞ୍ଜୀବ ସାହୁ,ସୁନୀଲ ମହାଳିଙ୍ଗ, ସୁଶାନ୍ତ ବାଗ, ଅନିତା ମହାନନ୍ଦ, ମ୍ୟାଚ କମିଶନର ଜିତେନ୍ଦ୍ର ଥନାପତି ଏବଂ ଭୁକଲୁ ବକ୍ସି ଖେଳ ପରିଚାଳନା କରିଥିଲେ | ଆଜି ଏଇ ଖେଳ କୁ ମୁଖ୍ୟ ଅତିଥି ରୂପେ ପୂର୍ବତନ ମନ୍ତ୍ରୀ ତଥା ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ, ସମ୍ମାନିତ ଅତିଥି ରୂପେ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଡ.ନୃପରାଜ ସାହୁ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାଏକ, ଡ଼ିଏସପି ରେଣୁକା ସୁନା, ପୂର୍ବତନ ନଗରପାଳ କଇରୁ ସ୍ୱାଇଁ, ବିଶିଷ୍ଟ ସମାଜସେଵୀ ଶ୍ରୀବତ୍ସ ମଲ୍ଲିକ, ଗୋବିନ୍ଦ ମହାରଣା, ନାରାୟଣପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରମୋଦ ଧରୁଆ ଉପସ୍ଥିତ ରହି ମ୍ୟାଚକୁ ଉଦଘାଟନ କରିଥିଲେ ଏବଂ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ଆଜିର ଏହି ମ୍ୟାଚରେ ମ୍ୟାନ ଅଫ ଦି ମ୍ୟାଚ ଓ ବେଷ୍ଟ ଆମେରଯ଼ିଙ୍ଗ ଖେଳାଳୀ ଭାବେ ରାମଧୁନ କ୍ଲବର ଚନ୍ଦନ ବେହେରା, ମ୍ୟାନ ଅଫ ଦି ସିରିଜ ଭାବରେ ରାମଧୁନ କ୍ଳବ ର ପାରସ ମହାନନ୍ଦ, ବେଷ୍ଟ ଡିଫେନସ ଭାବେ ରାମଧୁନ କ୍ଲବ ର କିରନ ନାଏକ ଓ ବେଷ୍ଟ ଗୋଲ କିପର ଭାବରେ ଗୋବିନ୍ଦପୁର ଏଫ ସି ଦଳ ର ଗରିବ ବାଗକୁ କୁ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା l

ଚମ୍ପିୟାନ ଦଳ ଭାବରେ ରାମଧୁନ କ୍ଲବ କୁ ବାର ହଜାର ଅର୍ଥ ରାଶି ସହିତ ଟ୍ରଫି ଏବଂ ରନର୍ସ ଅଫ ଦଳ ଭାବେ ଗୋବିନ୍ଦପୁର ଏଫ ସି ଦଳ କୁ ଦଶ ହଜାର ଅର୍ଥ ରାଶି ସହିତ ଟ୍ରଫିପ୍ରଦାନ କରାଯାଇଥିଲା l ଡିଷ୍ଟିକ ଏଥଲେଟିକ ଆସୋସିଏସନ ର ଉପ ସଭାପତି ଚିତ୍ତରଞ୍ଜନ ତରସିଆ, ଫୁଟବଲ ସମ୍ପାଦକ ରାଜୀବ ସାହୁ, ଭଲିବଲ ସମ୍ପାଦକ ପୁରୁଷୋତ୍ତମ ପାଣିଗ୍ରାହୀ, ଡିଷ୍ଟିକ ଏଥଲେଟିକ ଆସୋସିଏସନ ର କାର୍ଯ୍ୟକାରୀ ସଦସ୍ୟ ଦିଲ୍ଲିପ ଗୁରୁ, ଜିତେନ୍ଦ୍ର ସାହୁ, ବଳରାମ ପଟ୍ଟନାୟକ ଯୋଗ ଦେଇ ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ l ବରିଷ୍ଠ ସଦସ୍ୟ ଦିଗାମ୍ବର ଶତପଥୀ, ମନୋରଞ୍ଜନ ତ୍ରିପାଠୀ,ସଂଜୟ ସାହୁ,ସୁବାସ ବିଶ୍ୱାଳ ସଭା ପରିଚାଳନା ଓ ଖେଳ ର ଧାରା ବିବରଣୀ ପ୍ରଦାନ କରିଥିଲେ l ଡିଷ୍ଟକ ଏଥେଲେଟିକ ଆସୋସିଏସନ ର ସାଧାରଣ ସମ୍ପାଦକ ପୀୟୂଷ ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନ ରେ ସମସ୍ତ କାର୍ଯ୍ଯକ୍ରମ ଅନୁଷ୍ଟିତ ହୋଇଥିବା ବେଳେ ବିକାଶ ପଣ୍ତା ଧନ୍ଯବାଦ ଅର୍ପଣ କରିଥିଲେ l କୋଚ କଳିମ ମହମ୍ମଦ,ବିକାଶ ପାଢ଼ୀ,ରାଜ କୁମାର ନାଏକ୍,ଅନିଲ ସାହୁ, ରବି ନାରାୟଣ ଦେହୁରୀ, ବୁବୁନ୍ ନାଏକ୍, ଅମିତ ସାହୁ, ଚନ୍ଦନ ସାହୁ,ଦିଲୀପ ସାହୁ, ରିପୁନ ନାଏକ, ବାଳଗୋପାଳ ମିଶ୍ର, ପ୍ରମୁଖ କ୍ରୀଡ଼ା ସଂଘ ର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
