October 10, 2024
Home » ସୁଭଦ୍ରା ଯୋଜନାର ପ୍ରକ୍ରିୟା ସମ୍ପୂର୍ଣ୍ଣ ଦେୟମୁକ୍ତ ଏବଂ ସାମିଲ ହେବା ଏକ ନିରନ୍ତର ପ୍ରକ୍ରିୟା; ଆବେଦନ ସମୟ ସୀମାର କୌଣସି ଅବଧି ନାହିଁ : . ସୁବର୍ଣ୍ଣପୁର,ଜିଲ୍ଲାପାଳ l

ସୁଭଦ୍ରା ଯୋଜନାର ପ୍ରକ୍ରିୟା ସମ୍ପୂର୍ଣ୍ଣ ଦେୟମୁକ୍ତ ଏବଂ ସାମିଲ ହେବା ଏକ ନିରନ୍ତର ପ୍ରକ୍ରିୟା; ଆବେଦନ ସମୟ ସୀମାର କୌଣସି ଅବଧି ନାହିଁ : . ସୁବର୍ଣ୍ଣପୁର,ଜିଲ୍ଲାପାଳ l

0

 

ସୁବର୍ଣ୍ଣପୁର— ମହିଳାଙ୍କୁ ଆର୍ଥିକ ସଶକ୍ତିକରଣ ପାଇଁ ରାଜ୍ୟ ସରକାରଙ୍କ ‘ସୁଭଦ୍ରା’ ଯୋଜନା ସୁବର୍ଣ୍ଣପୁର ଜିଲ୍ଲାରେ ଆରମ୍ଭ ହୋଇଛି। ଜିଲ୍ଲାରେ ଯୋଜନାର ଶାନ୍ତି ଶୃଙ୍ଖଳାର ସହ ସଫଳ ନିମନ୍ତେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଳାସ୍ତରୀୟ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ଯୋଜନାର ସଫଳ ରୂପାୟନ ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିବା ସହ ପ୍ରଶାସନିକ ପ୍ରସ୍ତୁତି ଉପରେ ସୂଚନା ପ୍ରଦାନ କରିଥିଲେ। ଏହି ଯୋଜନା ନିମନ୍ତେ କୌଣସି ନିର୍ଦ୍ଧିଷ୍ଟ ସମୟ ଅବଧି ନଥିବା କହିବା ସହ ଏହି ଯୋଜନାର ପ୍ରକ୍ରିୟା ସମ୍ପୂର୍ଣ୍ଣ ଦେୟମୁକ୍ତ ଏବଂ ସାମିଲ ହେବା ଏକ ନିରନ୍ତର ପ୍ରକ୍ରିୟା ଏଣୁ ହିତାଧିକାରୀ ଫର୍ମ ଆବେଦନ ପାଇଁ କୌଣସି ପ୍ରକାର ଅଧର୍ଯ୍ୟ ନ ହେବାକୁ ଅନୁରୋଧ କରିଛନ୍ତି । ଜିଲ୍ଲପାଳ ଏହି ପରିପ୍ରେକ୍ଷୀରେ ଯୋଜନାରେ ଅନ୍ତର୍ଭୁକ୍ତ ହେବା ନିମନ୍ତେ ରହିଥିବା ସରକାରଙ୍କ ଵିଧି ବ୍ୟବସ୍ଥା, ହିତାଧିକାରୀଙ୍କ ପାଇଁ ଯୋଗ୍ୟତା, ଫର୍ମ ଆବେଦନ ଓ ଗ୍ରହଣ ପକ୍ରିୟା, ଯୋଜନା କାର୍ଯ୍ୟକାରିତାରେ ସ୍ୱଛତା ତଥା ସଠିକ ପରିଚାଳନା ନିମିତ୍ତ ପ୍ରଶାସନିକ ବ୍ୟବସ୍ଥାର ସୂଚନା ଦେଇଥିଲେ। ଯୋଜନାରେ ଜିଲ୍ଲାର ୧ ଲକ୍ଷ ୫୨ ହଜାର.୦୧୭ ପରିବାରର ଅନ୍ୟୁନ୍ୟ ୨ଲକ୍ଷ ୯୦ ହଜାର ମହିଳାଙ୍କୁ ଅନ୍ତର୍ଭୁକ୍ତ କରିବା ଲକ୍ଷ୍ୟ ରଖାଯାଇଛି। ଯୋଜନାର ସୁବ୍ୟବସ୍ଥିତ ପରିଚାଳନା ପାଇଁ ଜିଲାର ୧୧୫୬ ଟି ଅଙ୍ଗନବାଡ଼ି କେନ୍ଦ୍ରରେ ସମସ୍ତ ହିତାଧୂକାରୀଙ୍କ ନିକଟରେ ଆବେଦନ ଫର୍ମ ପହଞ୍ଚାଇବା ନିମନ୍ତେ ପଦକ୍ଷେପ ନିଆଯାଇଛି। ଜିଲାରେ ମୋଟ ୩୦୪ ଟି ଜନସେବା କେନ୍ଦ୍ର (ସିଏସ୍‌ସି) ଓ ୧୭୨ ଟି ମୋ ସେବା କେନ୍ଦ୍ର (ଏମଏସକେ) କେନ୍ଦ୍ରରେ ଆବେଦନ ଫର୍ମ ଗ୍ରହଣ କରାଯିବାର ବ୍ୟବସ୍ଥା ରହିଥିବା ସୂଚୀତ କରିଥିଲେ । କେନ୍ଦ୍ରକୁ ଆସୁଥିବା ହିତାଧିକାରୀଙ୍କ ସୁବିଧା ଦୃଷ୍ଟିରୁ କେନ୍ଦ୍ରରେ ପାନୀୟ ଜଳ, ଅପେକ୍ଷାସ୍ଥଳ ଓ ଶୌଚାଳୟ ଆଦିର ସୁବ୍ୟବସ୍ଥା ପାଇଁ ସମ୍ପୃକ୍ତ ବ୍ଲକ ସ୍ତରୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। କେନ୍ଦ୍ର ଗୁଡିକରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ପ୍ରଶାସନକୁ ସଜାଗ ରଖାଯାଇଛି।

 

ଆଧାର ସମ୍ବନ୍ଧୀୟ ତଥ୍ୟ ସଂଶୋଧନ ନିମନ୍ତେ ଜିଲ୍ଲାର ସମସ୍ତ ବ୍ଲକରେ ସ୍ଥାୟୀ ଆଧାର କେନ୍ଦ୍ର ବ୍ୟତିରକେ ଆହୁରି ୫ ଟି ଲେଖାଏଁ ଆଧାର ସମ୍ୱନ୍ଧୀୟ ତଥ୍ୟ ସଂଶୋଧନ ନିମନ୍ତେ ଆଧାର କ୍ୟାମ୍ପ ଅନୁଷ୍ଠିତ କରାଯିବା ଉପରେ କହିଥିଲେ । ଆବେଦନ ନିମନ୍ତେ ହିତାଧିକାରୀ ମହିଳାଙ୍କ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଧାର୍ଯ୍ୟ ତା.୦୧.୦୭.୨୦୨୪ରିଖ ସୁଦ୍ଧା ବୟସ ୨୧ ବର୍ଷ କିମ୍ବା ତା ଠାରୁ ଅଧୁକ ଏବଂ ୬୦ ବର୍ଷରୁ କମ ହେବା ଆବଶ୍ୟକ । ଚେଣୁ, ଆବେଦନକାରୀ ଙ୍କ ଜନ୍ମତାରିଖ ୦୨.୦୭.୧୯୬୪ ଠାରୁ ୦୧/୦୭/୨୦୦୩ ପର୍ଯ୍ୟନ୍ତ ହେବା ଆବଶ୍ୟକ । ଯେଉଁ ମହିଳା ୦୧.୦୭.୨୦୨୪ ପରେ ୬୦ବର୍ଷ ପୂରଣ କରିବେ ତାଙ୍କୁ ଅବଧୂର ଅବଶିଷ୍ଟ ବର୍ଷଗୁଡିକ ପାଇଁ ଏହି ସହାୟତା ଦିଆଯିବ ନାହିଁ ବୋଲି ସୁଭଦ୍ରା ନିର୍ଦ୍ଦେଶାବଳୀରୁ ଜଣା ପଡିଛି । ଆବେଦନକାରୀ ଓଡିଶାର ବାସିନ୍ଦା ହୋଇଥିବେ ଏବଂ ଏନ ଏଫ ଏସ ଏ ଅଥବା ଏସ ଏଫ ଏସ ଏ ରେ ଅନ୍ତର୍ଭୁକ୍ତ ହୋଇଥିବେ । ଏକ ମୁଦ୍ରିତ ଫର୍ମ ପୂରଣ ସହିତ ଅଫଲାଇନ ତଥା ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ଅନ୍ ଲାଇନରେ କରାଯାଇପାରିବ । ଅଙ୍ଗନବାଡି କେନ୍ଦ୍ର, ବ୍ଳକ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର, ସାଧାରଣ ସେବା କେନ୍ଦ୍ର ଇତ୍ୟାଦିରେ ମୁଦ୍ରିତ ଆବେଦନ ଫର୍ମ ମାଗଣାରେ ଉପଲବ୍ଧ ହେବ । ଆବେଦନକାରୀମାନେ ଫର୍ମ ପୂରଣ କରି ଏହାକୁ ନିକଟସ୍ଥ ମୋ ସେବା କେନ୍ଦ୍ର, ସାଧାରଣ ସେବା କେନ୍ଦ୍ରରେ ଦାଖଲ କରିବେ । ହିତାଧିକାରୀ ମାନେ ଏକକ ଧାରକ ସଂଚୟ ଖାତା କୁ ନିଶ୍ଚିତ କରିବାକୁ ପରାମର୍ଶ କରାଯାଇଥିବା ବେଳେ ହିତାଧିକାରୀ ସଂଚୟ ଖାତା ସମ୍ବନ୍ଧୀୟ କୌଣସି ଅସୁବିଧା ଥିଲେ ତୁରନ୍ତ ସମାଧାନ ନିମନ୍ତେ ପଦକ୍ଷେପ ନେବାକୁ ଜିଲ୍ଲାରେ ଅବସ୍ଥାପିତ ସମସ୍ତ ବ୍ୟାଙ୍କ ଓ ପୋଷ୍ଟ ଅଫିସ କତୃପକ୍ଷଙ୍କୁ ପ୍ରଶାସନ ତରଫରୁ ନିର୍ଦେଶ ଦିଆଯାଇଛି। ସୁଭଦ୍ରା ଯୋଜନା ସମ୍ପର୍କିତ କୌଣସି ସୁବିଧା ଅସୁବିଧା ର ତୁରନ୍ତ ସମାଧାନ ପାଇଁ ପ୍ରତି ବ୍ଲକ ସ୍ତରରେ ପରିଚାଳନା ନିୟନ୍ତ୍ରଣ କକ୍ଷ ଖୋଲା ଯାଇଛି। ସେହିପରି ଜିଲ୍ଲାସ୍ତରରେ ମଧ୍ୟ କଣ୍ଟ୍ରୋଲ ରୁମ ଖୋଲା ଯାଇ ଜନସାଧାରଣଙ୍କ ସମସ୍ୟା ର ତୁରନ୍ତ ସମାଧାନ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ତତ୍ତ୍ୱାବଧାନରେ କରାଯିବ। ପୁନଶ୍ଚ ଯୋଜନା ସହାୟତା ନିମନ୍ତେ ବ୍ଲକ କାର୍ଯ୍ୟାଳୟ ସ୍ଥିତ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟରେ ଜନସାଧାରଣଙ୍କୁ ଆବଶ୍ୟକ ସହଯୋଗ ଓ ସୂଚନା ନିମନ୍ତେ ‘ ସହାୟତା କେନ୍ଦ୍ର’ ଖୋଲାଯାଇଛି। ଜିଲ୍ଲାର ପ୍ରତି ପଞ୍ଚାୟତସ୍ତରରେ ବିଶେଷ ସଚେତନ‌ତା ସୃଷ୍ଟି କରିବା, ଫର୍ମ ବଣ୍ଟନ ଓ ପୂରଣ ତଥା ଦାଖଲ କାର୍ଯ୍ୟର ତଦାରଖ ନିମନ୍ତେ ବିଡ଼ିଓ ଆଇସିଡିଏସ୍ ସୁପରଭାଇଜର, ସିଆର୍‌ପି, ଏମ୍‌ବିକେଙ୍କୁ ନୋଡାଲ ଅଧିକାର ଭାବେ ଦାୟିତ୍ଵ ଦିଆଯାଇଛି।ସେହିପରି ବ୍ଲକ ସ୍ତରରେ ବିଡ଼ିଓ ଙ୍କ ଅଧ୍ୟକ୍ଷତାରେ ଓ ଜିଲ୍ଲା ସ୍ତରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଯୋଜନାର ସୁ ପରିଚାଳନା ନିମନ୍ତେ ତଦାରଖ କମିଟି ଗଠନ କରାଯାଇଛି l ଯୋଜନାର ବ୍ୟବସ୍ଥିତ ଓ ସୁନିଶ୍ଚିତ ସଫଳତା ପାଇଁ ପ୍ରତ୍ୟହ କାର୍ଯ୍ୟର ସମୀକ୍ଷା କରାଯାଉଥିବା ଜିଲ୍ଲାପାଳ ବୈଠକରେ ସୂଚୀତ କରିଥିଲେ। ସମସ୍ତ ଗ୍ରାହକ ସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ରରେ ଫର୍ମ ଗୁଡ଼ିକର ଡିଜିଟାଇଜେସନ କାର୍ଯ୍ୟର ତଦାରଖ ନିମନ୍ତେ ସମ୍ପୃକ୍ତ ଗ୍ରାମ ପଞ୍ଚାୟତ ନିମନ୍ତେ ନିୟୋଜିତ ଥିବା ନୋଡାଲ ଅଧିକାରୀ ଓ ଅଙ୍ଗନବାଡି କର୍ମୀଙ୍କୁ ଦାୟିତ୍ଵ ଦିଆଯାଇଛି। ଜିଲା ପରିଚାଳକ ଗ୍ରାହକ ସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ରର ପରିଚାଳକଙ୍କୁ ନିଶୁଳ୍କ ସେବା ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଛି। ଯଦି କୌଣସି କେନ୍ଦ୍ରରେ ବେନିୟମ ଆର୍ଥିକ କାରବାର ଅଭିଯୋଗ ହୁଏ, ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲାପାଳ କଡ଼ା ନିର୍ଦେଶ ଦେଇଛନ୍ତି । ଆପତ୍ତି ଅଭିଯୋଗ ଅଥବା ତଦଜନିତ କୌଣସି ସହାୟତା ନିମନ୍ତେ ଟୋଲ ଫ୍ରି ନମ୍ବର ୧୪୬୭୮ ରେ ଯୋଗାଯୋଗ କରିପାରିବେ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲା ସମାଜ ମଙ୍ଗଳ ଅଧିକାରୀ ଅନୁପମା ପଣ୍ଡା ଏବଂ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ସମେତ ଜିଲ୍ଲାର ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ।

 

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *