April 27, 2025
Home » ସେବା ପକ୍ଷ ଅବସରରେ ମେଗା ରକ୍ତଦାନ ଶିବିର

ସେବା ପକ୍ଷ ଅବସରରେ ମେଗା ରକ୍ତଦାନ ଶିବିର

0
WhatsApp Image 2024-09-29 at 7.29.02 PM

 

ବ୍ରହ୍ମପୁର, ୨୯|୦୯|୨୦୨୪ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଙ୍କ ଆହ୍ଵାନ କ୍ରମେ ସାରା ଭାରତରେ ଭାରତୀୟ ଜନତା ପାର୍ଟି ତରଫରୁ ସେବା ପକ୍ଷ ଜାରି ରହିଛି l ଆଜି ବ୍ରହ୍ମପୁର ବିଧାୟକ ଶ୍ରୀ କେ ଅନିଲ କୁମାର ଙ୍କ ନେତୃତ୍ଵରେ ଗାନ୍ଧୀ ନଗର ସ୍ଥିତ ଛାୟା ସେଲିବ୍ରେସନ ଠାରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା,ଉକ୍ତ ଶିବିରରେ ୩୫୦ ରୁ ଉର୍ଦ୍ଧ ରକ୍ତ ସଂଗ୍ରହ ହୋଇଛି, ଗଞ୍ଜାମ ଜିଲ୍ଲା ର ରକ୍ତ ଅଭାବ ଦୁର କରିବା ପାଇଁ ଆଗାମୀ ଦିନ ରେ ଆହୁରି ଅଧିକ ଶିବିର ର ଆୟୋଜନ କରାଯିବ ବୋଲି ବ୍ରହ୍ମପୁର ବିଧାୟକ କହିଛନ୍ତି | ଉକ୍ତ କାର୍ଯ୍ୟକ୍ରମ ରେ ବିଜେପି ବରିଷ୍ଠ ନେତା ତଥା ଆଇନଜୀବି ଶିଶିର ପାଢୀ, ଲୋକସଭା ପ୍ରଭାରୀ ସରୋଜ ସାବତ,ରାଜ୍ଯ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଶ୍ରୀମତୀ ବବିତା ପାତ୍ର , ବିଧାୟକଙ୍କ ମହାନଗର ନିଗମ ପ୍ରତିନିଧି ତଥା ଆଇନଜୀବୀ ଅଶୋକ କୁମାର ଶୁକ୍ଲା ,ବ୍ରହ୍ମପୁର ବିଧାନସଭା ସଦସ୍ୟତା ଗ୍ରହଣ ପ୍ରଭାରୀ ବନମାଳୀ ସେଠି, ରାଜ୍ୟ ଦକ୍ଷିଣ ଜୋନ ସେବାପକ୍ଷ ପ୍ରମୁଖ ଡ଼ଃ ଅମୁଲ୍ୟ ଚୌଧୁରୀ, ବରିଷ୍ଠ ବିଜେପି ନେତା ବିଷ୍ଣୁ ସୁବୁଦ୍ଧି, ରାମ ସାମଲ, କର୍ପୋରେଟର ସବିତା ସାହୁ, ପ୍ରଶାନ୍ତ ପଟ୍ଟନାୟକ, ମେୟର ପାର୍ଥିନୀ ଶ୍ରୀମତୀ ଡ଼ଃ ସବିତା ସୁଆର ପାଣିଗ୍ରାହୀ , ଜିଲ୍ଲା ସାଧାରଣ ସମ୍ପାଦକ ସିଦ୍ଧାନ୍ତ ଗଙ୍ଗଦେବ, ଜିଲ୍ଲା ସଂପାଦକ ବଲକୃଷ୍ଣ ସାମନ୍ତରା,ରାଜୀବ କୁମାର ମିଶ୍ର,ଜିଲ୍ଲା ମହିଳା ମୋର୍ଚ୍ଚା ରତ୍ନଗଭା ସରସ୍ବତୀ, ବର୍ଷା ବିଦୁସ୍ମିତା,ମନିତା ଦାସ ଙ୍କ ସହ ପ୍ରଦୀପ ନାୟକ, ପ୍ରଣୟ ମହାପାତ୍ର, ପ୍ରଦୀପ ମିଶ୍ର, ଶରତ ପଟ୍ଟନାୟକ, ବଦ୍ରୀ ନାୟକ, ରଞ୍ଜିତ ପଟ୍ଟନାୟକ, ରାମ ମୁରାରୀ ତ୍ରିପାଠୀ, ସଞ୍ଜୟ ଜେନା, ପତିତ ଗନ୍ତାୟତ, ପ୍ରକାଶ ନାଇଡ଼ୁ, ସନ୍ଦୀପ ସାହୁ ଙ୍କ ସହ ବହୁ ବିଜେପି କାର୍ଯ୍ୟକର୍ତା ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ l

Leave a Reply

Your email address will not be published. Required fields are marked *