ସୋନପୁର ଥାନାରେ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ପ୍ରଦାନ
ସୁବର୍ଣ୍ଣପୁର—– ଓଡ଼ିଶା ସରକାର ଓ ପୋଲିସ ମହାନିର୍ଦ୍ଦେଶକ ଙ୍କ ନିର୍ଦ୍ଦେଶ କ୍ରମେ ଓ ସୁବର୍ଣ୍ଣପୁର ଏସପିଙ୍କ ପରାମର୍ଶ କ୍ରମେ ରବିବାର ଦିନ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ୍ ପକ୍ଷରୁ ସୋନପୁର ଥାନା ପରିସରରେ ବରିଷ୍ଠ ନାଗରିକ ପରିଚୟ ପତ୍ର ପ୍ରଦାନ ଉତ୍ସବ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଯାଦବ ବାଗ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ଉତ୍ସଵରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଉପଖଣ୍ଡ ଆରକ୍ଷୀ ଅଧିକାରୀ କଲ୍ୟାଣୀ ବେହେରା ଯୋଗ ଦେଇ ବରିଷ୍ଠ ନାଗରିକ ମାନେ ଏକା ନୁହନ୍ତି ତାଙ୍କୁ ପୋଲିସ ସବୁଠି ସବୁବେଳେ ସାହାଯ୍ୟ କରିବାକୁ ସଜାଗ ରହିଛି ବୋଲି କହିଥିଲେ । ବରିଷ୍ଟ ନଗରିକ ମାନେ ଅନ୍ ଲାଇନ ମାଧ୍ୟମରେ ବ୍ୟାପକ ଭାବରେ ସାଇବର ଠକେଇର ଶିକାର ହେଉଥିବାରୁ ଅଫ୍ ଲାଇନ କୁ ପ୍ରାଥମିକତା ଦେବାକୁ ଅନୁରୋଧ କରିଥିଲେ ଏବଂ କିଛି ଖରାପ ପରିସ୍ଥିତି ହେଲେ ଚୁପ୍ ନ ରହି ପୋଲିସ କୁ ନିଶ୍ଚୟ ସୂଚନା ଦେବାକୁ ପରାମର୍ଶ ଦେଇଥିଲେ । ପ୍ରଥମ ପର୍ଯ୍ୟାୟ ରେ ସହର ର ୧୩ ଜଣ ବରିଷ୍ଠ ନାଗରିକଙ୍କୁ ଆଜି ପରିଚୟ ପତ୍ର ପ୍ରଦାନ କରିଥିଲେ । ଶ୍ରୀ ଯାଦବ ବାଗ ସଭା ସଂଯୋଜନା କରି ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ସୁଚନା ଫର୍ଦ୍ଧ ପ୍ରଦାନ ପୂର୍ବକ ଏହାର ନୀତି ନିୟମ ଓ ନିର୍ଦ୍ଦେଶାବଳୀ ପାଳନ କରିବାକୁ ଅନୁରୋଧ କରିଥିଲେ ଓ କୌଣସି ବି ଜାଗାରେ ଅସୁବିଧା ଭୋଗିଲେ ନିର୍ଯାତିତ ହେଲେ ପୋଲିସ କୁ ତୁରନ୍ତ ସୁଚନା ଦେବାକୁ କହିଥିଲେ । “ସମାଜ ଓ ଦେଶ ଗଠନରେ ବରିଷ୍ଠ ନାଗରିକଙ୍କ ପ୍ରମୁଖ ଦାୟିତ୍ୱ ରହିଛି l ନିଜ ର ସୁବିଧା ସୁଯୋଗ ନେବା ସହିତ ସମାଜ ପାଇଁ ଦେଶ ପାଇଁ ପର୍ଯ୍ୟାପ୍ତ ସମୟ ଦେବାକୁ ପଡିବ ବୋଲି ବରିଷ୍ଠ ନାଗରିକ ତଥା ଆଇନଜୀବୀ ପ୍ରଦୀପ ପୁରୋହିତ କହିଥିଲେ । ବରିଷ୍ଠ ନାଗରିକ ଦେଶ ପାଇଁ ଜଣେ ଜଣେ ବୁଢ଼ା ନୁହଁନ୍ତି ସେମାନେ ଦେଶ ପାଇଁ ଲୋଡ଼ା ବୋଲି କହିଥିଲେ । ସଭାରେ ବରିଷ୍ଠ ନାଗରିକ ମାନେ ମଧ୍ୟ ନିଜ ନିଜର ବିଭିନ୍ନ ସମସ୍ୟା ଓ ଅନୁଭୂତି ପ୍ରକାଶ କରିଥିଲେ । ପୋଲିସ ଏସଆଇ ଅମିତ ବେହେରା ସମସ୍ତ ବରିଷ୍ଟଙ୍କୁ ଉତ୍ସାହିତ ପୂର୍ବକ ଧନ୍ଯବାଦ ଅର୍ପଣ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
