April 18, 2026
Home » ସୋନପୁର ପିଏମଶ୍ରୀ ମହାରାଜା ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ସଂଘ କାର୍ଯ୍ୟକାରୀ କମିଟୀ ର ଜରୁରୀ ବୈଠକ ଅନୁଷ୍ଠିତ

ସୋନପୁର ପିଏମଶ୍ରୀ ମହାରାଜା ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ସଂଘ କାର୍ଯ୍ୟକାରୀ କମିଟୀ ର ଜରୁରୀ ବୈଠକ ଅନୁଷ୍ଠିତ

0
WhatsApp Image 2026-04-18 at 1.17.09 PM
ସୁବର୍ଣ୍ଣପୁର — ସୋନପୁର  ପିଏମଶ୍ରୀ ମହାରାଜା ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ସଂଘ କାର୍ଯ୍ୟକାରୀ କମିଟୀର ଏକ ଜରୁରୀ ବୈଠକ ଆଜି ସଂଘର ସଭାପତି ଗୋରେଖନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ବିଦ୍ୟାଳୟର ସାମୂହିକ ଉନ୍ନତି ସକାଶେ ବିଚାର ଆଲୋଚନା ହୋଇଥିଲା I ସଂଘର ଆକାଉଣ୍ଟରୁ ପ୍ରଥମେ ଏକ ଲକ୍ଷ ଟଙ୍କା ବିଦ୍ୟାଳୟର ଏକ ସ୍ମାର୍ଟ କ୍ଲାସ ସକାଶେ ଡିପୋଜିଟ କରାଯାଇଥିଲା ଯାହାର ମେଚିଂ ଗ୍ରାଣ୍ଟ ତିନି ଲକ୍ଷ ଟଙ୍କା ଆସିଛି ଯାହା ଏପର୍ଯ୍ୟନ୍ତ ଖର୍ଚ୍ଚ ହୋଇ ପାରି ନାହିଁ I ତାପରେ ସଂଘର ଏକାଉଣ୍ଟରୁ ଚାରିଲକ୍ଷ  ଟଙ୍କା ବିଦ୍ୟାଳୟର ଖୋଲାମଂଚ ସକାଶେ ଡିପୋଡିଟ ହୋଇଥିଲା ଯାହାର ମେଚିଂ ଗ୍ରାଣ୍ଟ ବାର ଲକ୍ଷ ଟଙ୍କା ମୋ ସ୍କୁଲ ଅଭିଯାନ ଯାହା ବର୍ତ୍ତମାନ ପଞ୍ଚସଖା ଶିକ୍ଷା ସେତୁ ଭାବେ ନାମିତ ହୋଇଛି ସେଥିରୁ ଆସିଥିଲା I ନିୟମିତ ପ୍ରଧାନ ଶିକ୍ଷକ ଅଭାବରେ ଉକ୍ତ ପାଣ୍ଠି ସବୁ କାମ ହୋଇ ନ ପାରି ପଡି ରହିଥିଲା I ବର୍ତ୍ତମାନ ତହିଁରୁ ଖୋଲା ମଂଚ ସକାଶେ ଆସିଥିବା ବାର ଲକ୍ଷ ଟଙ୍କା ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଆଦେଶମତେ ସୋନପୁର ବ୍ଲକ ଏକାଉଣ୍ଟରେ ଜମା କରାଯାଇଛି I
ଆଜିର ବୈଠକରେ ଆସନ୍ତା ମେ ମାସ ତିନି ତାରିଖ ରବିବାର ଦିନ ସକାଳ ନଅ ଘଣ୍ଟାରେ ବିଦ୍ୟାଳୟ ଶତାବ୍ଦୀ ହଲରେ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ସକାଶେ ଦିନ ଧାର୍ଯ୍ୟ  କରାଯାଇଛି I ବିଦ୍ୟାଳୟର ସମୂହ ଉନ୍ନତି ସକାଶେ ବ୍ୟକ୍ତିଗତ ଓ ସଂଘୀୟ ଦାନ ନିମନ୍ତେ ସମସ୍ତ ପୁରାତନ ଛାତ୍ରମାନଙ୍କୁ ବିନମ୍ର ନିବେଦନ କରାଯାଇଛି ଏବଂ ନିର୍ଦ୍ଧାରୀତ ଦିବସରେ ଯୋଗଦାନ କରି ନୂତନ କର୍ମକର୍ତ୍ତା ନିର୍ବାଚନରେ ଅଂଶ ଗ୍ରହଣ ନିମନ୍ତେ ସମସ୍ତଙ୍କୁ ଅନୁରୋଧ କରାଯାଇଛି I ବିଦ୍ୟାଳୟର ଜଣେ ନିୟମିତ ପ୍ରଧାନ ଶିକ୍ଷକ ନିଯୁକ୍ତ ସକାଶେ ପ୍ରଶାସନ ତଥା ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *