September 22, 2026
Home » ସୋନପୁର ବ୍ଲକ ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ l

ସୋନପୁର ବ୍ଲକ ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ l

0
WhatsApp Image 2026-09-21 at 4.44.19 PM (2)

ସୋନପୁର ବ୍ଲକ ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସଭାମଞ୍ଚ ରେ ଆୟୋଜିତ ହୋଇ ଯାଇଛି।ମାନବଜାତିର ହିତ ସାଧନ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଶୀର୍ଷକ ମୂଳ ପ୍ରସଙ୍ଗ ଆଧାରରେ କୃତ୍ରିମ ବୁଦ୍ଧିମତା ବନ୍ଧୁ ନା ଶତ୍ରୁ,ବୈଦ୍ୟୁତିକ ଯାନର ଭବିଷ୍ୟତ, ଆନ୍ତ ଉପଗ୍ରହ ଉପନିବେଶ,ମହାସାଗରରେ ପ୍ରଦୂଷଣ ବିଷୟକୁ ନେଇ ପ୍ରସ୍ତୁତ ସାତଟି ନାଟକ ଏହି ପ୍ରତିଯୋଗିତା ରେ ଛାତ୍ରୀ ଛାତ୍ର ମାନଙ୍କ ଦ୍ଵାରା ପ୍ରଦର୍ଶିତ ହୋଇଥିଲା। ବ୍ଲକ ଶିକ୍ଷା ଅଧିକାରୀ ଲକ୍ଷ୍ମଣ ମିଶ୍ର ଙ୍କ ତତ୍ତ୍ୱାବଧାନ ରେ ଏହି ପ୍ରତିଯୋଗିତା ରେ ବିଚାରକ ଭାବରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ନାଟ୍ୟକାର ରମେଶ ପ୍ରସାଦ ନାୟକ ଏବଂ ଗାଳ୍ପିକ ତଥା କଳାକାର କ୍ଷୀରୋଦ ବିହାରୀ ବିଶ୍ୱାଳ ଯୋଗଦେଇଥିଲେ । ମହାରାଜା ଉଚ୍ଚ ବିଦ୍ୟାଳୟ, ବାଳିକା ଉଚ୍ଚ ବିଦ୍ୟାଳୟ, କୁଶଳେଶ୍ଵର ଉଚ୍ଚ ବିଦ୍ୟାଳୟ, ହରଡ଼ଖୋଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଆଦର୍ଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଖରଝୁରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଓ ବଡଝିଙ୍କି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ନାଟକ ଦଳ ନାଟକ ପ୍ରଦର୍ଶନ କରିଥିଲେ। ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ନାଟକ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତର କୁ ଉନ୍ନୀତ ହୋଇଥିଲା। ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୣଷ୍ଣ ଚନ୍ଦ୍ର ପଣ୍ଡା, ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ପ୍ରଜ୍ଞା ପାରମିତା ଦାଶ, ବିଦ୍ୟାଳୟ ଓ ବଡଝିଙ୍କି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ମିଶ୍ର, ସିଆରସିସି ବୁଦ୍ଧଦେବ ସା,ବ୍ରତାନନ୍ଦ ଭୋଇ ,ପ୍ରସନ୍ନ କୁମାର ପଣ୍ଡା, ରିଚପାଲ ମେହେର, ଦୁର୍ଯ୍ୟୋଧନ ମେହେର ପ୍ରମୂଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ଅମ୍ବୁଜ ବିହାରୀ ଶତପଥୀ ସଂଯୋଜନା କରିଥିଲେ।ବାଳିକା ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସକ୍ରିୟ ସହଯୋଗ ପ୍ରଦାନ କରି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *