ସୋହେଲାରେ ଜିଲ୍ଲା ସାମ୍ବାଦିକ ୟୁନିଅନ (ଜାବ)ବରଗଡ ର କାର୍ଯ୍ୟକାରିଣୀ ବୈଠକ
ସୋହେଲା ସୋହେଲା ଭବନ, ସୋହେଲା ଠାରେ ଜିଲ୍ଲା ସାମ୍ବାଦିକ ୟୁନିଅନ (ଜାବ୍)ବରଗଡର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ରବି ପଣ୍ଡାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସାଧାରଣ ସମ୍ପାଦକ ବଦ୍ରୀ ପ୍ରସାଦ ସାହୁ ବୈଠକକୁ ପରିଚାଳନା କରିଥିଲେ। ବୈଠକରେ ଗୁରୁତ୍ୱପୂର୍ଣ ନିଷ୍ପତ୍ତି ନିଆଯାଇଛି। ଅକ୍ଟୋବର ୧୫ ତାରିଖ ସୁଦ୍ଧା ସଦସ୍ୟତା ଅଭିଯାନ ବନ୍ଦ କରିବା, ନଭେମ୍ବର ୧ ତାରିଖରେ ପଦ୍ମପୁର ଠାରେ ପରବର୍ତ୍ତୀ ନିର୍ବାଚନ କରିବା, ଓଡ଼ିଶା ସାମ୍ବାଦିକ ୟୁନିଅନ (OUJ) ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭଟଲି ଠାରେ ଆୟୋଜନ କରିବା ଏବଂ ଜାବ୍ ଭବନ ନିର୍ମାଣ ପାଇଁ ଜମି ଅତି ଶୀଘ୍ର ଚୂଡ଼ାନ୍ତ କରିବାକୁ ନିଷ୍ପତ୍ତି ହୋଇଛି।

ଭଟଲିରେ ହେବାକୁ ଥିବା ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ତାରିଖ ପରେ ଘୋଷଣା କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ସୋହେଲା ଦୁର୍ଗାପୂଜା କମିଟିର କାର୍ଯ୍ୟକାରୀ ସଭାପତି ତଥା ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ସାଧାରଣ ସମ୍ପାଦକ ପ୍ରମୋଦ କୁମାର ଦେବତା, ଉପ-ସଭାପତି ବଲବୀର ସିଂ ଠାକୁର ଓ ଗିରିଜେଶ ଖଡଙ୍ଗା ଅତିଥି ଭାବେ ଯୋଗଦେଇ ଦୁର୍ଗାପୂଜାର ନିମନ୍ତ୍ରଣ ପତ୍ର ଜାବ୍ ସଦସ୍ୟ ମାନଙ୍କୁ ପ୍ରଦାନ କରି ପୂଜା କାର୍ଯ୍ୟକ୍ରମରେ ଯୋଗଦେଇ କଭରେଜ୍ କରିବାକୁ ଅନୁରୋଧ କରିଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ଆଚାର୍ଯ୍ୟ ଭଟଲିରେ ହେବାକୁ ଥିବା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପାଇଁ ଆୟୋଜକ ଭାବେ ସମସ୍ତ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ଆସନ୍ତା ବିଧାନସଭା ଅଧିବେଶନରେ ସାମ୍ବାଦିକ ସୁରକ୍ଷା ଆଇନ, ଅବସର ପରେ ସାମ୍ବାଦିକ ମାନଙ୍କୁ ପେନସନ, ସାମ୍ବାଦିକ ବୀମା ରାଶି ୫ ଲକ୍ଷରୁ ୧୦ ଲକ୍ଷକୁ ବୃଦ୍ଧି ଏବଂ ବୀମା ଯୋଜନାରେ ସାମ୍ବାଦିକଙ୍କ ପିତାମାତାଙ୍କୁ ସାମିଲ କରିବା ଭଳି ଦାବି ଉପସ୍ଥାପନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଅଶ୍ୱିନୀ ପାତ୍ର ସମସ୍ତଙ୍କୁ ସ୍ୱାଗତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକରେ ଉପ-ସଭାପତି ପ୍ରଭୁ ଚରଣ ମହାନ୍ତି, ଜାତୀୟ ପରିଷଦ ସଦସ୍ୟ ହେମନ୍ତ ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁନୀଲ ମିଶ୍ର, ଜିଲ୍ଲା ସଂଯୋଜକ ରଞ୍ଜନ ଦେବତା, ଯୁଗ୍ମ ସମ୍ପାଦକ ନୀଳକଣ୍ଠ ଦୀପ, ରଞ୍ଜିତ ଦାସ, ଯୋହନ କୁମ୍ଭାର, ମେଘନାଦ ସାହୁ, ସତ୍ୟଜିତ ପ୍ରଧାନ, ଖ୍ୟମାନିଧି ନାୟକ, ସୁଦାମ ପ୍ରଧାନ, ନେପାଳ ପ୍ରଧାନ, ଜିତେନ୍ଦ୍ର ମେହେର, ପାଣ୍ଡବ ପ୍ରଧାନ, ଶିବାଶିଷ ପଟ୍ଟନାୟକ, ଅତିନ୍ଦ୍ରନାଥ ସେନ ପ୍ରମୁଖ ଉପସ୍ଥିତ ଥିଲେ।
ବ୍ୟୋମକେଶ କର … ସମ୍ବାଦିକ
