ସୌରଭ ଶାରଦୀୟ ଉତ୍ସବ ୨୦୨୪ ଅନୁଷ୍ଠିତ
ବ୍ରହ୍ମପୁର : ସ୍ଥନିୟ ଵବାଜୀ ତୋଟା ସହି ସ୍ଥିତ ହୋଟେଲ ଜେ. ବି . ପ୍ରାଙ୍ଗଣ ଠାରେ ସୌରଭ ଶାରଦୀୟ ଉତ୍ସବ :୨୦୨୪ ଅନୁଷ୍ଠିତ ହୋଇଯାଇଛି । ସୌରଭ ଏକ ଅନୁଷ୍ଠାନ ନୁହେଁ କି ସୌରଭ ଏକ ପତ୍ରିକା ନୁହେଁ ,ସୌରଭ ଏହି ଗଂଜାମ ମାଟିର ଅସ୍ମିତା ବୋଲି ଅତିଥି ମାନେ ବକ୍ତବ୍ୟ ରଲହିଥଲେ । ବିଶିଷ୍ଟ କବି ସୁଶାନ୍ତ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସୁଲେଖିକା ଡ଼ ସୂଚନା ପାଢ଼ୀ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ମେୟର ସଂଘମିତ୍ରା ଦଳେଇ ଯୋଗଦେଇ ସୌରଭ ପତ୍ରିକା ଓଡ଼ିଶାର ଗର୍ବ ଓ ଗୌରବ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଇଂ ଯାମିନୀ କାନ୍ତ ଦାଶ ଯୋଗଦେଇ ସୌରଭ ସଦାସର୍ବଦା ନୂତନ ଲେଖକ ମାନଙ୍କୁ ପ୍ରେରଣା ଦେଇ ଆଚିଛି ବୋଲି ବକ୍ତବ୍ୟ ରଖିଥିଲେ । ପ୍ରାକ୍ତନ ଜିଲ୍ଲା ଚିକିତ୍ସା ଅଧିକାରୀ ଗାଳ୍ପିକ ସରୋଜ କୁମାର ମିଶ୍ର ଯୋଗ ଦେଇ ସୌରଭ ଗଂଜାମ ମାଟିର ଅସ୍ମିତା ବୋଲି କହିଥିବା ବେଳେ ସୁଲେଖକ ଡାକ୍ତର ରାଜେନ୍ଦ୍ର କୁମାର ବେହେରା ସମ୍ମାନିତ ବକ୍ତା ଭାବରେ ଯୋଗଦେଇଥିଲେ।ଏଥି ସହ ସୌରଭ ଶାରଦୀୟ ସଂଖ୍ୟା ଉନ୍ମୋଚିତ ହୋଇଥିଲା ଏବଂ କବି ଗଜାନନ ମିଶ୍ର , ଆଶିଷ କୁମାର ମହାପାତ୍ର , ସୁମିତ କୁମାର ପଣ୍ଡା , ଦେଵବ୍ରତ ଦାସ , ଅଜିତ କୁମାର ଭୋଇ , ପ୍ରଶାନ୍ତ ଦାଶଙ୍କୁ ‘ସୌରଭ ଶାରଦୀୟ ସମ୍ମନ ୨୦୨୪’ ପ୍ରଦାନ କରାଯାଇଥିଲା ।ଏଥିସହ ଏହି ଉତ୍ସବରେ ଏକ ମନୋଜ୍ଞ କବି ସମ୍ମିଳନୀ ଶ୍ରୀମତୀ ଦୀପ୍ତି ମିତା ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା । କବି ଅଞ୍ଜଳି ଦାଶ ମୁଖ୍ୟ ଅତିଥି ଭାବେ , କବି ବନ୍ଦନା ପଣ୍ଡା ସମାନିତ ଅତିଥି ଭାବେ ,କବି ନିହାରୀକା ସାହୁ ସଂଯୋଜିକା ଭାବେ ଯୋଗଦେଇଥିବା ବେଳେ ନିମନ୍ତ୍ରିତ କବି ଭାବେ କବି ସୁନୀଲ କୁମାର ପ୍ରଧାନ,ଦୀପିକା ଦାଶ ,ତ୍ରିଲୋଚନ କାର୍ଜୀ , ଚନ୍ଦନ ମହାରଣା ,ରାଜେଶ ପାତ୍ର, ରଶ୍ମିତା ଦଳେଇ , ଶିବାନନ୍ଦ ବାରିକ ,ଇଜୁ ଅମୀନ ଖାନ,ଶିବ ସେଠୀ ,ଯୋଗେଶ୍ୱର ପଣ୍ଡା ,ଟି ସୀମାଞ୍ଚଳ ପତ୍ର ,ପ୍ରୀତିରଞ୍ଜନ ନାୟକ ,ରାଜକୁମାର ଦେବଂସୁ ପତ୍ର କବିତା ପାଠ କରିଥିଲେ । କବି ବି ସତ୍ୟମ ଆଚାରୀ , ପ୍ରଫୁଲ୍ଲ କୁମାର ତ୍ରିପାଠୀ ନିଗମାନନ୍ଦ ତ୍ରିପାଠୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।