May 13, 2025
Home » ସ୍ଥାୟୀ ଭିତ୍ତିରେ ପୂରଣ କରିବା ଦାବିରେ ଏଆଇଡିଏସ୍ଓର ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଛାତ୍ର ଧାରଣା

ସ୍ଥାୟୀ ଭିତ୍ତିରେ ପୂରଣ କରିବା ଦାବିରେ ଏଆଇଡିଏସ୍ଓର ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଛାତ୍ର ଧାରଣା

0
WhatsApp Image 2024-07-30 at 11.36.53 AM

ବ୍ରହ୍ମପୁର:  ଖଲ୍ଲିକୋଟ ବିଶ୍ବବିଦ୍ୟାଳୟକୁ ତୁରନ୍ତ ୟୁଜିସି ମାନ୍ୟତା ପ୍ରଦାନ କରିବା ସହ ସମସ୍ତ ଅଧ୍ୟାପକ, ପ୍ରାଧ୍ୟାପିକା ଏବଂ ଶିକ୍ଷା କର୍ମଚାରୀ ପଦବୀ ସ୍ଥାୟି ଭିତ୍ତିରେ ପୂରଣ କରିବା ଦାବିରେ ଏଆଇଡିଏସ୍ଓ ଗଞ୍ଜାମ ଜିଲ୍ଲା କମିଟି ନେତୃତ୍ୱରେ ଛାତ୍ର ଛାତ୍ରୀ ଙ୍କ ଧାରଣା ଅନିଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି । ବ୍ରହ୍ମପୁରସ୍ଥିତ ପୂର୍ବର ଖଲ୍ଲିକୋଟ ମହାବିଦ୍ୟାଳୟ (ବର୍ତ୍ତମାନ ଏକକ ବିଶ୍ବବିଦ୍ୟାଳୟ) ରାଜ୍ୟର ଏକ ଐତିହ୍ୟ ସମ୍ପନ୍ନ ଶିକ୍ଷାନୁଷ୍ଠାନ । ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଛାତ୍ରଛାତ୍ରୀ ଏହି ଶିକ୍ଷାନୁଷ୍ଠାନକୁ ପାଠ ପଢିବା ପାଇଁ ଆସନ୍ତି । ବହୁ ଛାତ୍ରଛାତ୍ରୀ ଏଠାରୁ ପାସ୍ କରି ରାଜ୍ୟ, ଦେଶ ତଥା ଦେଶ ବାହାରେ ସୁନାମ ଅର୍ଜନ କରିଛନ୍ତି । ସରକାର ଖଲ୍ଲିକୋଟ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ଘୋଷଣା କଲେ ସତ କିନ୍ତୁ ପରିତାପର ବିଷୟ ଆଜି ପର୍ଯ୍ୟନ୍ତ ଏହି ଶିକ୍ଷାନୁଷ୍ଠାନଟି ୟୁଜିସି ମାନ୍ୟତା ପାଇପାରିନାହିଁ । ଦକ୍ଷିଣ ଓଡ଼ିଶାର ସର୍ବପୁରାତନ ଶିକ୍ଷାନୁଷ୍ଠାନମାନଙ୍କ ମଧ୍ୟରୁ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟଟି ବେଶ ପରିଚିତ ।

ଏହି ଶିକ୍ଷାନୁଷ୍ଠାନରେ ଏବେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳାଯାଉଛି । ଖଲ୍ଲିକୋଟ ମହାବିଦ୍ୟାଳୟକୁ ସ୍ଵୟଂଶାସିତ ମହାବିଦ୍ୟାଳୟ ଘୋଷଣା କରାଯିବା ପରେ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ବବିଦ୍ୟାଳୟ, ତା’ପରେ ଖଲ୍ଲିକୋଟ ଗବେଷଣା ବିଶ୍ବବିଦ୍ୟାଳୟ ଏବଂ ବର୍ତ୍ତମାନ ଏହାକୁ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ଭାବେ ନାମିତ କରାଯାଇଛି । ଏହା ଗବେଷଣା ବିଶ୍ବବିଦ୍ୟାଳୟ ଥିବା ବେଳେ ଏହାକୁ ସରକାର ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସହ ଯୋଡ଼ି ଥିଲେ । କିନ୍ତୁ ୨୦୨୧ ମସିହା ଠାରୁ ଏକକ ବିଶ୍ବବିଦ୍ୟାଳୟ ହେବା ପରେ ୟୁଜିସି ମାନ୍ୟତା ମିଳିନଥିବା ଯୋଗୁଁ ଏହି ଶିକ୍ଷାନୁଷ୍ଠାନକୁ କୌଣସି ଅନୁଦାନ ମିଳିପାରୁନାହିଁ ଏବଂ ଶିକ୍ଷାର୍ଥୀଙ୍କୁ ବିଶ୍ବବିଦ୍ୟାଳୟ ତରଫରୁ ପ୍ରଦତ୍ତ ସାର୍ଟିଫିକେଟ ବୈଧ କି ନୁହେଁ ଏଥି ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ୧୮୭୮ ମସିହାରେ ସ୍ଥାପିତ ଏହି ଶିକ୍ଷାନୁଷ୍ଠାନରେ ସ୍ନାତକୋତ୍ତର ଶ୍ରେଣୀରେ ମୋଟ ୧୮ଟି ନିୟମିତ, ୫ଟି ସେଲ୍ସ ଫାଇନାନ୍ସ ଓ ସ୍ନାତକ ଶ୍ରେଣୀରେ ମୋଟ ୧୭ଟି ପାଠ୍ୟକ୍ରମରେ ଶିକ୍ଷା ଦାନ ଚାଲିଛି । କିନ୍ତୁ ଏହି ପାଠପଢ଼ା କାର୍ଯ୍ୟ ସମ୍ପାଦନ କରୁଥିବା ଅଧ୍ୟାପକ ଏବଂ ପ୍ରାଧ୍ୟାପକଙ୍କ ଘୋର ସଙ୍କଟ ରହିଛି । ଏଠି ମୋଟ ୧୧୨ ଜଣ ପ୍ରାଧ୍ୟାପକ ଓ ୨୫ଟି ଶିକ୍ଷାକର୍ମଚାରୀ ପଦ ଖାଲିପଡ଼ିଛି । ସବୁଠାରୁ ବଡ଼ ପରିତାପର ବିଷୟ ହେଉଛି ବିଶ୍ଵବିଦ୍ୟାଳୟରେ ହିନ୍ଦୀ, ଅର୍ଥନୀତି ଓ ଗଣିତ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଅଧ୍ୟାପକଙ୍କ ସଂଖ୍ୟା ଶୂନ । ଅଧ୍ୟାପକ, ପ୍ରାଧ୍ୟାପକ ଏବଂ ଶିକ୍ଷା କର୍ମଚାରୀଙ୍କ ଅଭାବ ଯୋଗୁଁ ଠିକ୍ ସମୟରେ କୋର୍ସ ଶେଷ କରିବା, ପରୀକ୍ଷା ପରିଚାଳନା କରିବା ଓ ତ୍ରୁଟିମୁକ୍ତ ଫଳ ପ୍ରକାଶନ କରିବାରେ ଅସୁବିଧା ହେଉଛି । ତେଣୁ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟକୁ ତୁରନ୍ତ ୟୁଜିସି ମାନ୍ୟତା ପ୍ରଦାନ କରିବା ସହ ସମସ୍ତ ଅଧ୍ୟାପକ, ପ୍ରାଧ୍ୟାପକ ଏବଂ ଶିକ୍ଷା କର୍ମଚାରୀ ପଦବୀ ସ୍ଥାୟୀ ଭିତ୍ତରେ ପୂରଣ କରିବା ପାଇଁ ଏଆଇକିଏଓ ପକ୍ଷରୁ ଦୃଢ଼ ଦାବି ଉପସ୍ଥାପନ କରାଯାଇଛି । ଆଜିକାର ଏହି କାର୍ଯ୍ୟକ୍ରମରେ ଏଆଇଡିଏସଓ ଜିଲ୍ଲା ସଭାପତି ନିମାଇଁ ଚରଣ ସାହୁ, ଉପସଭାପତି ପପୁନ ସାହୁ, ସମ୍ପାଦକ ନାରାୟଣ ସାହୁ କିସାନ ସାହୁଙ୍କ ସମେତ ଶୁଭସ୍ମିତା ପାଣିଗ୍ରାହୀ ଆଦି ସଂଗଠନର କର୍ମକର୍ତ୍ତା ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

 

ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *