ସ୍ନାନପୂର୍ଣ୍ଣିମା ୨୦୨୬ ପାଇଁ ମାର୍ଗଦର୍ଶିକା (ଦୁଇଚକିଆ ଯାନ )
ଟ୍ରାଫିକ ବ୍ୟବସ୍ଥା ଓ ପାର୍କିଂ ନିୟମ:
ଭୁବନେଶ୍ୱର ପାର୍ଶ୍ୱରୁ କିମ୍ବା ବ୍ରହ୍ମଗିରି ପାର୍ଶ୍ୱରୁ କିମ୍ବା କୋଣାର୍କ ପାର୍ଶ୍ୱରୁ ଶ୍ରୀଜୀଉଙ୍କ ଦର୍ଶନ ନିମନ୍ତେ ଦୁଇ ଚକିଆ ଯାନରେ ଆସୁଥିବା ଭକ୍ତଙ୍କ ନିମନ୍ତେ ମାର୍କେଟ ଛକ ପର୍ଯ୍ୟନ୍ତ ଅନୁମତି ପ୍ରଦାନ କରାଯାଇଛି। ସେମାନେ ସେମାନଙ୍କ ଯାନ ଗୁଡିକୁ ମ୍ୟୁନିସିପାଲଟି ମାର୍କେଟ କମ୍ପ୍ଲେକ୍ସରେ ରଖିବେ।ମ୍ୟୁନିସିପାଲଟି ମାର୍କେଟ କମ୍ପ୍ଲେକ୍ସ ପୂର୍ଣ୍ଣ ହୋଇଯିବାପରେ ଦୁଇ ଚକିଆ ଯାନଗୁଡ଼ିକ ପୁରୁଣା ଜଗନ୍ନାଥ ବଲ୍ଲଭରେ ପାର୍କିଂ କରିବେ।
ଫେରିବା ସମୟରେ ପୁରୁଣା ଜଗନ୍ନାଥ ବଲ୍ଲଭରେ ପାର୍କିଂ କରିଥିବା ଯାନ ନରେନ୍ଦ୍ରକୋଣ ଏବଂ ଜଟିଆ ବାବାଜୀ ଛକ ଦେଇ ଫେରିବେ, ମ୍ୟୁନିସିପାଲଟି ମାର୍କେଟ କମ୍ପ୍ଲେକ୍ସରେ ପାର୍କିଂ କରିଥିବା ଯାନଗୁଡ଼ିକ ମେଡିକାଲ ଛକ ଦେଇ ଫେରିବେ।ସମୁଦ୍ରକୂଳକୁ ଆସୁଥିବା ଶ୍ରଦ୍ଧାଳୁ ନିଜ ଦୁଇ ଚକିଆ ଯାନଗୁଡ଼ିକ ଭି.ଆଇ.ପି. ରୋଡ ଦେଇ ଦିଗବାରେଣୀ ଠାରେ ପାର୍କିଂ କରିବାକୁ ଅନୁମତି ପ୍ରଦାନ କରାଯାଇଛି। ଫେରିବା ସମୟରେ ସେହି ରାସ୍ତା ଦେଇ ଫେରିବେ।


( ଚାରିଚକିଆ ଯାନ ପାଇଁ ମାର୍ଗଦର୍ଶିକା)
ଭୁବନେଶ୍ୱର ପାର୍ଶ୍ୱରୁ ଆସୁଥିବା ଯାନଗୁଡ଼ିକ ସାକ୍ଷୀଗୋପାଳ, ମାଳତିପାଟପୁର, ବାଟଗାଁ ଏବଂ ଶ୍ରୀସେତୁ ଦେଇ NEW JBPC ପାର୍କିଂରେ ରହିବ। NEW JBPC ପାର୍କିଂ ପୂର୍ଣ୍ଣ ହେବା ପରେ ଜେଲ୍ ରୋଡ ଠାରେ ଥିବା ପାର୍କିଂରେ ପାର୍କ କରିବେ।
ଏହି ପାର୍କିଂ ପୂର୍ଣ୍ଣ ହେବା ପରେ ମେଡିକାଲ ଛକ ଓ ବଡ଼ଶଙ୍ଖ ଦେଇ ଶରଧାବାଲି ନିକଟରେ ନିର୍ଦ୍ଧାରିତ ସ୍ଥାନରେ ପାର୍କିଂ କରିବେ।
ଶରଧାବାଲି ପାର୍କିଂ ପୂର୍ଣ୍ଣ ହେବା ପରେ ମେଡିକାଲ ଛକ ଓ VIP ରୋଡ ଦେଇ ବ୍ଲୁ ଫ୍ଲାଗ ବିଚ୍ ପାର୍କିଂ ଓ ହୋଟେଲ୍ ନୀଳାଚଳ ଅଶୋକ ପାର୍କିଂରେ ପାର୍କ କରିବେ।ଏହି ସମସ୍ତ ପାର୍କିଂ ପୂର୍ଣ୍ଣ ହେବା ପରେ ମାଳତିପାଟପୁର, ROB, , ଗ୍ରିଡ୍ ଷ୍ଟେସନ୍, ଭୁଦାନ ଦେଇ ତାଳବଣିଆ ପାର୍କିଂରେ ପାର୍କ କରିବେ। ସେମାନେ ଫେରିଲା ବେଳେ ସେହି ସମାନ ରାସ୍ତା ଦେଇ ଫେରିବେ।
ବ୍ରହ୍ମଗିରି ପାର୍ଶ୍ୱରୁ ଆସୁଥିବା ହାଲୁକା ଯାନ, ଶ୍ରୀସେତୁ ଦେଇ NEW JBPC ଠାରେ ପାର୍କିଂ କରିବେ।
ଏହି ପାର୍କିଂ ପୂର୍ଣ୍ଣ ହେବା ପରେ ମଙ୍ଗଳା ଘାଟ ଛକ, ଷ୍ଟର୍ଲିଂ ଛକ ଦେଇ ଯାତ୍ରିକା ପାର୍କିଂରେ ରଖିବେ। ସେମାନେ ଫେରିଲା ବେଳେ ସେହି ସମାନ ରାସ୍ତା ଦେଇ ଫେରିବେ।
କୋଣାର୍କ ପାର୍ଶ୍ୱରୁ ଆସୁଥିବା ହାଲୁକା ଯାନ ଗୁଡ଼ିକ ବାଇଦାସନଗର, ଗ୍ରିଡ୍ ଷ୍ଟେସନ୍, ପେଣ୍ଠକଟା, ସିଟି ରୋଡ, ସୁବାଷ ବୋଷ ଛକ ଦେଇ ବ୍ଲୁ ଫ୍ଲାଗ ବିଚ୍ ପାର୍କିଂ ଓ ହୋଟେଲ୍ ନୀଳାଚଳ ଅଶୋକ ପାର୍କିଂରେ ପାର୍କ କରିବେ।
ଏହି ପାର୍କିଂ ପୂର୍ଣ୍ଣ ହେବା ପରେ ଯାନଗୁଡ଼ିକ ଭୁଦାନ ଛକ ଦେଇ ତାଳବଣିଆ ପାର୍କିଂ ଓ ଆଇ ଟି ଆଇ ପାର୍କିଂରେ ପାର୍କ କରିବେ। ସେମାନେ ଫେରିଲା ବେଳେ ସେହି ସମାନ ରାସ୍ତା ଦେଇ ଫେରିବେ।
ଯଦି ଭୁବନେଶ୍ୱର, କୋଣାର୍କ କିମ୍ବା ବ୍ରହ୍ମଗିରି ପଟୁ ଆସୁଥିବା କୌଣସି ଭକ୍ତ ସମୁଦ୍ର କୂଳ ଆସୁଥାନ୍ତି ତେବେ ସେମାନେ ବାଟଗାଁ, ମଙ୍ଗଳାଘାଟ ଏବଂ ଷ୍ଟର୍ଲିଂ ଛକ ଦେଇ ଯାତ୍ରିକା ପାର୍କିଂରେ ପାର୍କ କରିବେ ଏବଂ ସେମାନେ ଫେରିବା ସମୟରେ ସମାନ ରାସ୍ତା ଦେଇ ଫେରିବେ।

ନିୟମିତ ବସ୍ (Regular Buses)
ଭୁବନେଶ୍ୱର ପାର୍ଶ୍ୱ: ଭୁବନେଶ୍ୱର ପାର୍ଶ୍ୱରୁ ଆସୁଥିବା ସମସ୍ତ ନିୟମିତ ଯାତ୍ରୀବାହୀ ବସ୍ ମାଳତିପାଟପୁର, ବାଟଗାଁ, ଅଠରନଳା, ମେଡିକାଲ ଛକ, ବଡ଼ଶଙ୍ଖ ଦେଇ ବସ୍ ଷ୍ଟାଣ୍ଡକୁ ଆସିବ।ବ୍ରହ୍ମଗିରି ପାର୍ଶ୍ୱ: ବ୍ରହ୍ମଗିରି ପାର୍ଶ୍ୱରୁ ଆସୁଥିବା ସମସ୍ତ ନିୟମିତ ଯାତ୍ରୀବାହୀ ବସ୍ ମଙ୍ଗଳାଘାଟ, ହରେକୃଷ୍ଣପୁର, ଅଠରନଳା, ମେଡିକାଲ ଛକ, ବଡ଼ଶଙ୍ଖ ଦେଇ ବସ୍ ଷ୍ଟାଣ୍ଡକୁ ଆସିବ।କୋଣାର୍କ ପାର୍ଶ୍ୱ: କୋଣାର୍କ ପାର୍ଶ୍ୱରୁ ଆସୁଥିବା ସମସ୍ତ ନିୟମିତ ଯାତ୍ରୀବାହୀ ବସ୍ ମାଳତିପାଟପୁର ROB, ବାଟଗାଁ, ଅଠରନଳା, ମେଡିକାଲ ଛକ, ବଡ଼ଶଙ୍ଖ ଦେଇ ବସ୍ ଷ୍ଟାଣ୍ଡକୁ ଆସିବ।
ଅନ୍ତଃରାଜ୍ୟ ପର୍ଯ୍ୟଟକ ବସ୍ (Inter-State Tourist Buses)
ସମସ୍ତ ଅନ୍ତଃରାଜ୍ୟ ବସ୍ ଗୁଡ଼ିକୁ କେବଳ ମାଳତିପାଟପୁର ଅନ୍ତଃରାଜ୍ୟ ବସ୍ ଟର୍ମିନାଲ ପର୍ଯ୍ୟନ୍ତ ଅନୁମତି ଦିଆଯିବ ଏବଂ ସେଠାରେ ପାର୍କିଂ କରିବେ।
ପୁରୀର ସମସ୍ତ ପର୍ଯ୍ୟଟକ ବସ୍ ଗୁଡ଼ିକୁ ତାଳବଣିଆ ବସ୍ ଟର୍ମିନାଲ ପର୍ଯ୍ୟନ୍ତ ଅନୁମତି ଦିଆଯିବ ଏବଂ ସେମାନେ ସେଠାରେ ପାର୍କିଂ କରିବେ। ସେମାନଙ୍କୁ ପେଣ୍ଠକଟା ଏବଂ BNR ଦେଇ C.T. ରୋଡକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ।
ଅନ୍ୟାନ୍ୟ ଭାରୀ ଏବଂ ମଧ୍ୟମ ଯାନ (Other Heavy and Medium Vehicles)
ଭୁବନେଶ୍ୱରରୁ NH-316 ଦେଇ ଆସୁଥିବା ଅନ୍ୟ ସମସ୍ତ ଭାରୀ ଏବଂ ମଧ୍ୟମ ଯାନ ମାଳତିପାଟପୁର, ROB, ହୋଟେଲ ତୋଷାଳୀ ସ୍ୟାଣ୍ଡସ, ଏବଂ ଗ୍ରୀଡ୍ ଷ୍ଟେସନ୍ ଦେଇ ପୁରୀ ସହରରେ ପ୍ରବେଶ କରିବେ ଏବଂ ତାଳବଣିଆ ପାର୍କିଂ ସ୍ଥାନରେ ପାର୍କିଂ କରିବେ। ସେମାନଙ୍କ ଫେରିବା ରାସ୍ତା ସମାନ ରହିବ।
ସହାୟତା ପାଇଁ ଯୋଗାଯୋଗ:
PURI POLICE CHATBOT: 8763199400
EMERGENCY CONTACT: 112
Social Media: X (SPPuri1), Facebook (SPPuri), Instagram (SPPuri)
