June 27, 2026
Home » ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

0
WhatsApp Image 2026-06-27 at 4.33.03 PM

 

ତିନିରଥର ବେଦୀ ସିଂହାସନ ନିର୍ମାଣ ପାଇଁ ଚାରି ନାହାକା ଉଭୟ ପାର୍ଶ୍ୱରେ ପଡ଼ିଥିବା ଆଗ ପଛ ଢ଼ମକ ଉପରେ ୨୦ ଫୁଟିଆ ଜଗତ ପୃଷ୍ଠ ସେଣି ପକାଯାଇ ବେଦୀ ପରିସରକୁ ବଢ଼ାଇବା ପାଇଁ ଜଗତ ପୃଷ୍ଠ ସେଣି ର ଉଭୟ ପାର୍ଶ୍ୱରେ ବାହୁଟ ଫାଳିଆ ପଡ଼ି ତିନିପାର୍ଶ୍ୱରେ ଗାଈଗୋଠ ପଟା ବାଡ଼ିଆ ଶେଷ ପରେ ବେଦୀ ଉପର ପଟା ପଡ଼ିବା ଜାରୀ ରହିଛି।

ସିଂହାସନ ମାଲ କାଠର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ

ସିଂହାସନ ମାଲ କାଠ ଚଉପଟ ପାଇଁ ରଥ ଅମୀନ ଯୋଗାଇ ଦେଇଥିବା ୩୦ ଫୁଟିଆ ଶାଳ କାଠର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମହାପ୍ରଭୁ ରତ୍ନସିଂହାସନରୁ ଓହ୍ଲାଇବା ପାଇଁ କୋଠ ସୁଆଁସିଆ ସେବକ ମାନେ ଏହି ଶାଳ ମାଲ କାଠରେ ଚାର ମାଲ ବାନ୍ଧିବା କାର୍ଯ୍ୟ ସମ୍ପନ୍ନ କରିବେ।

ତିନିରଥର ମୁଖ୍ୟ ରୂପକାର ସେବକ ଏବଂ ସହଯୋଗୀ ରୂପକାର ସେବକ ମାନେ ମିଶି ପ୍ରଭାରେ ରୂପ ଖୋଦେଇ ଜାରୀ ରହିଛି। ଆଜି ସନ୍ଧ୍ୟା ସୁଦ୍ଧା ପ୍ରଭା ରେ ରୂପ ଖୋଦେଇ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖି ଖୋଦେଇ କାର୍ଯ୍ୟକୁ ଗତିଶୀଳ କରିଛନ୍ତି।
ମୁଖ୍ୟ ଚିତ୍ରକାର ସେବକ ଦେବରାଜ ମହାପାତ୍ରଙ୍କ ମାର୍ଗ ଦର୍ଶନରେ ସହଯୋଗୀ ଚିତ୍ରକାର ମାନେ ତିନିରଥର ପାର୍ଶ୍ୱ ଦେବ ଦେବୀ ମୂର୍ତ୍ତି ପ୍ରତିମା ଗୁଡ଼ିକର ରଙ୍ଗ କାର୍ଯ୍ୟ ସହ ତିନିରଥର ୨୪ ଟି ନାଟ ଗୋଡ଼, ତିନିରଥର ୩୩ ଟି କନ୍ୟାପଟା, ତିନିରଥର ୬ ଟି କଳସ, ତିନିରଥର ୨୮ ତିଲେଖାଏଁ ୮୪ ଗୋଟି ହଂସ ପଟା ଏଥି ସହ ୧୫ ଟି ଲେଖାଏଁ ୪୫ ଗୋଟି ଠେକରା ବାଡ଼ ,୮ ଟି ଲେଖାଏଁ ଋଷି ପଟା ,ହାତୀ ପଟା, ମଗର ପଟା ସହ ଦୁଆର ବେଢ଼ ଗୁଡ଼ିକର ଚିତ୍ର କାର୍ଯ୍ୟ ସହ ତିନିରଥର ବାହ୍ୟ ଅଂଶରେ ରଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି।

(କମାର ଶାଳ)

ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା କମାର ସେବକ ମାନେ ତିନିରଥର ପ୍ରଭା କଣ୍ଟା, ଦୁଆର ବେଢ଼ା କଣ୍ଟା ସହ ଘୋଡା, ସାରଥୀଙ୍କ ପାଇଁ ବାଗିଆ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।
ପାହି ମହାରଣା ମାନେ ରଥ ଯାତ୍ରା ରେ ସେବା ପୂଜା ନିମନ୍ତେ କାଠ ନିର୍ମିତ ସରଞ୍ଜାମ ନିର୍ମାଣ ଜାରୀ ରଖିଛନ୍ତି

Leave a Reply

Your email address will not be published. Required fields are marked *