May 15, 2025
Home » ସ୍ୱଛତା ହିଁ ସେବା ଅଭିଯାନ ରେ ପାରାଦୀପ ପୌରପାଳିକା ପକ୍ଷରୁ ମେଗା ସାମୁହିକ ସ୍ୱଛତା କାର୍ଯ୍ୟକ୍ରମ

ସ୍ୱଛତା ହିଁ ସେବା ଅଭିଯାନ ରେ ପାରାଦୀପ ପୌରପାଳିକା ପକ୍ଷରୁ ମେଗା ସାମୁହିକ ସ୍ୱଛତା କାର୍ଯ୍ୟକ୍ରମ

0
WhatsApp Image 2024-09-27 at 9.41.13 PM (1)

 

ପାରାଦୀପ – ଭାରତ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚଳିତ ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୨ ତାରଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ସମଗ୍ର ଦେଶରେ ସ୍ୱଛତା ହିଁ ସେବା-୨0୨୪ ଅଭିଯାନ ଚାଲୁ ରହିଛି l ଏହି ପରିପ୍ରେକ୍ଷୀରେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ଙ୍କ ନେତୃତ୍ୱ ଏବଂ ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ଓ ସମସ୍ତ ପାରିଷଦ ଙ୍କ ସହଯୋଗରେ ବିଭିନ୍ନ ୱାର୍ଡ ରେ ପ୍ଲାଷ୍ଟିକ ମୁକ୍ତ ଏବଂ ସଫେଇ କାର୍ଯ୍ୟକ୍ରମ ଜୋରଦାର ଚାଲିଛି l ସେହିପରି ଶୁକ୍ରବାର ଦିନ ସକାଳେ ୧ ନମ୍ବର ୱାର୍ଡ ନେହେରୁ ବଙ୍ଗଳା ମୁହାଁଣ ନିକଟସ୍ଥ ମନ୍ମଥ ଉଦ୍ୟାନ ରେ ଏକ ସାମୁହିକ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଏଥିରେ ବହୁ ସ୍ବେଛାସେବୀ ଅନୁଷ୍ଠାନର ଶତାଧିକ ସ୍ବେଛାସେବୀ ସାମିଲ ହୋଇ ବିଭିନ୍ନ ପ୍ଲାଷ୍ଟିକ ସାମଗ୍ରୀ ସହ ଅଳିଆ ଆବର୍ଜନା ପରିଷ୍କାର କରିଥିଲେ l ତେବେ ଏହି ମୁହାଁଣ ଏବଂ ଉଦ୍ୟାନ ଏକ ପ୍ରମୁଖ ପର୍ଯ୍ୟଟନୀ ସ୍ଥଳ ହୋଇଥିବା ବେଳେ ଏବଂ ଆଗକୁ ଦଶହରା ଏବଂ ଅନ୍ୟାନ୍ୟ ଛୁଟିରେ ବହୁ ଜନସମାଗମ କୁ ଦୃଷ୍ଟିରେ ରଖି ପୌରପାଳିକା ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଉଥିବା ସହ ବିଭିନ୍ନ ଅନୁଷ୍ଠାନ ମାନଙ୍କୁ ନେଇ ମଝିରେ ଏଭଳି ସ୍ୱଛତା କାର୍ଯ୍ୟକ୍ରମ କରାଯାଉଥିବା ନେଇ ପୌରାଧ୍ୟକ୍ଷ ଶ୍ରୀ ବିଶ୍ୱାଳ ସୂଚନା ଦେଇଥିଲେ l ତେବେ ପାରାଦୀପ ପୌରାଞ୍ଚଳର ସ୍ୱଛତା ଓ ବିକାଶ ଖେତ୍ରରେ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ଙ୍କ ନିଷ୍ଠା, ନିରବଛିନ୍ନ ପ୍ରୟାସ ଏବଂ ଅବଦାନ ଅତୁଳନୀୟ ବୋଲି ସାଧାରଣରେ ଚର୍ଚ୍ଚା ହେବା ସହ ପୌରାଞ୍ଚଳ ବାସୀ ସାଧୁବାଦ ଜଣାଇଛନ୍ତି l

Leave a Reply

Your email address will not be published. Required fields are marked *

You may have missed