ସ୍ୱାଭିମାନ ଅଞ୍ଚଳରେ ଥିବା ମତ୍ସ୍ୟଜୀବୀଙ୍କୁ ସେତୁ ଯୋଜନାରେ ଡଙ୍ଗା, ଜାଲ, ଲାଇଫ ଜ୍ୟାକେଟ ବଣ୍ଟନ

ରାଜ୍ୟ ସରକାର ଜିଲ୍ଲାରେ ଥିବା ସେତୁ ଯୋଜନା ଅନ୍ତର୍ଗତ ଜିଲ୍ଲାର ମତ୍ସ୍ୟଜୀବୀ ସମ୍ପ୍ରଦାୟର ମତ୍ସ୍ୟଜୀବୀମାନଙ୍କ ବିକାଶ, ସାମାଜିକ-ଅର୍ଥନୈତିକ ସୁଦୃଢ କରିବା ସକାଶେ ପ୍ରୟାସ ଜାରୀ ରଖିଛନ୍ତି ।ଏହି ଅବସରରେ ବାଲିମେଳା ଜଳ ଭଣ୍ଡାର ନିକଟରେ ବସବାସ କରୁଥିବା ମତ୍ସ୍ୟଜୀବୀଙ୍କୁ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଏବଂ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ସେତୁ ଯୋଜନାରେ ଚିତ୍ରକୋଣ୍ଡା ଡ୍ୟାମ ନିକଟରେ ୪୦ଟି ଡଙ୍ଗା, ୧୫୦ଟି ମାଛ ଧରା ଜାଲ, ୮୦ଟି ଲାଇଫ ଜ୍ୟାକେଟ ପ୍ରଦାନ କରିଥିଲେ । ଏହି ଅବସରରେ ସାଂସଦ ନିଜ ସମ୍ଭାଷଣରେ କହିଥିଲେ ଯେ ଏଥିସହ ଆଗକୁ ତିନିସହ ଡଙ୍ଗା, ଜଳ ଭଣ୍ଡାରରେ ଯାଆଁଳା ଉତ୍ପାଦନ କେନ୍ଦ୍ର ନିର୍ମାଣ, ମତ୍ସ୍ୟଜୀବୀଙ୍କ ପାଇଁ ସ୍ୱତନ୍ତ୍ର ବଜାର ବ୍ୟବସ୍ଥା ଏବଂ ମତ୍ସ୍ୟ ଉତ୍ପାଦନକୁ ଦଶ ଗୁଣ ବଢାଇବା ନେଇ ପ୍ରାଧାନ୍ୟତା ଦିଆଯିବ । ସେ ପୁଣି କହିଥିଲେ ଯେ ଆଗକୁ କିପରି ମତ୍ସ୍ୟଜୀବୀ ସେମାନଙ୍କ ଆୟ ବୃଦ୍ଧି ସହ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଇବ ସରକାର ତାହା ନେଇ ପଦକ୍ଷେପ ନେବେ । ବଣ୍ଟନ ଅବସରରେ ଜଳ ଭଣ୍ଡାରରେ ମାଛ ଧରିବା ସମୟରେ ସୁରକ୍ଷିତ ଭାବେ ମାଛ ଧରିବାକୁ ମତ୍ସ୍ୟଜୀବୀଙ୍କୁ ସାଂସଦ ପରାମର୍ଶ ଦିଆଯାଇଥିଲା।
ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ମତ୍ସ୍ୟଜୀବୀଙ୍କ ଆୟକୁ ପାଞ୍ଚ ହଜାରରୁ ପନ୍ଦର ହଜାର କରାଯିବାକୁ ନେଇ ସରକାର ଲକ୍ଷ ରଖିଥିବା ନେଇ ଜିଲ୍ଲା ମତ୍ସ୍ୟ ଅଧିକାରୀ କହିଥିଲେ । ଉକ୍ତ କାର୍ୟକ୍ରମରେ ବିଭାଗିୟ ଅଧିକାରୀ, କର୍ମଚାରୀଙ୍କ ସହ ଚିତ୍ରକୋଣ୍ଡା ବ୍ଲକ ଚେୟାରମ୍ୟାନ, ଜେଡପି ମେମ୍ବର ଏବ° ବହୁସଙ୍ଖ୍ୟରେ ଯୋଗ ଦେଇଥିଲେ ।
ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟନାୟକ