August 12, 2026
Home » “ହର ଘର ତ୍ରିରଙ୍ଗା” ଅଭିଯାନ: ବିନିକାରେ ଆୟୋଜିତ ହେଲା ବିଶାଳ ‘ତ୍ରିରଙ୍ଗା ରାଲି

“ହର ଘର ତ୍ରିରଙ୍ଗା” ଅଭିଯାନ: ବିନିକାରେ ଆୟୋଜିତ ହେଲା ବିଶାଳ ‘ତ୍ରିରଙ୍ଗା ରାଲି

0
WhatsApp Image 2026-08-10 at 6.00.22 PM

 

 

ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ “ବନ୍ଦେ ମାତରମ”ର ମହାନ ଭାବନାକୁ ଉତ୍ସର୍ଗ କରି ଏକ ବିଶାଳ ‘ତ୍ରିରଙ୍ଗା ରାଲି’ର ଆୟୋଜନ କରାଯାଇଛି। ସୋମବାର ସକାଳ ୧୦ଟାରେ ତ୍ରିରଙ୍ଗା ରାଲି ପାପକ୍ଷୟ ଘାଟ ଛକଠାରୁ ବିନିକା ବସ୍ ଷ୍ଟାଣ୍ଡ ଦେଇ ସିଦ୍ଧାର୍ଥ ମହାବିଦ୍ୟାଳୟରେ ପହଞ୍ଚିଥିଲା। ଏହି ଅବସରରେ ବିନିକା ବିଜ୍ଞାପିତ ଅଞ୍ଚଳବାସୀ ହଜାର ହଜାର ସଂଖ୍ୟାରେ ସାମିଲ ହୋଇ ରାଲିକୁ ସଫଳ କରିଥିଲେ।
ଏହି ବିଶାଳ ସମାବେଶରେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଳା ଉପସ୍ଥିତ ରହି ଦେଶସାରା ଚାଲିଥିବା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମର ସୁବର୍ଣ୍ଣପୁରରେ ମଧ୍ୟ ଝଲକ ରହିବା କଥା କହିବା ସହିତ ଏହି ରାଲି ମାଧ୍ୟମରେ ଏକତା, ଅଖଣ୍ଡତା, ଶାନ୍ତି ଓ ମୈତ୍ରୀର ବାର୍ତ୍ତା ଦିଆଯାଇଥିବା କଥା ସେ କହିଛନ୍ତି।

ସମାଜସେବୀ ବେଣୁଧର ଦାସ, ସାଂସଦଙ୍କ ପ୍ରତିନିଧି ନଳିନୀ ପଣ୍ଡା, ଜିଲ୍ଲାପାଳ ଡ. ନୃପରାଜ ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶ୍ରୀ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅଶ୍ୱିନୀ ମେହେର, ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ ଚେୟାରମ୍ୟାନ ସୁବାଷ ଚନ୍ଦ୍ର ଭୋଇ, କାର୍ଯ୍ୟନିର୍ବାହୀ ଅଧିକାରୀ ବିନିକା ମାନସ ଭୋଇ, ବିନିକା ତହସିଲଦାର ରସନା ଭୋଇଙ୍କ ସମେତ ସମସ୍ତ ଜିଲ୍ଲା ଓ ବିନିକା ବ୍ଲକ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ, ସାମାଜିକ ସଂଗଠନର ସଦସ୍ୟ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଏହାକୁ ସଫଳ କରିଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *