July 1, 2026
Home » ହାର୍ଟ ଅପରେସନ ରେ ସଫଳତା ପରେ ସ୍ୱପ୍ନେଶ୍ୱରଙ୍କ ଘରେ ପହଞ୍ଚି ସ୍ଵାସ୍ଥ୍ୟ ଅବସ୍ଥା ବୁଝିଲେ ଜିଲ୍ଲାପାଳ

ହାର୍ଟ ଅପରେସନ ରେ ସଫଳତା ପରେ ସ୍ୱପ୍ନେଶ୍ୱରଙ୍କ ଘରେ ପହଞ୍ଚି ସ୍ଵାସ୍ଥ୍ୟ ଅବସ୍ଥା ବୁଝିଲେ ଜିଲ୍ଲାପାଳ

0
WhatsApp Image 2026-06-30 at 12.19.59 PM (3)

 

 

ସୁବର୍ଣ୍ଣପୁର— ସୋନପୁର ସହରର ମଝିପଡ଼ା ରଥଖଳା ଠାରେ ବସବାସ କରୁଥିବା ମାଗୁଣୀ ସାହୁ ଙ୍କ ଘରକୁ ପହଞ୍ଚିଲେ ଜିଲ୍ଲାପାଳ ଡ଼. ନୃପରାଜ ସାହୁ। ସୂଚନା ଯୋଗ୍ୟ ଯେ ସୁଦୂର ବାଙ୍ଗାଲୋର ଠାରେ ଚିକିତ୍ସିତ ହୋଇ ହାର୍ଟ ଅପରେସନର ସଫଳତା ପରେ ଘରକୁ ଫେରିଛି ତାଙ୍କ ଛଅ ବର୍ଷର ନାତି ସ୍ୱପ୍ନେଶ୍ୱର । ଜିଲ୍ଲାପାଳ ତାଙ୍କ ଘରେ ପହଞ୍ଚିବା ସହ ସ୍ଵାସ୍ଥ୍ୟ ଅବସ୍ଥା ବୁଝିଛନ୍ତି । ପ୍ରକାଶ ଥାଉ କି ଅବସର ପ୍ରାପ୍ତ ସୋନପୁର ସମବାୟ ବ୍ୟାଙ୍କ ମ୍ୟାନେଜର ଶ୍ରୀ ମାଗୁଣି ସାହୁଙ୍କ ନାତି ସ୍ୱପ୍ନେଶ୍ୱର (୬) ବର୍ଷ ର ହାର୍ଟ ଅପରେସନ ପାଇଁ ବିଗତ ତିନି ମାସ ପୁର୍ବରୁ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଗୁହାରି କରିଥିଲେ ପରିବାର । ପରେ କିଛି ସ୍ୱେଚ୍ଛାସେବୀ ଓ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗର କୋଡ଼ିନେଟିଙ୍ଗ ଓ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ସ୍ୱପ୍ନେଶ୍ୱର ର ଚିକିତ୍ସା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା ।

ଭୁବନେଶ୍ୱର ଓ ସୁଦୂର ବାଙ୍ଗାଲୋର ଠାରେ ଚିକିତ୍ସା ବେଳେ ଡାକ୍ତର ମାନଙ୍କ ସହ ଓ ପରିବାର ସହ ଅନେକ ଥର ଯୋଗାଯୋଗ ରେ ରହି ଉନ୍ନତ ଧରଣର ଚିକିତ୍ସା ପାଇଁ ଡାକ୍ତରଙ୍କୁ ଅନୁରୋଧ କରିଥିଲେ ଜିଲ୍ଲାପାଳ ଡ. ସାହୁ । ଅପରେସନ ସଫଳତା ପରେ ଖୁସି ହୋଇ ପ୍ରଥମେ ମା ସୁରେଶ୍ଵରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ପରିବାର । ଚିକିତ୍ସା ପ୍ରସ୍ତୁତିରେ ଏହି ପରିବାରକୁ ପ୍ରେରଣା ଯୋଗାଇଥିବା ଓ ଅପରେସନ୍ ବେଳେ ବାଙ୍ଗାଲୋର ମେଡିକାଲ୍ ଓ ଡାକ୍ତରଙ୍କ ସହ ଯୋଗାଯୋଗରେ ଥିବା ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଙ୍କୁ ହାର୍ଦ୍ଧିକ କୃତଜ୍ଞତା ଜ୍ଞାପନ କରି ଆଜି ଭାବ ବିହ୍ୱଳ ହୋଇ ଯାଇଥିଲେ ଏହି ପରିବାର ଏବଂ ମହତ୍ କାର୍ଯ୍ଯ ରେ ସଂଯୋଜନା କରିଥିବା ବରିଷ୍ଠ ନାଗରିକ ଜ୍ୟୋତି ରଞ୍ଜନ ପଟ୍ଟନାୟକ, ପ୍ରଦୀପ ପୁରୋହିତ, ଜିଲ୍ଲା ସ୍ବାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ, ସାମ୍ୱାଦିକ ମନୋରଞ୍ଜନ ତ୍ରିପାଠୀ , ମହାଦେବ ମଲ୍ଲିକ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗକୁ ଏହି ପରିବାର ଆଜି କୃତଜ୍ଞତା ଜଣାଇଥିଲେ । ଜିଲ୍ଲାପାଳଙ୍କ ଏହି ଉଦ୍ୟମ, ବଦାନ୍ୟତା ଓ ସଫଳତା ପରେ ଘରକୁ ପରିଦର୍ଶନ ସହର ତଥା ଜିଲ୍ଲାରେ ଖୁବ୍ ପ୍ରଶଂଶା କରାଯାଇଛି ।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *