ହାର୍ଡୱେର ଦୋକାନରୁ ଚୋରି ହୋଇଥିବା ମାମଲାରେ.. ଦୁଇ ଅଭିଯୁକ୍ତ ଗିରଫ ସହ ତାଙ୍କ ନିକଟରୁ ଦଶ ହଜାର ଟଙ୍କା ଓ ଦିଭିଆର ପୁନରୁଦ୍ଧାର ଏବଂ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ
ରାୟଗଡ଼ା ସହରରେ ଥିବା ଏକ ହାର୍ଡୱେର ଦୋକାନରୁ ଚୋରି ହୋଇଥିବା ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କ ଠାରୁ ଦଶ ହଜାର ଟଙ୍କା ଓ ଦିଭିଆର୍ ଉଦ୍ଧାର କରି ଉଭୟଙ୍କୁ କୋର୍ଟ ଚାଲାଣ କରିଛି ଆଜି ରାୟଗଡ଼ା ପୋଲିସ। ଅଭିଯୁକ୍ତ ଦୁହେଁ ହେଲେ ବୁଦ୍ରାଭାଲାସା ପ୍ରଥମ ଗୋଲିର ସ୍ଥାୟୀ ବାସିନ୍ଦା ମହାଦେବ ସତିଶ(୨୪),ଏସ ରାମକୃଷ୍ଣ/ରଙ୍କି (୨୭)।
ମିଳିଥିବା ସୂଚନା ମୁତାବକ ୧୫/୧୦/୨୪ ରାତିରେ ରାୟଗଡ ଅଶୋକା ଟକିସ ପରିସରର କମ୍ପ୍ଲେକ୍ସରେ ଥିବା ଷିରିଡି ସାଇ ହାର୍ଡୱର ଦୋକାନର ପଛପଟ ଷାଟର ଭାଙ୍ଗି ୩୦୦୦୦/- ଟଙ୍କା ଓ ଡିଭିଆର ଚୋରି ହୋଇଥିବା ନେଇ ଦୋକାନ ମାଲିକ ବି. ଗୁପ୍ତେସ୍ୱର ରାଓ ରାୟଗଡ ଥାନାରେ ୧୬/୧୦/୨୪ରେ ଏକ ଲିଖିତ ଅଭିଯୋଗ କରିଥିଲେ । ରାୟଗଡ ଏସଡିପିଓ ନିର୍ଦେଶ କ୍ରମେ ରାୟଗଡ ଫୋଲିସ ଏକ ଟିମ ଗଠନ କରି ତଦନ୍ତ ସମୟରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ପଚରା ଉଚରା ସମୟରେ ସେମାନେ ୨୨୦୦୦/- ଓ ଡିଭିଆର ଚୋରି କରିଥିବା ସ୍ୱକାର କରିଥିଲେ । ସାକ୍ଷୀ ଉପସ୍ତିତିରେ ରାୟଗଡ ପୋଲିସ ଗତକାଲି ରାତିରେ ଚୋରକୁ ଧରି ଚୋରି କରିଥିବା ଜିନିଷ ଚୋର ଘରେ ରଖିଥିବା ସ୍ତଳ( ବୁଦ୍ରାୱଲସା ପ୍ରଥମଗଳି )କୁ ନେଇ ଉଦ୍ଧାର କରିଥିଲା । ଏ ନେଇ ଆଜି ରାୟଗଡ ପୋଲିସ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ପ୍ରକାଶ କରିଥିଲେ ଯେ ଅଭିଯୁକ୍ତଙ୍କ ନାମରେ ପୁର୍ବରୁ ଅନେକ ଚୋରି ମାମଲା ରହିଥିଵା ବେଳେ ଦୁଇ ଅଭିଯୁକ୍ତଙ୍କ ନିକଟରୁ ଚୋରି ହୋଇଥିବା ତିରିଶି ହଜାର ଟଙ୍କାରୁ ୧୦୦୦୦/- ଟଙ୍କା ଓ ଡିଭିଆର ଉଦ୍ଧାର କରିଛି ପୋଲିସ । ରାୟଗଡା ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଆଜି କୋର୍ଟଚାଲାଣ କରିଛି । ତଦନ୍ତ ଜାରି ଥିବା ଜଣାପଡିଛି ।
ରାୟଗଡା ଜିଲ୍ଲା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )