May 15, 2025
Home » ହୁମୁରି ମତ୍ସ୍ୟଜୀବି ଙ୍କୁ ଆଇ.ଆର୍.ଇ.ଏଲ୍. ପକ୍ଷରୁ ପ୍ରୋତ୍ସାହନା !

ହୁମୁରି ମତ୍ସ୍ୟଜୀବି ଙ୍କୁ ଆଇ.ଆର୍.ଇ.ଏଲ୍. ପକ୍ଷରୁ ପ୍ରୋତ୍ସାହନା !

0
WhatsApp Image 2024-09-03 at 3.47.31 PM

 

ଛତ୍ରପୁର: ହୁମୁରି ତାମ୍ପରା ହ୍ରଦ ହେଉଛି, ଛତ୍ରପୁର ବ୍ଲକ୍ ର ଏକ ବିରାଟ ଜଳାଶୟ । ପ୍ରକୃତିର ଏହି ଅନବୈଦ୍ୟ ଜଳାଶୟରେ ପ୍ରାୟ ତିନିଶହ ମତ୍ସ୍ୟଜୀବି ପରିବାର ଏଥିରେ ମତ୍ସ୍ୟ ଚାଷ କରି ଜୀବିକା ନିର୍ବାହ କରି ଚଳି ଆସୁଛନ୍ତି । ବହୁ ଘାତ ପ୍ରତିଘାତ ମଧ୍ୟରେ ଜୀବିକା ନିର୍ବାହ କରି ଆସି ଦୈନିକ ଛତ୍ରପୁର ବଜାର, ଡେଲି-ମାର୍କେଟରେ ମାଛ ବିକ୍ରି କରି ନିଜ ନିଜର ପରିବାର ପ୍ରତିପୋଷଣ କରି ଆସୁଛନ୍ତି । କିନ୍ତୁ ଅଦ୍ୟାବଧି ସରକାରଙ୍କ ସହାୟତା ଓ ପ୍ରୋତ୍ସାହାନାରେ ଅବହେଳା ଦେଖାଦେଇ ଆସିଥିବା ବେଳେ ଏହି ମତ୍ସ୍ୟଜିବୀ ମାନେ ସେମାନଙ୍କର ଜୀବିକା ନିର୍ବାହ ରେ ଅନେକ ପ୍ରତିବନ୍ଧକର ସାମ୍ନା କରି ଆସୁଥିଲେ । ସୋମବାର ଅପରାହ୍ନରେ ଆଇ.ଆର୍.ଇ.ଏଲ୍(ଇଣ୍ଡିଆ) ପ୍ରତିଷ୍ଠାନ ପକ୍ଷରୁ ଏହି ହୁମୁରି ତାମ୍ପରା ହ୍ରଦ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଆସୁଥିବା ତିଅର ମତ୍ସ୍ୟଜୀବିମାନଙ୍କୁ ଜୀବିକାର ପ୍ରେରଣା ଦେବା ସାଂଗକୁ ମାଛ ଜାଆଁଳା ଓ ମାଛ ଉତ୍ପାଦନ ତଥା ମାଛମାନେ ବଢ଼ିବା ପାଇଁ ଖାଦ୍ୟ ଦାନା ଦେଇ ମତ୍ସ୍ୟଜୀବିମାନଙ୍କୁ ପ୍ରୋତ୍ସାହନା ଯୋଗାଇଛନ୍ତି ।ଆଇ.ଆର୍.ଇ.ଏଲ୍ କର୍ତ୍ତୃପକ୍ଷ ଙ୍କ ସି.ଏସ.ଆର. ଓ ରିସର୍ଚ୍ଚ ବିଭାଗର ସିନିୟର୍ ମ୍ୟାନେଜର ଦୀପକ୍ ମିଶ୍ର ଙ୍କ ସମେତ ମତ୍ସ୍ୟଜିବୀ ସଂଯୋଜକ ସୁରେସନ ବେହେରା ଙ୍କ ଉପସ୍ଥିତି ରେ ତରେଇପାଟପୁର ଗ୍ରାମର ହୁମୁରି ତାମ୍ପରା ହ୍ରଦ ଉପରେ ନିର୍ଭରଶୀଳ ତିଅର ମତ୍ସ୍ୟଜୀବିଙ୍କୁ ମତ୍ସ୍ୟଚାଷ କରିବା ନିମନ୍ତେ ଅଭିନବ ପ୍ରୟାସ ଦେଖାଇ ଙ୍କୁ ସହାୟତାର ହାତ ବଢ଼ାଇଛନ୍ତି । ଏଥିପାଇଁ ଉକ୍ତ ଗ୍ରାମର ତିଅର ମତ୍ସ୍ୟଜୀବିମାନେ ଆଇ.ଆର୍.ଇ.ଏଲ୍. କର୍ତ୍ତୃପକ୍ଷଙ୍କୁ ସାଧୁବାଦ ଜଣାଇଛନ୍ତି ।।

Leave a Reply

Your email address will not be published. Required fields are marked *

You may have missed