ହୋଲିକା ଦହନ ରଜାଗ୍ନି ଉତ୍ସବ

ବ୍ରହ୍ମପୁର ୩ ନମ୍ବର ୱାର୍ଡ ଅନ୍ତର୍ଗତ ଜେନା ସାହି ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ବୃନ୍ଦାବନ ଚନ୍ଦ୍ର ଯୁଗଳ ମୂର୍ତ୍ତି ମହାପ୍ରଭୁଙ୍କ ମନ୍ଦିରରେ ପବିତ୍ର ଦୋଳ ପୂର୍ଣ୍ଣିମା ତଥା ହୋଲିକା ଦହନ ରଜାଗ୍ନି ଉତ୍ସବ ଅନୁଷ୍ଠିତ ହୋଇଛି। ଗୁରୁବାର ମଧ୍ୟରାତ୍ରରେ ସାହି ମଧ୍ୟରେ ସାହି ବାସିନ୍ଦାଙ୍କ ଗହଣରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ମନ୍ଦିର ପରିଚାଳନା କମିଟି ସଭାପତି ଶ୍ରୀ ପ୍ରସନ୍ନ କୁମାର ରଥଙ୍କ ନେତୃତ୍ୱରେ ଆୟୋଜିତ ଏହି ଉତ୍ସବରେ ମନ୍ଦିରର ମୁଖ୍ୟ ପୁରୋହିତ ସୁଦର୍ଶନ ରଥଙ୍କ ପୌରହିତ୍ୟରେ ସମେତ ପୂଜାର୍ଚ୍ଚନା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।
ଅନ୍ୟ ମାନଙ୍କ ମଧ୍ୟରେ ଉପଦେଷ୍ଟା ନାରାୟଣ ରଥ, ଉପ ସଭାପତି ଶ୍ରୀ ରାମହରି ସାହୁ, ଶ୍ରୀ ରଞ୍ଜିତ ରଥ, ସାଧାରଣ ସମ୍ପାଦକ ଶ୍ରୀ ରବୀନ୍ଦ୍ର କୁମାର ସାହୁ, କାର୍ଯ୍ୟକାରୀ ସମ୍ପାଦକ – ଶିବ ପ୍ରସାଦ ବେହେରା, ସଙ୍ଗଠନ ସମ୍ପାଦକ ଶ୍ରୀ ଅଭିଜିତ କର, କୋଷାଧ୍ୟକ୍ଷ – ଶ୍ରୀ ନାରାୟଣ ପାତ୍ର, ଶ୍ରୀ ସୁଦାମ ବେହେରା, ଶାନ୍, କାଳୁ, କମଲ, ରବିଙ୍କ ସମେତ ସାହିର ଅନ୍ୟ ବାସିନ୍ଦା ମାନେ ପରିଚାଳନରେ ସହଯୋଗ କରିଥିଲେ।
ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )