November 2, 2026
Home » ୧୬ ଜଣ ହିତାଧିକାରୀଙ୍କୁ ଠେଲାଗାଡ଼ି ପ୍ରଦାନ

୧୬ ଜଣ ହିତାଧିକାରୀଙ୍କୁ ଠେଲାଗାଡ଼ି ପ୍ରଦାନ

0
WhatsApp Image 2026-11-01 at 7.45.17 PM

ଅଭିଳାଷ ପଣ୍ଡାଙ୍କ ପ୍ରଚେଷ୍ଟାରେ ରୋଜଗାରର ନୂଆ ରାହା
ଖଣ୍ଡପଡ଼ା: ଆତ୍ମନିର୍ଭରଶୀଳ ହେବା ସହ ନିଜେ ରୋଜଗାର କରି ପରିବାର ପ୍ରତିପୋଷଣ କରିବାର ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ନ୍ୟାସନାଲ ଏଗ୍ କୋଅର୍ଡିନେସନ୍ କମିଟି (NECC) ପକ୍ଷରୁ ଆଜି ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀର ୧୬ ଜଣ ହିତାଧିକାରୀଙ୍କୁ ଠେଲାଗାଡ଼ି ପ୍ରଦାନ କରାଯାଇଛି। ବିଜେପି ଯୁବମୋର୍ଚ୍ଚାର ଓଡ଼ିଶା ରାଜ୍ୟ ସଭାପତି ଅଭିଳାଷ ପଣ୍ଡାଙ୍କ ବିଶେଷ ପ୍ରଚେଷ୍ଟାରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିବା ଜଣାପଡ଼ିଛି।
NECC ପକ୍ଷରୁ ଯୋଗାଇ ଦିଆଯାଇଥିବା ଏହି ଠେଲାଗାଡ଼ି ମାଧ୍ୟମରେ ହିତାଧିକାରୀମାନେ ନିଜସ୍ୱ ବ୍ୟବସାୟ ଆରମ୍ଭ କରି ଆତ୍ମନିର୍ଭରଶୀଳ ହୋଇପାରିବେ। ଏହାଦ୍ୱାରା ସେମାନଙ୍କ ପାଇଁ ରୋଜଗାରର ଏକ ନୂତନ ମାର୍ଗ ଉନ୍ମୁକ୍ତ ହୋଇଛି।ଏହି କାର୍ଯ୍ୟକ୍ରମରେ NECCର ମୁଖ୍ୟ ଡଃ ଏଜିଲ୍ କୁମାର ଉପସ୍ଥିତ ରହି ହିତାଧିକାରୀଙ୍କୁ ଠେଲାଗାଡ଼ି ପ୍ରଦାନ କରିଥିଲେ। ଏଥିରେ ଅଭିଳାଷ ପଣ୍ଡାଙ୍କ ସମେତ ସୌମ୍ୟରଞ୍ଜନ ସାହୁ, ସମ୍ବିତ କୁମାର ସାହୁ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସତ୍ୟେନ୍ଦୁ ଶେଖର ମିଶ୍ର, ଯୁବ ସଂଗଠକ ଜିତେନ୍ଦ୍ର କୁମାର କାଟିଆ ଓ ପରମେଶ୍ୱର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ପଦକ୍ଷେପ ଦ୍ୱାରା ଅଞ୍ଚଳର ବେକାର ଯୁବକ ଓ ଆର୍ଥିକ ଦୁର୍ବଳ ବର୍ଗର ଲୋକଙ୍କୁ ସ୍ୱାବଲମ୍ବୀ ହେବାର ସୁଯୋଗ ମିଳିବ ବୋଲି ଆଶା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *