୨୦୨୪ ମସିହାର ଅନ୍ତିମ ରାଷ୍ଟ୍ରୀୟ ଲୋକ ଅଦାଲତରେ ୪୨୫୫ ମାମଲାର ଫଇସଲା
ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଧେଶ କ୍ରମେ କୋରାପୁଟ ଜିଲ୍ଲା ଦୌରା ଜଜ ତଥା ଜିଲ୍ଲା ଆଈନ ସେବା ପ୍ରାଧିକରଣର ଅଧକ୍ଷ ଶ୍ରୀ ପ୍ରଦୀପ କୁମାର ମହନ୍ତଙ୍କ ତତ୍ଵାବଧାନରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇ ଅଛି । ଉକ୍ତ ଅଦାଲତରେ ଜିଲ୍ଲା ଜଜ କୋରାପୁଟ ଶ୍ରୀ ଶ୍ରୀ ପ୍ରଦୀପ କୁମାର ମହନ୍ତ, ଅତିରିକ୍ତ ଜିଲ୍ଲା ଜଜ ଶ୍ରୀ ବିଦ୍ଯାଧର ପୃଷ୍ଟି , ବରିଷ୍ଠ ଦେବାନି ବିଚାରପତି ଶ୍ରୀମତୀ ସ୍ଵୟଂ ପ୍ରକାଶ ଦାସ, ମହିଳା ଅଦାଲତ ବିଚାରପତି ଶ୍ରୀମତୀ ଅଳକନନ୍ଦା ମହାନ୍ତି, ସଚିବ ତଥା ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ବିଚାରପତି ଶ୍ରୀ ସୁମନ ଜେନା, ରେଜିସ୍ଟ୍ରାର ଶ୍ରୀ ବିଷ୍ଣ ପ୍ରସାଦ ଦେବତା, ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକରି ଶ୍ରୀ ସନ୍ତୋଷ କୁମାର ବାରିକ, ପ୍ରଥମ ଶ୍ରେଣୀ ବିଚାର ବିଭାଗ ଦଣ୍ଡାଧିକାରି ଶ୍ରୀ ଅନିମେଷ ଜେନା ପ୍ରମୁଖ ଜୟପୁର ମୁଖ୍ୟାଳୟରେ ବିଭିନ୍ନ ବେଞ୍ଚରେ ଉପସ୍ଥିତ ରହି ପୃଥକ ପୃଥକ ଭାବେ କୋର୍ଟ କରି ମୋକଦ୍ଦମା ଫୈଇସଲା କରିଥିଲେ ।
ସେହିପରି କୋରାପୁଟ,କୋଟପାଡ, ଲକ୍ଷ୍ମୀପୁର,ସେମିଲିଗୁଡା,ବୋରିଗୁମ୍ମା,ଦଶମନ୍ତପୁର ଓ ଲମତାପୁଟରେ ରହିଥିବା କୋର୍ଟ ପରିସରରେ ମଧ୍ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେଇଥିଲା। ତତ ସଙ୍ଗେ ସଙ୍ଗେ କୋରାପୁଟ ଓ ଜୟପୁର ଉପ ଜିଲ୍ଲା ପାଳ ଓ ଜିଲ୍ଲାର ସମସ୍ତ ତହସିଲଦାର, ଆଞ୍ଚଳିକ ପରିବହନ କାର୍ଯ୍ୟଳୟ, ମାନଙ୍କ ଦ୍ଵାରା ମଧ୍ୟ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ରାଜସ୍ୱ ବିବାଦର ଫଇସଲା କରାଯାଇଥିଲା।
ଏହି ରାଷ୍ଟ୍ରୀୟ ଲୋକଅଦାଲତରେ ୩୧ ଗୋଟି ମୋଟର ଦୁର୍ଘଟଣା ଜନିତ କ୍ଷତି ପୂରଣ ମାମଲାର ଫୈଇସଲା କରି ବୀମା କମ୍ପାନୀ ମାନଙ୍କୁ କ୍ଷତି ପୂରଣ ବାବଦରେ ଆଦେଶ ଦେଇ ବାଦି ମାନଙ୍କୁ ୩,୨୧,୧୩,୦୦୦/- ଟଙ୍କ। କ୍ଷତି ପୂରଣ ଦେବା ପାଇଁ ଧାର୍ଯ୍ୟ କରଯାଇଥିଲା, ସେହିପରି ୧୧ ଗୋଟି ସାଲିସ ଯୋଗ୍ୟ ଫୌଜଦାରୀ ମାମଲା, ୨୫ ଗୋଟି ବ୍ଯାଙ୍କ ରୁଣ ମାମଲା, ୧୦ ଗୋଟି ବୈବାହିକ ମାମଲା ୩୬ ଗୋଟି ଦେବାନୀ ମାମଲାର ଫଇସଲା କରାଯାଇଥିଲା,
ଏହାସହିତ ୨୪ ଗୋଟି N.I. Act ମାମଲା ର ଫଇସଲା କରାଯାଇ ୫୬,୦୫,୪୮୨/- ଟଙ୍କା ଧାର୍ଯ୍ୟ ହେଇଥିଲା, ସେହିପରି ୧୫୨ ଗୋଟି ଅନ୍ଯାନ୍ଯ ଫଉଜଦାରି ମାମଲାର ଫଇସଲା କରାଯାଇ ୮୩,୩୫,୫୦୪/- ହୋଇଥିଲା, ତତ ସଙ୍ଗେ ସଙ୍ଗେ କୋରାପୁଟ ଓ ଜୟପୁର ଉପ-ଜିଲ୍ଲାପାଳ ଓ ଜିଲ୍ଲାର ସମସ୍ତ ତହସିଲଦାର ମାନଙ୍କ ଦ୍ଵାରା ମୋଟୋ ୩୯୬୬ ରାଜସ୍ୱ ବିବାଦର ଫଇସଲା କରାଯାଇ ୨୫୩୧୯୨/- ଟଙ୍କା ଅଦାୟ କରଯାଇଥିଲା।
ଏତତ ବ୍ଯତୀତ ପ୍ରାକ ମୋକଦମା ସ୍ତରରେ ବିଭିନ୍ନ ବ୍ଯାଙ୍କ ଦ୍ଵାରା ୧୫୨ଟି ବ୍ଯାଙ୍କ ରୁଣ ମାମଲା କରାଯାଇ ୮୯,୮୬,୧୩୪/- ଧାର୍ଯ୍ୟ ହେଇଥିଲା, ୧୭ ଗୋଟି ଶ୍ରମ ବିବାଦ ମାମଲାର ଫଇସଲା, ୧୩ ଗୋଟି ଲୋକ ଉପଯୋଗୀ ସେବା ବିବାଦ ଓ ୧୮୯ ଗୋଟି ଅନ୍ଯାନ୍ଯ ମାମଲା ଯେପରି ପରିବହନ, ଜମିଜୁମା ,ବୈବାହିକ ବିବାଦର ଫଇସଲା କରାଯାଇ ୧,୧୧,୦୫୨/- ଟଙ୍କା ଧାର୍ଯ୍ୟ କରଯାଇଥିଲା ଏହିପରି ଭାବେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତରେ ମୋଟ ୪୨୫୫ ମାମଲାର ବିଚାର ହୋଇ ୫,୬୦,୮୨,୬୫୭/- ଟଙ୍କା ଧାର୍ଯ୍ୟ ହୋଇଥିଲା ।
ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ