September 15, 2024
Home » ୨୫ ଅଗଷ୍ଟ ରେ ଡ୍ୟାନ୍ସ ନୟାଗଡ ଡ୍ୟାନ୍ସ ର ଗଣିଆ ଅଡିସନ୍

୨୫ ଅଗଷ୍ଟ ରେ ଡ୍ୟାନ୍ସ ନୟାଗଡ ଡ୍ୟାନ୍ସ ର ଗଣିଆ ଅଡିସନ୍

0

 

ଗଣିଆ: ,ନୟାଗଡ ର ଭାଷା,ସାହିତ୍ୟ ଓ ସଂସ୍କୃତି ପରିଷଦ ସୃଜନିକା ତରଫରୁ “ଡ୍ୟାନ୍ସ ନୟାଗଡ ଡ୍ୟାନ୍ସ” ର ଗଣିଆ ବ୍ଲକର ଅଡିସନ୍ ଆସନ୍ତା ୨୫ ତାରିଖ ଅଗଷ୍ଟ ମାସରେ ଅନୁଷ୍ଠିତ ହେବ। ଗ୍ରାମାଞ୍ଚଳ ରେ ଲୁଚି ରହିଥିବା ନୃତ୍ୟରତ ପିଲା ମାନଙ୍କ ର ଏହି ନୃତ୍ୟ କୁ ଆଗକୁ ନେବା ପାଇଁ ଏହାର ପ୍ରୟାସ। ଏହି ଅବସରରେ ସୃଜନିକା ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଆଜି ଗଣିଆ ର ଶିକ୍ଷକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀ ରେ ପରିଷଦ ର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର,ସଚିବ ଡ଼. ନିର୍ମଳ ଚନ୍ଦ୍ର ଶୂରଦେଓ, ସମାଜସେବୀ ଦାମୋଦର ସାହୁ ଓ ପରିଷଦ ର ଉପଦେଷ୍ଟା ଗୀତାଞ୍ଜଳି ମହାପାତ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପର୍କ ରେ ସୂଚନା ଦେଇ କହିଥିଲେ ଯେ ପ୍ରତିଯୋଗୀ ମାନଙ୍କର ବୟସ ସୀମା ୮ ବର୍ଷ ରୁ ୧୮ ବର୍ଷ ହୋଇଥିବା ଆବଶ୍ୟକ, ସେମାନେ ଯେ କୌଣସି ନୃତ୍ୟ ପରିବେଷଣ କରିପାରିବେ ଏବଂ ନୃତ୍ୟ ର ସମୟ ମାତ୍ର ୩ ମିନିଟ୍ ମଧ୍ୟରେ ରହିବା ଆବଶ୍ୟକ। ଏହି ଅଡିସନ୍ ରୁ ମାତ୍ର ୫ ଜଣ ସେମି ଫାଇନାଲ କୁ ଉନ୍ନୀତ ହେବେ ଏବଂ ଆସନ୍ତା ସେପ୍ଟେମ୍ବର ମାସ ୮ ତାରିଖରେ ନୟାଗଡ ସଦର ମହକୁମା ଠାରେ ଏହାର ସେମି ଫାଇନାଲ ଅନୁଷ୍ଠିତ ହେବ। ଏହାପରେ ଏହାର ଗ୍ରାଣ୍ଡ ଫାଇନାଲ ସେପ୍ଟେମ୍ବର ମାସ ୨୨ ତାରିଖ ରେ ନୟାଗଡ ସହର ରେ କରାଯିବ । ୩ ଜଣ ବିଜେତା ଙ୍କୁ ଟ ୧୦,୦୦୦/-,ଟ(ପ୍ରଥମ) ୭,୦୦୦/-, ଟ (ଦ୍ଵିତୀୟ)୫,୦୦୦/-(ତୃତୀୟ) ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯିବା ସହ ସୁନ୍ଦର ଟ୍ରଫି ଓ ମାନପତ୍ର ପ୍ରଦାନ କରାଯିବ ଏବଂ ଅନ୍ୟାନ୍ୟ ଫାଇନାଲିଷ୍ଟ ମାନଙ୍କୁ ମାନପତ୍ର ଓ ମେମେଣ୍ଟୋ ପ୍ରଦାନ କରାଯିବା ର ବ୍ୟବସ୍ଥା ରହିଛି। ଏହି ସମ୍ମିଳନୀ ରେ ଗଣିଆ ବ୍ଲକର ସମସ୍ତ ସାମ୍ବାଦିକ ବନ୍ଧୁମାନେ ଉପସ୍ଥିତ ରହିଥିଲେ ।

 

ଗଣିଆରୁ ବ୍ରଜ କିଶୋର ସାହୁଙ୍କ ରିପୋର୍ଟ ଇପିଏ

Leave a Reply

Your email address will not be published. Required fields are marked *