February 17, 2025
Home » ୨୯ବର୍ଷ ରେ ପଦାର୍ପଣ କଲା ଧର୍ମଗଡ ଗୋରୁବଜାର ଦୂର୍ଗା ପୂଜା । ରସ ଜାମୁଡାଲି ରେ ମେଲୋଡ଼ି ଏଥରର ମୁଖ୍ୟ ଆକର୍ଷଣ….

୨୯ବର୍ଷ ରେ ପଦାର୍ପଣ କଲା ଧର୍ମଗଡ ଗୋରୁବଜାର ଦୂର୍ଗା ପୂଜା । ରସ ଜାମୁଡାଲି ରେ ମେଲୋଡ଼ି ଏଥରର ମୁଖ୍ୟ ଆକର୍ଷଣ….

0

 

ଧର୍ମଗଡ ସହର ର ପୁରୁଣା ଗୋରୁବଜାର ଦୂର୍ଗାପୂଜା ଚଳିତ ବର୍ଷ ୨୯ ତମ ବର୍ଷ ରେ ପଦାର୍ପଣ କରିଛି। ଗତ କାଲି ବିଲ୍ଵ ବରଣ ଓ ବିଶାଳ କଳସ ଯାତ୍ରା ସହ ମା ଙ୍କ ପୂଜା ଆରମ୍ଭ ହୋଇଛି।ଏହି ପୂଜା ରେ ମୂଖ୍ୟ ପୂଜକ ଭାବେ ପଣ୍ଡିତ କାଳୀୟ ରଞ୍ଜନ ପଣ୍ଡା, ସହଯୋଗୀ ପୂଜକ ଭାବେ ସଞ୍ଜୟ ରଥ ଓ ପଣ୍ଡିତ ଶିବ ଦାସ ଦାୟିତ୍ଵ ନିର୍ବାହ କରୁଥିବା ବେଳେ କର୍ତ୍ତା ଭାବେ ଘନଶ୍ୟାମ ଅଗ୍ରୱାଲ ଓ ପତ୍ନୀ ତ୍ରିଶଳା ଅଗ୍ରୱାଲ ଦାୟିତ୍ଵ ନିର୍ବାହ କରୁଛନ୍ତି। ଦୀର୍ଘ ୨୦ ବର୍ଷ ହେଲା ଉକ୍ତ ଦଂପତି ଉକ୍ତ ପୂଜାରେ କର୍ତ୍ତା ର ଭାବେ ସେବା କରି ଆସୁଛନ୍ତି। ପ୍ରତିଦିନ ଦୂର୍ଗା ଙ୍କ ର ବିଭିନ୍ନ ରୂପ ରେ ରୀତି ନୀତି ସହ ପୂଜାର୍ଚ୍ଚନା କରାଯିବା ସହ ଭକ୍ତ ମାନଙ୍କ ପାଇଁ ପ୍ରତ୍ୟହ ଅନ୍ନ ଭୋଗ ର ବ୍ୟବସ୍ଥା କରାଯାଇଛି।

ସମଗ୍ର ଅଞ୍ଚଳ କୁ ଉଜ୍ବଳ ଆଲୋକ ମାଳ ରେ ସୂସଜ୍ଜିତ କରାଯାଇଛି।ସ୍ଥାନୀୟ ମୂର୍ତ୍ତି କାରିଗର ସଦନ ବିହାରୀ ମା ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କରିଥିବା ବେଳେ ପରଦେଶୀ ସୁନାନି ମଣ୍ଡପ ସାଜ ସଜ୍ଜା ଓ ରାମଦାସ ମେହେର ତୋରଣ ପ୍ରସ୍ତୁତ ସହ ଆଲୋକ ସାଜ ସଜ୍ଜା କରିଛନ୍ତି । ପୂଜା କମିଟି ର ସଭାପତି ଉମାଶଙ୍କର ବାଗ, କାର୍ଯ୍ୟକାରି ସଭାପତି କ୍ଷିରୋଦ ବାଗ,ସଂପାଦକ ଭୋକର ଧନ ସୁନା, ସହ ସମ୍ପାଦକ ରଞ୍ଜିତ ନାଏକ,କୋଷାଧ୍ୟକ୍ଷ ଦୁଷ୍ମନ୍ତ ନାଏକ ଓ ଅନ୍ୟାନ୍ୟ ସଦସ୍ୟ ଙ୍କ ପ୍ରତ୍ୟକ୍ଷ ସହଯୋଗରେ ଧୁମ୍ ଧାମରେ ମା ଙ୍କ ପୂଜା କରାଯାଉ ଥିବା ବେଳେ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ପାଇଁ ବିଭିନ୍ନ ଦିବସରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ରଖା ଯାଇଛି। ରାୟଗଡା ର ଡ୍ୟାନ୍ସ ଗ୍ରୁପ, ଭଜନ ସନ୍ଧ୍ୟା,ମନୋରଞ୍ଜନ ନାଟକ ସହ ଆସନ୍ତା ୧୨ ତାରିଖ ସନ୍ଧ୍ୟାରେ ଗାୟକ ଅଙ୍କିତ ରାଜ ଓ ସନ୍ଧ୍ୟାରାଣୀ ଙ୍କ ଦ୍ବାରା “ରସ ଜାମୁଡାଲି” ମେଲୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।। ଆସନ୍ତା ୧୩ ତାରିଖ ବିଜୟା ଦଶମୀ ଦିନ ପୂର୍ଣ୍ଣାହୁତି ସହ ମା ଙ୍କର ଭବ୍ୟ ଭସାଣି ହେବ ବୋଲି ଆୟୋଜକ କମିଟି ପକ୍ଷରୁ ପ୍ରକାଶ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Leave a Reply

Your email address will not be published. Required fields are marked *