April 26, 2026
Home » ୩ ପଞ୍ଚାୟତ କୁ ମିଳିଲା ଆଇ.ଏସ.ଓ ସାର୍ଟିଫିକେସନ ଅଞ୍ଚଳରେ ଖୁସି ର ଲୋହରି ।

୩ ପଞ୍ଚାୟତ କୁ ମିଳିଲା ଆଇ.ଏସ.ଓ ସାର୍ଟିଫିକେସନ ଅଞ୍ଚଳରେ ଖୁସି ର ଲୋହରି ।

0
WhatsApp Image 2026-04-26 at 2.32.15 PM

ଯୋଡ଼ା – କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଲୋଇଡାପଦା ଗ୍ରାମ ପଞ୍ଚାୟତ ଏକ ନୂତନ ସଫଳତାର ଶୀର୍ଷ କୁ ଛୁଇଁଛି। ପଞ୍ଚାୟତକୁ ପଞ୍ଚାୟତିରାଜ ଦିବସ ଅବସରରେରେ ଆନ୍ତର୍ଜାତୀୟ ମାନକ ସ୍ୱୀକୃତି ସୂଚକ ଆଇ.ଏସ.ଓ ସାର୍ଟିଫିକେସନ୍ ମିଳିଥିବାରୁ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।ସୂଚନା ଅନୁଯାୟୀ, ପଞ୍ଚାୟତ ପକ୍ଷରୁ ପରିଚ୍ଛନ୍ନତା, ପ୍ରଶାସନିକ କାର୍ଯ୍ୟକୁଶଳତା, ପାନୀୟଜଳ ବ୍ୟବସ୍ଥା, ସାମାଜିକ ସେବା ଓ ଗ୍ରାମ ଉନ୍ନତିରେ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରାଯାଇଥିବାରୁ ଏହି ସାର୍ଟିଫିକେସନ୍ ଦିଆଯାଇଛି।ପଞ୍ଚାୟତ କାର୍ଯ୍ୟାଳୟର ଡିଜିଟାଲ୍ ସେବା, ଲୋକମାନଙ୍କ ସମସ୍ୟାର ତ୍ୱରିତ ସମାଧାନ ଓ ପ୍ରଶାସନର ପାରଦର୍ଶିତାକୁ ମଧ୍ୟ ଏହି ମାନ୍ୟତା ପାଇବାରେ ମୁଖ୍ୟ ଭୂମିକା ନେଇଛି। ଏହା ସହ ପରିବେଶ ସୁରକ୍ଷା, ହରିତାୟନ ଓ ସ୍ୱଚ୍ଛତା ଅଭିଯାନରେ ପଞ୍ଚାୟତର ସକ୍ରିୟ ଭୂମିକାକୁ ମଧ୍ୟ ମୂଲ୍ୟାୟନ କରାଯାଇଛି।ଏହି ସଫଳତା ପାଇଁ ସରପଞ୍ଚ ବିଳାସିନି ଓରାମ ପଞ୍ଚାୟତ ସଦସ୍ୟ ଓ ସମସ୍ତ କର୍ମଚାରୀଙ୍କୁ ଅଞ୍ଚଳବାସୀ ଅଭିନନ୍ଦନ ଜଣାଇଛନ୍ତି। ସରପଞ୍ଚ କହିଛନ୍ତି ଯେ, ଆଗାମୀ ଦିନରେ ମଧ୍ୟ ପଞ୍ଚାୟତ ଏହି ମାନକୁ ଅଟୁଟ ରଖିବା ସହ ଅଧିକ ଉନ୍ନତିମୂଳକ କାର୍ଯ୍ୟ କରିବ।ଏହି ଆଇ.ଏସ.ଓ ସାର୍ଟିଫିକେସନ୍ ପାଇବା ସହ ପଞ୍ଚାୟତ ଅନ୍ୟାନ୍ୟ ପଞ୍ଚାୟତମାନଙ୍କ ପାଇଁ ଏକ ଦୃଷ୍ଟାନ୍ତ ହୋଇଉଠିଛି। ଏହା ଫଳରେ ଗ୍ରାମ ଉନ୍ନତିରେ ଏକ ନୂତନ ମାଇଲ୍‌ସ୍ଟୋନ୍ ସୃଷ୍ଟି ହୋଇଛି।ତେବେ ଯୋଡ଼ା ବ୍ଲକ ର ସେରେଣ୍ଡା,ପଳସା ଏବଂ ଜୋଲହରି ପଞ୍ଚାୟତ କୁ ଆଇ.ଏସ.ଓ ମାନ୍ୟତା ମିଳିଥିବା ଜଣାପଡିଛି।

କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ ।

Leave a Reply

Your email address will not be published. Required fields are marked *