୪୧ବର୍ଷ ରେ ପଦାର୍ପଣ କଲା ଧର୍ମଗଡ ଚାରିଛକ ଦୂର୍ଗା ପୂଜା
ଧର୍ମଗଡ ସହରର ଚାରି ଛକ ସ୍ଥିତ ସାର୍ବଜନୀନ ଦୂର୍ଗାପୂଜା ଚଳିତ ବର୍ଷ ୪୧ ତମ ବର୍ଷ ରେ ପଦାର୍ପଣ କରିଛି। ଗତ ୧୭ ତାରିଖ ଦିନ ବିଲ୍ଵ ବରଣ ଓ ବିଶାଳ କଳସ ଯାତ୍ରା ପରେ ମାଆ ଙ୍କ ଯଥାରୀତି ପୂଜା ଆରମ୍ଭ ହୋଇ ମୁଖ ଦର୍ଶନ ହୋଇଛି।ଏହି ପୂଜା ରେ ମୂଖ୍ୟ ପୂଜକ ଭାବେ ପଣ୍ଡିତ ସରୋଜ କୁମାର ଦାସ, ସହଯୋଗୀ ପୂଜକ ବିଶ୍ବ ରଞ୍ଜନ ଆଚାର୍ଯ୍ୟ,ପଣ୍ଡିତ ଧିରେନ୍ଦ୍ର ମୁଣ୍ଡ ଓ ସନାତନ ପଣ୍ତା ମା ଙ୍କ ନିୟୋଜିତ ଥିବା ବେଳେ ବେଳେ କର୍ତ୍ତା ଭାବେ ଶ୍ରୀ ତ୍ରିଲୋଚନ ମୁଣ୍ଡ ଓ ପତ୍ନୀ ସୁଭାଷିନୀ ମୁଣ୍ଡ ଦାୟିତ୍ଵ ନିର୍ବାହ କରୁଛନ୍ତି। ପ୍ରତ୍ୟହ ଦୂର୍ଗା ଙ୍କ ର ବିଭିନ୍ନ ରୂପ ରେ ରୀତି ନୀତି ସହ ପୂଜାର୍ଚ୍ଚନା କରାଯିବା ସହ ଭକ୍ତ ମାନଙ୍କ ପାଇଁ ପ୍ରତ୍ୟହ ଅନ୍ନ ଭୋଗ ଓ ଶୁକ୍ଳ ଭୋଗର ବ୍ୟବସ୍ଥା କରାଯାଇଛି।ସମଗ୍ର ଅଞ୍ଚଳ କୁ ଉଜ୍ବଳ ଆଲୋକ ମାଳ ରେ ସୂସଜ୍ଜିତ କରାଯାଇଛି।

ସ୍ଥାନୀୟ ମୂର୍ତ୍ତି କାରିଗର ସଦନ ବିହାରୀ ମା ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କରିଥିବା ବେଳେ ଅଜିତ କୁମାର ସେନା ଓ ବାପି ପ୍ରଧାନ ମଣ୍ଡପ ସାଜ ସଜ୍ଜା ଓ ପୂଜା ର ବରିଷ୍ଠ ସଦସ୍ୟ ରାମ ଟେଣ୍ଟ ହାଉସ ର ରାମଦାସ ମେହେର ତୋରଣ ପ୍ରସ୍ତୁତ ସହ ଆଲୋକ ସାଜ ସଜ୍ଜା କରିଛନ୍ତି । ପୂଜା କମିଟି ର ପ୍ରତିଷ୍ଠାତା ସଭାପତି ନିରଞ୍ଜନ ମହାପାତ୍ର,ସଂପାଦକ ଧନିଷ୍ଟ ଲହଜଲ,କୋଷାଧ୍ୟକ୍ଷ ସଂଜୟ ପଣ୍ଡା, ସଦସ୍ୟ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ସୁଶାନ୍ତ ଲହଜଲ, ଅଶ୍ୱିନ ମୁଣ୍ଡ, ଚନ୍ଦନ ପାତ୍ର, ନବୀନ ସରାଫ, ଚିନ୍ମୟ ମହାପାତ୍ର ଓ ଅନ୍ୟାନ୍ୟ ସଦସ୍ୟ ଙ୍କ ପ୍ରତ୍ୟକ୍ଷ ସହଯୋଗରେ ଧୁମ୍ ଧାମରେ ମା ଙ୍କ ପୂଜା କରାଯାଉ ଥିବା ବେଳେ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ପାଇଁ ବିଭିନ୍ନ ଦିବସରେ ବିଭିନ୍ନ ଆସନ୍ତା ଅକ୍ଟୋବର ୨୧ତାରିଖ ବିଜୟା ଦଶମୀ ଦିନ ମା ଦୁର୍ଗାଙ୍କ ଅପରାଜିତା ପୁଜା ସହ ପୂର୍ଣ୍ଣାହୁତି ହେଵ ଏବଂ ୨୨ ତାରିଖ ସକାଳୁ ମା ଙ୍କର ଭବ୍ୟ ଭସାଣି ହେବ ବୋଲି ଆୟୋଜକ କମିଟି ପକ୍ଷରୁ ପ୍ରକାଶ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
