November 2, 2024
Home » ୬୫ ବର୍ଷ ରେ ପଦାର୍ପଣ କଲା ଧର୍ମଗଡ ବସ୍ତି ପଡା ସାର୍ବଜନୀନ ଦୂର୍ଗା ପୂଜା । କେଦାରନାଥ ମନ୍ଦିର ସଦୃଶ୍ୟ ତୋରଣ ଏଥରର ମୁଖ୍ୟ ଆକର୍ଷଣ..

୬୫ ବର୍ଷ ରେ ପଦାର୍ପଣ କଲା ଧର୍ମଗଡ ବସ୍ତି ପଡା ସାର୍ବଜନୀନ ଦୂର୍ଗା ପୂଜା । କେଦାରନାଥ ମନ୍ଦିର ସଦୃଶ୍ୟ ତୋରଣ ଏଥରର ମୁଖ୍ୟ ଆକର୍ଷଣ..

0

.

ଧର୍ମଗଡ ସହର ର ସର୍ଵ ପୂରାତନ ଦୂର୍ଗାପୂଜା ବସ୍ତି ପଡା ସାର୍ବଜନୀନ ଦୂର୍ଗା ପୂଜା ଚଳିତ ବର୍ଷ ୬୫ ତମ ବର୍ଷ ରେ ପଦାର୍ପଣ କରିଛି । ନବଦିନାତ୍ମକ ଏହି ପୂଜା ରେ ମୂଖ୍ୟ ପୂଜକ ଭାବେ ଭାବ ପାଣଗ୍ରାହୀ, ସହଯୋଗୀ ପୂଜକ ଭାବେ ଭଗବାନ ପଣ୍ଡା ଓ ଅଖିଳ ପଣ୍ଡା ଦାୟିତ୍ଵ ନିର୍ବାହ କରୁଥିବା ବେଳେ କର୍ତ୍ତା ଭାବେ ନବୀନ ଅଗ୍ରୱାଲ ଓ ପତ୍ନୀ ରାଜଶ୍ରୀ ତାୟଲ ଦାୟିତ୍ଵ ନିର୍ବାହ କରୁଛନ୍ତି ।

ଚଳିତ ବର୍ଷ ପୂଜା କୁ ଆକର୍ଷଣୀୟ କରିବା ପାଇଁ ପ୍ରସିଦ୍ଧ କେଦାର ନାଥ ମନ୍ଦୀର ଢାଞ୍ଚା ରେଏକ ସଦୃଶ୍ୟ ତୋରଣ ପ୍ରସ୍ତୁତ କରାଯାଇଛି । ନବ ଦିନ ବ୍ୟାପି ମାଆ ଦୂର୍ଗା ଙ୍କ ର ବିଭିନ୍ନ ରୂପ ରେ ରୀତି ନୀତି ସହ ପୂଜାର୍ଚ୍ଚନା କରାଯିବ । ସେହି ପରି ଧର୍ମଗଡ ର ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାର ଘରଣୀ ଙ୍କ ବାର୍ଷିକ ଦଶହରା ଉତ୍ସବ ଆସନ୍ତା ୧୩ ତାରିଖ ରବିବାର ଦିନ ଅନୁଷ୍ଠିତ ହେବ । ସମଗ୍ର ଅଞ୍ଚଳ କୁ ଉଜ୍ବଳ ଆଲୋକ ମାଳ ରେ ସୂ ସଜ୍ଜିତ କରାଯାଇଛି । ସୁଦୂର ପଶ୍ଚିମ ବଙ୍ଗ ର ମୂର୍ତ୍ତି କାରିଗର ଉଦୟ ବିଶ୍ୱାସ ମା ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କରିଥିବା ବେଳେ ପରଦେଶୀ ସୁନାନି ମଣ୍ଡପ ସାଜ ସଜ୍ଜା ଓ ଅନିରୁଦ୍ଧ ଲହଜଲ ତୋରଣ ପ୍ରସ୍ତୁତ ସହ ଆଲୋକ ସାଜ ସଜ୍ଜା କରିଛନ୍ତି । ପୂଜା କମିଟି ର ସଭାପତି ଦିନେଶ ଅଗ୍ରୱାଲ, ସମ୍ପାଦକ ପ୍ରଦୀପ କୁମାର ନାଏକ, ଉପ ସଭାପତି କୁମୁଦ ଚନ୍ଦ୍ର ସାହୁ ଓ କୋଷାଧ୍ୟକ୍ଷ ଭାବେ ଅନିଲ ଅଗ୍ରୱାଲ ରହିଛନ୍ତି । ଧୁମ୍ ଧାମରେ ମା ଙ୍କ ପୂଜା କରାଯାଉ ଥିବା ବେଳେ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ପାଇଁ ବିଭିନ୍ନ ଦିବସ ଅନେକ ସଂସ୍କୃତିକ କାର୍ଯ୍ୟକ୍ରମ ରଖା ଯାଇଛି । ଭଣ୍ଡାର ଘରଣୀ ଙ୍କ ବାର୍ଷିକ ଦଶହରା ପରଦିନ ଅର୍ଥାତ ୧୪ ତାରିଖ ସୋମବାର ଦିନ ଭବ୍ୟ ଭସାଣି ହେବ ବୋଲି ଆୟୋଜକ କମିଟି ପକ୍ଷରୁ ପ୍ରକାଶ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Leave a Reply

Your email address will not be published. Required fields are marked *