October 13, 2026
Home » ୬୭ ବର୍ଷ ରେ ପଦାର୍ପଣ କଲା ଧର୍ମଗଡ ବସ୍ତିପଡାର ଶ୍ରୀ ଦୂର୍ଗା ପୂଜା

୬୭ ବର୍ଷ ରେ ପଦାର୍ପଣ କଲା ଧର୍ମଗଡ ବସ୍ତିପଡାର ଶ୍ରୀ ଦୂର୍ଗା ପୂଜା

0
WhatsApp Image 2026-10-13 at 1.33.06 PM

 

ଆସନ୍ତା ଅକ୍ଟୋବର ୨୧ ରେ ମା ଭଣ୍ଡାର ଘରଣୀ ଙ୍କ ବାର୍ଷିକ ଦଶହରା।

ଧର୍ମଗଡ ସହର ର ସର୍ଵ ପୂରାତନ ଦୂର୍ଗାପୂଜା ବସ୍ତିପଡା ଶ୍ରୀ ଦୂର୍ଗା ପୂଜା କମିଟି ଚଳିତ ବର୍ଷ ୬୭ ତମ ବର୍ଷ ରେ ପଦାର୍ପଣ କରିଛି ।ରବିବାର ୧୧ ତାରିଖ ଠାରୁ ଆରମ୍ଭ ହୋଇଥିବା ନବଦିନାତ୍ମକ ଏହି ପୂଜା ରେ ମୂଖ୍ୟ ପୂଜକ ଭାବେ ଟୁଟୁ ମହାପାତ୍ର, ସହଯୋଗୀ ପୂଜକ ଭାବେ ଭଗବାନ ପଣ୍ଡା ଓ ଅଖିଳ ପଣ୍ଡା ଦାୟିତ୍ଵ ନିର୍ବାହ କରୁଥିବା ବେଳେ କର୍ତ୍ତା ଭାବେ ନବୀନ ଅଗ୍ରୱାଲ ଓ ପତ୍ନୀ ରାଜଶ୍ରୀ ତାୟଲ ଦାୟିତ୍ଵ ନିର୍ବାହ କରୁଛନ୍ତି । ଏହି ନବ ଦିନାତ୍ମକ ପୂଜାରେ ମା’ ଶୈଳପୁତ୍ରୀ (ପ୍ରଥମ ଦିନ)ମା’ ବ୍ରହ୍ମଚାରିଣୀ (ଦ୍ୱିତୀୟ ଦିନ),ମା’ ଚନ୍ଦ୍ରଘଣ୍ଟା (ତୃତୀୟ ଦିନ),ମା’ କୁଷ୍ମାଣ୍ଡା (ଚତୁର୍ଥ ଦିନ),ମା’ ସ୍କନ୍ଦମାତା (ପଞ୍ଚମ ଦିନ),ମା’ କାତ୍ୟାୟନୀ (ଷଷ୍ଠ ଦିନ),ମା’ କାଳରାତ୍ରୀ, (ସପ୍ତମ ଦିନ)ମା’ ମହାଗୌରୀ (ଅଷ୍ଟମ ଦିନ),ମା’ ସିଦ୍ଧିଦାତ୍ରୀ (ନବମ ଦିନ) ଦେବୀଙ୍କୁ ରୀତିନୀତି ସହ ଆରାଧନା କରାଯିବ।ଚଳିତ ବର୍ଷ ପୂଜା କୁ ଆକର୍ଷଣୀୟ କରିବା ପାଇଁ ଏକ ସଦୃଶ୍ୟ ତୋରଣ ପ୍ରସ୍ତୁତ କରାଯାଇଛି ସହ ଅଞ୍ଚଳକୁ ଆଲୋକ ମାଳା ରେ ସୁସଜ୍ଜିତ କରଯାଇଛି।

 

ସେହିପରି ଧର୍ମଗଡ ର ଆରାଧ୍ୟ ଦେବୀ ମା ଭଣ୍ଡାର ଘରଣୀ ଙ୍କ ବାର୍ଷିକ ଦଶହରା ଉତ୍ସବ ଆସନ୍ତା ଅକ୍ଟୋବର ୨୧ ତାରିଖ ବୁଧବାର ଦିନ ଅନୁଷ୍ଠିତ ହେବ।ସୁଦୂର ପଶ୍ଚିମ ବଙ୍ଗ କୋଲକତା ର ମୂର୍ତ୍ତି କାରିଗର ଉଦୟ ପାଲ ମା ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କରିଥିବା କରିଛନ୍ତି। ଚିତ୍ର ଶିଳ୍ପୀ ପରଦେଶୀ ସୁନାନି ମଣ୍ଡପ ସାଜ ସଜ୍ଜା ଓ ଅନିରୁଦ୍ଧ ଲହଜଲ ତୋରଣ ପ୍ରସ୍ତୁତ ସହ ଆଲୋକ ସାଜ ସଜ୍ଜା କରିଛନ୍ତି । ପୂଜା କମିଟି ର ସଭାପତି ଦିନେଶ ଅଗ୍ରୱାଲ, ସମ୍ପାଦକ ପ୍ରଦୀପ କୁମାର ନାଏକ, ଉପ ସଭାପତି ଅଜିତ କୁମାର ସାହୁ ଓ କୁମୁଦ ଚନ୍ଦ୍ର ସାହୁ, ସହ ସମ୍ପାଦକ ଭାବେ ଶିବ ପ୍ରସାଦ ମାଝୀ ଓ ଆଶିଷ ବେହେରା ଓ କୋଷାଧ୍ୟକ୍ଷ ଭାବେ ଅନିଲ ଅଗ୍ରୱାଲ ଓ ସଞ୍ଜୁ ଅଗ୍ରୱାଲ ରହିଛନ୍ତି । ଧୁମ୍ ଧାମରେ ମା ଙ୍କ ପୂଜା କରାଯାଉ ଥିବା ବେଳେ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ପାଇଁ ବିଭିନ୍ନ ଦିବସରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ରଖା ଯାଇଛି । ଭଣ୍ଡାର ଘରଣୀ ଙ୍କ ବାର୍ଷିକ ଦଶହରା ପରଦିନ ଅର୍ଥାତ ଅକ୍ଟୋବର ୨୨ ତାରିଖ ଗୁରବାର ଦିନ ମା ଙ୍କ ଭବ୍ୟ ଭସାଣି ହେବ ବୋଲି ଆୟୋଜକ କମିଟି ପକ୍ଷରୁ କୁହାଯାଇଛି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Leave a Reply

Your email address will not be published. Required fields are marked *