December 14, 2024
Home » ୭୧ ତମ ଜିଲ୍ଲା ସ୍ତରୀୟ ସମବାୟ ଉତ୍ସବ ଅନୁଷ୍ଠିତ

୭୧ ତମ ଜିଲ୍ଲା ସ୍ତରୀୟ ସମବାୟ ଉତ୍ସବ ଅନୁଷ୍ଠିତ

0

ଜଗତସିଂହପୁର:/ତିର୍ତୋଲ ୧୧୭୧ତମ ସର୍ବଭାରତୀୟ ସମବାୟ ସପ୍ତାହ ପାଳନ ଅବସରରେ, ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ସମବାୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ ଯୋଗ ଦେଇଥିବା ବେଳେ ଜଗତସିଂହପୁର ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ,ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଡେପୁଟି ରେଜିଷ୍ଟ୍ରାର୍, ସମବାୟ ସମିତି ଜିଲ୍ଲାରେ ସମବାୟ ସମିତି ମାନଙ୍କ ଦ୍ୱାରା ହୋଇଥିବା ବିଭିନ୍ନ କାର୍ଯ୍ୟ ସମସ୍ତ ବିଷୟରେ ବିଷାଦ ବିବରଣୀ ପ୍ରଦାନ କରିଥିଲେ।

ନିଜ ବକ୍ତବ୍ୟରେ, ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ କହିଥିଲେ ଯେ, ବିକଶିତ ଓଡିଶା ଗଠନରେ ସମବାୟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କୃଷିଜାତ ଦ୍ରବ୍ୟର ଉଚିତ ମୂଲ୍ୟରେ ବିକ୍ରିବଟା ପାଇଁ ସମସ୍ତ ନିୟନ୍ତ୍ରିତ ବଜାର କମିଟିରେ ଇ ମାର୍କେଟିଙ୍ଗର ବ୍ୟବସ୍ଥା, ବୟନ, ମତ୍ସ୍ୟ, ଦୁଗ୍ଧ ଉତ୍ପାଦନ, ହସ୍ତଶିଳ୍ପ, ରେଶମ, ତାଳଗୁଡ କ୍ଷେତ୍ରରେ, ଉତ୍ପାଦନକାରି ମାନଙ୍କୁ ସମବାୟ ମାଧ୍ୟମରେ ସଙ୍ଗଠିତ କରାଯାଇ ବିପଣନ ବ୍ୟବସ୍ଥାର ସୁଦୃଢ଼ୀକରଣ କରାଯାଇଛି ।
ସରକାରଙ୍କ ମୁଖ୍ୟ ସହାୟକ ଯୋଜନା ମାଧ୍ୟମରେ, ସର୍ବନିମ୍ନ ସହାୟକ ମୂଲ୍ୟରେ କ୍ରୟ କରି ଉକ୍ତ ମୂଲ୍ୟକୁ ଚାଷୀ ମାନଙ୍କ ବ୍ୟାଙ୍କ ଜମା ଖାତାରେ ସିଧାସଳଖ ପୈଠ କରାଯିବ ଏବଂ ଧାନ ସଂଗ୍ରହ କାର୍ଯ୍ୟକ୍ରମରେ ସମବାୟ ସମିତି ମାନଙ୍କର ସକ୍ରିୟ ଅଂଶଗ୍ରହଣ ଏହି ଯୋଜନାକୁ ସଫଳ କରିବ। ସଭାରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ସମବାୟ ର ଭୂମିକା ବିଷୟ ରେ ଆଲୋଚନା କରିଥିଲେ । କେବଳ ଜିଲ୍ଲା ରେ ନୁହେଁ ସମଗ୍ର ଓଡ଼ିଶା ରୁ ଧାନ କିଣା ର କଟନି ଛଟନି କୁ ହଟାଇବାକୁ ପଡ଼ିବ ବୋଲି କହିଥିଲେ। ଧାନର ଏମ ଏସ ପି ବୃଦ୍ଧି କରି ୩୧୦୦ ଟଙ୍କା କରଯାଇଛି।୨୨ ତାରିଖ ଦିନ ଜିଲ୍ଲା ରେ ଧାନ ସଂଗ୍ରହ କମିଟି ବୈଠକ ହେବ। ଜିଲ୍ଲା ରେ ହେବକୁ ଥିବା ୧୧୪ ଟି ମଣ୍ଡି ରେ ଚାଷୀ ମାନେ ଧାନ କିଣାବିକା କରିପାରିବେ
ଉକ୍ତ କାର୍ଯ୍ୟକ୍ରମରେ ସମବାୟ ସପ୍ତାହ ପାଳନ ଅବସରରେ ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହା ସହିତ, ବିଭିନ୍ନ ସମବାୟ ସମିତିର ମୁଖ୍ୟ ମାନଙ୍କ ସହିତ ଆଗାମୀ ଯୋଜନା ମାନଙ୍କ ବିଷୟରେ ପୁଙ୍ଖାନୁପୁଙ୍ଖ ମତାମତ ଗ୍ରହଣ କରାଯାଇ ଆଗକୁ କିଭଳି ଉନ୍ନତ ମାନର କାର୍ଯ୍ୟ ଜିଲ୍ଲାରେ ହୋଇପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା।
ଶ୍ରୀବତ୍ସ ପାଢ଼ୀ, ଇପିଏ ନିୟୁଜୁ,

Leave a Reply

Your email address will not be published. Required fields are marked *