May 13, 2025
Home » ୭୮ ତମ ସ୍ୱାଧୀନତା ଦିବସ

୭୮ ତମ ସ୍ୱାଧୀନତା ଦିବସ

0
WhatsApp Image 2024-08-16 at 2.46.22 PM

ବ୍ରହ୍ମପୁର, ୧୬/୮ : ଭାରତୀୟ ଜନତା ପାର୍ଟି ପକ୍ଷରୁ ଗାନ୍ଧୀନଗର ଛକ ଠାରେନ ହୋଇଯାଇଛି । ଏଥିରେ ବିଜେପିର ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି ଯୋଗ ଦେଇ ପ୍ରଥମେ ଗାନ୍ଧୀନଗର ଛକ ଠାରେ ଅବସ୍ଥାପିତ ଗାନ୍ଧୀ ପ୍ରତିମୂର୍ତ୍ତି ଏବଂ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ଶ୍ରୀ ପତି ଜିଲ୍ଲାବାସୀଙ୍କୁ ୭୮ ତ’ମ ସ୍ୱାଧୀନତା ଦିବସର ଅଭିନନ୍ଦନ ଜଣାଇବା ସହ ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କୁ ସ୍ୱାର୍ଥତ୍ୟାଗ, ସ୍ୱାଭିମାନ ଓ ସଚେତନତା ଏହି ତିନି ମନ୍ତ୍ର ଦେଇ ଭାରତକୁ ସୁସ୍ଥ , ସମୃଦ୍ଧ, ସବୁଜ କରିବା ସହ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତକୁ ବିଶ୍ୱଗୁରୁ ହେବାରେ ସହାୟକ ହୋଇପାରିବ ବୋଲି କହିଥିଲେ । ଦଳୀୟ କାର୍ଯ୍ୟକର୍ତ୍ତା ମାନେ ଜାତୀୟ ସଙ୍ଗୀତ ଗାନ କରିବା ସହ ମିଷ୍ଟାନ୍ନ ବଣ୍ଟନ କରିଥିଲେ ।

ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ପ୍ରବକ୍ତା ଟି.ଗୋପି,ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,ବରିଷ୍ଠ ଆଇନଜୀବି ତଥା ବିଜେପି ନେତା ପିତବାସ ପଣ୍ଡା,କର୍ପୋରେଟର ସବିତା ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ଉପସଭାପତି ରାମ ପାତ୍ର,ବରିଷ୍ଠ ନେତା ସୁନିଲ କୁମାର ସାହୁ,ଜିଲ୍ଲା ସମ୍ପାଦିକା ରତ୍ନଗର୍ଭା ସରସ୍ଵତୀ ଦେବୀ,ଏସ୍.ରାଣୀ,ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ମହନ୍ତ ଚିନ୍ମୟାନନ୍ଦ ଦାସ,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ସାଧାରଣ ସମ୍ପାଦକ କେ.ରବି ରାଓ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,ଜିଲ୍ଲା ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ବର୍ଷା ବିଦ୍ୟୁସ୍ମିତା,ମଧୁସ୍ମିତା ଠାକୁର୍,ବ୍ରହ୍ମପୁର ବିଧାନସଭା ପ୍ରଭାରୀ ରାମ ସାମଲ,ଆସ୍କା ରୋଡ଼ ମଣ୍ଡଳ ସଭାପତି ଭାବଗ୍ରାହୀ ପାଳ,କମାପଲ୍ଲୀ ମଣ୍ଡଳ ସଭାପତି ଗୋପିନାଥ ପଣ୍ଡା,ସାନ ବଜାର ମଣ୍ଡଳ ସଭାପତି ସରୋଜ ପାତ୍ର,ଗାନ୍ଧୀନଗର ମଣ୍ଡଳ ସଭାପତି ପ୍ରଫୁଲ୍ଲ ପାଣିଗ୍ରାହୀ,ପୁରୁଣା ବ୍ରହ୍ମପୁର ମଣ୍ଡଳ ସଭାପତି କେ.ଟୁଙ୍ଗୁରୁ ପାତ୍ର,ଗେଟ୍ ବଜାର ମଣ୍ଡଳ ସଭାପତି ଧର୍ମରାଜ ପାଣିଗ୍ରାହୀ,ଗୋସାଇଁନୂଆଗାଁ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ଚୌଧୁରୀ,ବିଷ୍ଣୁ ସୁବୁଦ୍ଧି,ତ୍ରିନାଥ ମହାପାତ୍ର,କୁଞ୍ଜବିହାରୀ ପଣ୍ଡା,ପଦ୍ମ ନାୟକ,ଏସ୍.ଶ୍ରୀନିବାସ୍,ପ୍ରବୀର ପାତ୍ର,ସୁମନ ସତପଥି,ପ୍ରମୋଦ ମଣ୍ଡଳ,ବାଙ୍କାନିଧି ସେଠୀ,ଅନୁପ ପଣ୍ଡା,ଜି.ବିଜୟ ପାତ୍ର,ଡ଼ି.ଅନିଲ ରାଓ,କୃଷ୍ଣ ପଲେଇ,ଜି.ରାଜେନ୍ଦ୍ର ପ୍ରସାଦ,ଶଙ୍କର ରାଓ,ସୁବ୍ରତ ପାଳ,ଗୀତା ଦାସ,ମାଲି ସାହୁ,ଶକ୍ତି ପଟ୍ଟନାୟକ,ଅମର ସାହୁ,ରଜତ ପାତ୍ର,ଦେବୁନ୍ ପଟ୍ଟନାୟକ,ଆଶିଷ ଦାସ,ଶିରିଡ଼ି ବିକ୍ରମ,ମନୋଜ ମହାରଣା ପ୍ରମୁଖଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଶେଷରେ ଦଳ ପକ୍ଷରୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *