May 13, 2025
Home » ୱାରେଣ୍ଟୀ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇ ଆକ୍ରମଣ ର ଶିକାର ହେଲେ ପୋଲିସ କର୍ମଚାରୀ।

ୱାରେଣ୍ଟୀ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇ ଆକ୍ରମଣ ର ଶିକାର ହେଲେ ପୋଲିସ କର୍ମଚାରୀ।

0
WhatsApp Image 2024-08-14 at 12.35.42 PM (1)

 

କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା। ବିଭିନ୍ନ ମାମଲାରେ ଛନ୍ଦି ହୋଇଥିବା ଅଭିଯୁକ୍ତ ମାନଙ୍କୁ ଗିରଫ କରିବାକୁ ଯାଇ ପୋଲିସ ଆକ୍ରମଣ ର ଶିକାର ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ଜୟପାଟଣା ଥାନା ମଙ୍ଗଳପୁର ଗ୍ରାମର ଅଲେଖ ନିରଞ୍ଜନ ସୁନା, ଦେବକୀ ସୁନା, ସନେଇ ସୁନା, ସାନ ସୁନା ଓ ହିମାଂଶୁ ସୁନା ଙ୍କ ନାମରେ ଜୟପାଟଣା ଥାନାରେ ଏକ କେଶ ରୁଜୁ ହୋଇଥିବା ବେଳେ ଘଟଣା ଏହା କୋର୍ଟରେ ବିଚାରଧୀନ ରହିଛି। ଏହି କେଶ ରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ଧରିବା ପାଇଁ ଅଦାଲତ ପକ୍ଷରୁ ଜାମିନ ବିହୀନ ୱାରେଣ୍ଟ ଜାରି ହୋଇଥିବା ବେଳେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାକୁ ଯାଇଥିବା ବେଳେ ସଂଘବଦ୍ଧ ଆକ୍ରମଣ ର ଶିକାର ହୋଇଥିଲେ।ପରେ ଆମପାଣି ଥାନା ରୁ ଆଇଆରବି ଯବାନ ପହଞ୍ଚି ଅଭିଯୁକ୍ତ ଙ୍କୁ କାବୁ କରି ପୋଲିସ ର ଜିମା ଦେଇଥିଲେ। ଘଟଣାଟି ଏବେ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ହୋଇଛି।

କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

 

Leave a Reply

Your email address will not be published. Required fields are marked *