September 15, 2024
Home » ୱାଲିପୁର ଓ ରାଉତପଡ଼ା ରେ କୁମ୍ଭୀର ଆତଙ୍କ, ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କଲେ ବନବିଭାଗ

ୱାଲିପୁର ଓ ରାଉତପଡ଼ା ରେ କୁମ୍ଭୀର ଆତଙ୍କ, ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କଲେ ବନବିଭାଗ

0

 

ମହାନଦୀରେ ବନ୍ୟା ଜଳ ଆସିବା ଫଳରେ ସାତକୋଶିଆ ଗଣ୍ଡ ଅଞ୍ଚଳରୁ କିଛି କୁମ୍ଭୀର ଏବେ ମହାନଦୀକୂଳ ଏବଂ ଏହାର ଆଖପାଖ ଅଞ୍ଚଳରେ ଦେଖା ଦେଇଥିବା ଜଣାପଡିଛି । ଆଜି ଗଣିଆ ବ୍ଲକ୍ ଅନ୍ତର୍ଗତ ବେଲପଡ଼ାପାଟଣା ପଞ୍ଚାୟତ ଅଧୀନ ୱାଳିପୁର ଓ ରାଉତପଡ଼ା ବରକଳା ଠାରେ ଦେଖା ଦେଇଛି ବିଶାଳ କୁମ୍ଭୀର। କୁମ୍ଭୀର ଆସିବା ଫଳରେ କୁମ୍ଭୀର ଦେଖିବାକୁ ଭିଡ଼ ଲାଗିଥିବା ବେଳେ ଭୟଭୀତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ । ସୂଚନା ଥାଉ କି ଗ୍ରାମ ପାଖ ଦେଇ ମହାନଦୀ ପ୍ରବାହିତ ହେଉଛି। ଗ୍ରାମବାସୀ ମାନେ ପ୍ରତ୍ୟେକ ଟି କାମ ପାଇଁ ନଦୀ ଜଳ ଉପରେ ନିର୍ଭରଶୀଳ ଥିବାବେଳେ ମହାନଦୀରେ କୁମ୍ଭୀର ଦେଖାଦେଇଥିବା ବେଳେ ଗ୍ରାମବାସୀଙ୍କ ଆଖିରୁ ନିଦ ହଜିଯାଇଛି । ମହାନଦୀରୁ ମାଛ ମାରି ପରିବାର ପ୍ରତିପୋଷଣ କରୁଥିବା ଲୋକେ ଏବେ ଭୟରେ ନଦୀକୁ ଯାଉନାହାନ୍ତି । ଗ୍ରାମବାସୀ ମାନଙ୍କ ନିମନ୍ତେ ଏଭଳି ବିପଦପୂର୍ଣ୍ଣ ସମୟ ରୁ ରକ୍ଷା ପାଇଁ କିଛି ସ୍ଥାୟୀ ସମାଧାନ ହୋଇପାରିବ କି ଏ ନେଇ ଏବେ ବଡ଼ ପ୍ରଶ୍ନ । ବନବିଭାଗ ତରଫରୁ ଏ ସମ୍ପର୍କରେ ଜାଣିବା ପରେ ଗୁରୁବାର ଅପରାହ୍ନରେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଗ୍ରାମବାସୀଙ୍କୁ ସଚେତନ କରିବା ସହିତ ମହାନଦୀ ଭିତରକୁ ଯିବାକୁ ବାରଣ କରିଛନ୍ତି ।

ବ୍ରଜ କିଶୋର ସାହୁଙ୍କ ରିପୋର୍ଟ ଇପିଏ

ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *