December 3, 2025
Home » ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ l

ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ l

0
WhatsApp Image 2025-07-14 at 11.18.51 AM

ସୁବର୍ଣ୍ଣପୁର — ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ କପାଶିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ପାଣିଗ୍ରାହୀ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l କେନ୍ଦ୍ର ସଂଯୋଜିକା ପ୍ରଜିନା ପାଢ଼ୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ କଣ୍ଟାମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋଭ ରଞ୍ଜନ ମାଲି ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉଦ୍ଧବ ମହାଲିକ, ଦୁର୍ଗାଚରଣ ପ୍ରଧାନ ଓ ନୀଳମଣି ପଣ୍ଡା ଙ୍କ ସହ ଶିକ୍ଷକ ସଂଘ ସଭାନେତ୍ରୀ ଅନିତା ମେହେର ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରି ଅବସର ନେଇଥିବା ଶିକ୍ଷୟିତ୍ରୀ ସଂଯୁକ୍ତା ପାଣିଗ୍ରାହୀ ଙ୍କ ବିଷୟ ରେ ମତ ବ୍ୟକ୍ତ କରିଥିଲେ l ଶିକ୍ଷୟିତ୍ରୀ ଗୀତାଞ୍ଜଳି ପାଣ୍ଡେ, ସ୍ଵାଗତିକା ମିଶ୍ର, ଅନୁପମା ମିଶ୍ର ଓ ଶିକ୍ଷକ ପରମେଶ୍ୱର ମେହେର ଗୁରୁ ଶିଷ୍ୟ ପରମ୍ପରା ସମ୍ପର୍କ ରେ ଆଲୋକପାତ କରିଥିଲେ l ଏହି ଅବସରରେ ମନମୁଣ୍ଡା କେନ୍ଦ୍ର ତରଫରୁ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା l ଶେଷରେ ସୁଦାମ ଚରଣ ମେହେର ଧନ୍ୟବାଦ ଅର୍ପଣ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *