ବୌଦ୍ଧରେ ପାଳିତ ହେଲା ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ l
ବୌଦ୍ଧ ଜିଲ୍ଲା ସଦର ମହକୁମା ମାରୱାଡି ଧର୍ମଶାଳା ଠାରେ ଜିଲ୍ଲା ସ୍ତରୀୟ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଏକ ସାଧାରଣ ସଭା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ରାମା ରାଓ ପାଳୋଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ଯୋଗଦେଇ ପ୍ରାଣୀ ଚିକିତ୍ସକ ମାନଙ୍କ ଅବଦାନ ଉପରେ ପ୍ରସଂଶା କରିଥିଲେ ଓ ପ୍ରାଣୀ ମାନଙ୍କ ଉତ୍ତମ ଖାଦ୍ୟ ଓ ସ୍ୱାସ୍ଥ୍ୟ ନିମନ୍ତେ ପ୍ରାଣୀ ଚିକିତ୍ସକ ମାନେ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ l ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଅନ୍ୟତମ ଅତିଥି ଭାବେ ହରଭଙ୍ଗା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନ ଓ ତହସିଲଦାର ବଳଦେବ ବେହେରା ମଞ୍ଚାସିନ ଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ବୌଦ୍ଧ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ଉପ ନିର୍ଦ୍ଦେଶକ ଡା.ଶୁଭେନ୍ଦୁ ଶେଖର ସାହୁ ସଭାକୁ ପରିଚାଳନା କରିଥିବାବେଳେ ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସl ଅଧିକାରୀ ଡା. ଅଭିମନ୍ୟୁ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ଉପସ୍ଥିତ ଥିବା ବିଭିନ୍ନ ଚାଷୀ ନିଜ ନିଜର ସମସ୍ୟା ଉପରେ ଉପସ୍ଥାପନା କରିଥିଲେ l ମାହେଶ୍ୱରୀ ଗୋଶାଳା ଅଧ୍ୟକ୍ଷ ନିର୍ଗୁଣ ମହାକୁଡ଼ ନିଜ ଗୋଶାଳାରେ ଥିବା ବିଭିନ୍ନ ସମସ୍ୟl କୁ ଅତିଥି ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଜିଲ୍ଲାରେ ଯେତିକି ସଂଖ୍ୟକ ଚିକିତ୍ସକ ଓ କର୍ମଚାରୀ ରହିବା କଥା ସେତିକି ସଂଖ୍ୟକ ନଥିବାରୁ ଆଶାନୁରୂପ ଭାବେ ପ୍ରାଣୀ ସେବା ହୋଇପାରୁ ନ ଥିବାର ଉପସ୍ଥିତ ଚାଷୀମାନେ ଅତିଥି ମାନଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ l ରାଜ୍ୟ ସରକାରଙ୍କ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ତୁରନ୍ତ ପଦକ୍ଷେପ ନିଆଯିବା ପାଇଁ ଚାଷୀମାନେ ଅନୁରୋଧ କରିଥିଲେ l ଏହି ଅବସରରେ ପ୍ରାଣୀ ଚିକିତ୍ସକ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର, ପୁଷ୍ପଗୁଛ ଓ ଉପଢୌକନ ପ୍ରଦାନ ପୁର୍ବକ ସମ୍ମାନିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ସମସ୍ତ ଅଧିକାରୀ, ପ୍ରାଣୀ ଚିକିତ୍ସକ ଓ କର୍ମଚାରୀ ମାନେ ସକ୍ରିୟ ସହଯୋଗ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
