ଅସହାୟ ଖେଡୁ ପରିବାର :ସରକାରୀ ସହାୟତା ପାଇଁ ଦାବି l
ସୁବର୍ଣ୍ଣପୁର –ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲେଇ ଗ୍ରାମର ଖେଡୁ କମ୍ପ ଙ୍କ ପରିବାର ର ଦୁଃଖ କହିଲେ ନ ସରେ l ଖେଡୁ ଙ୍କ ସ୍ତ୍ରୀଙ୍କୁ ସିକିଲିନ ରୋଗ ହୋଇଥିବା ବେଳେ ପୁଅ ମାନସିକ ଅନଗ୍ରସର ସୋନପୁର ଅନ୍ଧ, ମୁକ ଓ ବଧିର ବିଦ୍ୟାଳୟ ରେ ପାଠ ପଢୁଛି l ବୁଢ଼ା ବାପା ମାଆ ଙ୍କ ଏକମାତ୍ର ସାହାରା ଝିଅ ଭଲ ପାଠ ପଢୁଥିଲା l ଝିଅର ଆଖିରେ ଖଜୁରୀ କଣ୍ଟା ପଶିଯାଇଥିଲା l ବୋଝ ଉପରେ ନଳିତା ବିଡା l ଦୁଃଖ ଉପରେ ଦୁଃଖ l ପରିବାର ର ଆର୍ଥିକ ଅବସ୍ଥା ସ୍ଵଛଳ ନ ଥିବା ଯୋଗୁଁ ଠିକ ସମୟ ରେ ଚିକିତ୍ସା କରିପାରିନଥିଲେ l ଚିକିତ୍ସା ଠିକ ସମୟ ରେ ହୋଇନପାରିବାରୁ ଆଖି ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯିବା ଉପରେ l ଭଗବାନ ଙ୍କ ଭରଷା ରେ ରହିଛନ୍ତି ଖେଡୁ ଙ୍କ ପରିବାର l କେନ୍ଦ୍ର ତଥା ରାଜ୍ୟ ସରକାର ଗରିବ ମାନଙ୍କ ପାଇଁ କେତେ କେତେ ଯୋଜନା କରୁଛନ୍ତି l ଏହି ସବୁ ଯୋଜନା ଖେଡୁ ଙ୍କ ପରିବାର କୁ ପହଞ୍ଚିପାରୁନାହିଁ କିପରି l ପଞ୍ଚାୟତ ଠାରୁ ବ୍ଲକ ଓ ଜିଲ୍ଲା ପ୍ରଶାସନ ଖେଡୁ ଙ୍କ ପରିବାର ଅବସ୍ଥା ବିଷୟ ରେ ଅବଗତ ଅଛନ୍ତି କି ନାହିଁ l ଯଦି ପ୍ରଶାସନ ଏ ସବୁ ଜାଣି ନାହାନ୍ତି ଏଥିପାଇଁ ଦାୟୀ କିଏ? ତୁରନ୍ତ ଅସହାୟ ଖେଡୁ ଙ୍କ ପରିବାର ପ୍ରତି ପ୍ରଶାସନ ର ଦୃଷ୍ଟି ପଡୁ ଓ ସରକାରୀ ସହାୟତା ଯୋଗାଇ ଦିଆଯାଉ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
