July 15, 2026
Home » ଅସହାୟ ମା ଓ ପୁଅ : ସହାୟତା ଯୋଗାଇ ଦେବାପାଇଁ ଓଡିଶା ସରକାର ଙ୍କୁ ସୁପ୍ରିମକୋର୍ଟ ର ନିର୍ଦ୍ଧେଶ

ଅସହାୟ ମା ଓ ପୁଅ : ସହାୟତା ଯୋଗାଇ ଦେବାପାଇଁ ଓଡିଶା ସରକାର ଙ୍କୁ ସୁପ୍ରିମକୋର୍ଟ ର ନିର୍ଦ୍ଧେଶ

0
WhatsApp Image 2026-06-18 at 12.04.46 PM

 

ସୁବର୍ଣ୍ଣପୁର —ସରକାର ଗରିବ ଭୂମିହୀନ ଦୁଃଖୀ, ଦିବ୍ୟାଙ୍ଗ ମାନଙ୍କ ପାଇଁ ମାଳମାଳ ଯୋଜନା କରିଛନ୍ତି l କିନ୍ତୁ ପ୍ରାଶାସନିକ ଅବହେଳା ପ୍ରକୃତ ହିତାଧିକାରୀ ଚିହ୍ନଟ ରେ ପ୍ରିୟାପ୍ରୀତି ପୋଷଣ ଯୋଗୁଁ ପ୍ରକୃତ ହିତାଧିକାରୀ ଏଥିରୁ ବଞ୍ଚିତ ରହୁଛନ୍ତି l ଏହାର ଜ୍ୱଳନ୍ତ ଉଦାହରଣ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବାବୁପାଲି ପଂଚାୟତ ବାଗଡିଆ ଗାଁ ରେ ଦେଖିବାକୁ ମିଳିଛି। ଜନ୍ମରୁ ଅନ୍ଧ ହୋଇଥିବା ଜପ ଭୁଏ ଓ ବୃଦ୍ଧା ମା ରାଧିକା ଭୁଏଙ୍କ ପାଇଁ ଆବାସ ଯୋଜନା ସାତ ସପନ ହୋଇପଡିଛି l ଭଙ୍ଗା ଦଦରା ଆଜବେଷ୍ଟର ଘରେ ଜୀବନ ଯୁଦ୍ଧରେ ସଂଘର୍ଷ କରୁଛନ୍ତି ଅନ୍ଧ ପୁଅ ସହ ବୃଦ୍ଧା ମା l ଜନ୍ମରୁ ଅନ୍ଧ ହୋଇଥିବା ଜପ ଭୁଏ ବୟସ 56 ହେବ l ସେ ଜନ୍ମରୁ ଦେଖି ପାରନ୍ତିନାହିଁ l କେବେ ଦି ଓଲି ଠିକ ଭାବରେ ଖାଇଛନ୍ତି ତ ଆଉ କେବେ ପେଟରେ ଓଦା କପଡା ଦେଇ ଜୀବନ ସହ ସଂଘର୍ଷ କରୁଛନ୍ତି l ଆଖି ନାହିଁ ବୋଲି ସଂସାର ତାଙ୍କର ଅନ୍ଧାର l ଯେଉଁ ବୟସରେ ଜଣେ ବୃଦ୍ଧା ମା ପାଇଁ ପୁଅ ସାହାରା ହେବା କଥା ସେହି ବୟସରେ ବୃଦ୍ଧା ମା ଭରସାରେ ଜପ ଭୁଏ ଦିନ ଗଡୁଛି l କିଛି ଦିନ ପୂର୍ବରୁ ବାପାଙ୍କ ମୃତ୍ୟୁ ହୋଇଯାଇଛି l ସେଵେଠୁ ଜପଙ୍କ ସବୁ ଦାୟିତ୍ୱ ବୃଦ୍ଧା ମାଙ୍କ ଉପରେ ରହିଛି l ଅର୍ଥ ଅଭାବରୁ ଘର ଖଣ୍ଡିଏବି ତିଆରି କରି ନପାରି ଭଙ୍ଗା ଦଦରା ଝାଟି ମାଟି ଆଜବେଷ୍ଟରେ ଜୀବନ ବିତାଉଛନ୍ତି ମା ପୁଅ l ଦୃଷ୍ଟିହୀନ ବ୍ୟକ୍ତି ଏବଂ ତାଙ୍କର ୮୦ ବର୍ଷର ବୃଦ୍ଧା ମା’ଙ୍କୁ ସହାୟତା ପାଇଁ ସୁପ୍ରିମ କୋର୍ଟ ଆଗେଇ ଆସିଛନ୍ତି। ସେମାନଙ୍କୁ ସମସ୍ତ ସାମାଜିକ ସୁରକ୍ଷା ସୁବିଧା ଏବଂ ମୌଳିକ ଆବଶ୍ୟକ‌ତା ଯୋଗାଇ ଦିଆଯାଉଛି କି ନାହିଁ, ତାହା ନିଶ୍ଚିତ କରିବାକୁ ସୁପ୍ରିମ କୋର୍ଟ ମଙ୍ଗଳବାର ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଭି. ମୋହନାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଗଣମାଧ୍ୟମର ରିପୋର୍ଟ ଆଧାରରେ ନିଜଆଡ଼ୁ ପଞ୍ଜୀକୃତ ଏକ ମାମଲାର ଶୁଣାଣି କରି ଜପ ଭୁଏ ଏବଂ ତାଙ୍କ ବୃଦ୍ଧା ମା’ ରାଧିକା ଭୁଏଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା ପାଇଁ କେତେକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି କଲ୍ୟାଣମୂଳକ ପଦକ୍ଷେପଗୁଡ଼ିକ ସମ୍ପର୍କରେ ଏକ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେବା ସହ ଓଡ଼ିଶା ସରକାରଙ୍କଠାରୁ ଜବାବ ମାଗିଛନ୍ତି। ଅପରପକ୍ଷରେ ମଙ୍ଗଳବାର ଜିଲ୍ଲା ଆଇନ ସେବା ପ୍ରାଧୁକରଣ(ଡିଏଲ୍‌ଏସ୍ଏ) ସଚିବ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ, ବିନିକା ବିଡିଓ ଏବଂ ଏକ ଡାକ୍ତରୀ ଟିମ୍ ରାଧିକାଙ୍କ ଘରକୁ ଯାଇଥିଲେ। ମା’ ଓ ପୁଅ ସାଙ୍ଗରେ ରହୁଛନ୍ତି। ଉଭୟ ୩,୫୦୦ ଟଙ୍କା ଲେଖାଏ ଭତ୍ତା ପାଉଛନ୍ତି। ଉଭୟେ ଭିନ୍ନକ୍ଷମ l ପୁଅର ଆଧାର କାର୍ଡ ନାହିଁ ।ଆବାସ ଘର ଗୋଟେ ପାଇଁ ଦାବି କରୁଛନ୍ତି | ଆଧାର କାର୍ଡ କାଗଜପତ୍ର ପ୍ରସ୍ତୁତ ହେଲା ପରେ ଆବାସ ଯୋଜନାରେ ଘର ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ତୃଣମୂଳସ୍ତରର ସ୍ଥିତି ଆକଳନ କରିବା ପାଇଁ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ର ସଦସ୍ୟ ସଚିବଙ୍କୁ ବ୍ୟକ୍ତିଗତ ଭାବେ ପୀଡ଼ିତ ପରିବାରକୁ ଭେଟିବା ସହ ସେମାନଙ୍କ ସହ କଥା ହେବାକୁ ଖଣ୍ଡପୀଠ ଆଦେଶ ଦେଇଛନ୍ତି। ସର୍ବୋଚ୍ଚ ଅଦାଲତ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ତୃତୀୟ ସପ୍ତାହରେ ଧାର୍ଯ୍ୟ କରିବା ସହ ରାଜ୍ୟ ସରକାରଙ୍କୁ ଏହି ନିର୍ଦ୍ଦେଶାବଳୀର ଅନୁପାଳନ ନିଶ୍ଚିତ କରିବାକୁ କହିଛନ୍ତି।
ଜୀବନ ଯୁଦ୍ଧରେ ସଂଘର୍ଷ କରୁଥିବା ମା ଓ ପୁଅ ପାଇଁ ସରକାର ସହାୟତାର ହାତ ବଢ଼ାଇ ବୃଦ୍ଧା ମା ସହ ଅନ୍ଧ ପୁଅ ପାଇଁ ଗୋଟିଏ ଆବାସ ଗୃହ ଓ ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦେଲେ ପରିବାର ଟି ଉପକୃତ ହେବେ ବୋଲି ଗ୍ରାମବାସୀ ଦାବି କରିଛନ୍ତି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *