ବ୍ଲକ ସ୍ତରୀୟ ପିତୃ ମାତୃହୀନ ଶିଶୁଙ୍କ ଉପସ୍ଥାପନା ଶିବିର ଓ ବ୍ଲକ ସ୍ତରୀୟ ଶିଶୁ ମଙ୍ଗଳ କମିଟି ର କୋର୍ଟ କ୍ୟାମ୍ପ ଅନୁଷ୍ଠିତ
ସୁବର୍ଣ୍ଣପୁର –ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ମିଶନ ଶକ୍ତି ଗୃହଠାରେ ପିତୃ ମାତୃହୀନ ଶିଶୁଙ୍କ ଏକ କୋର୍ଟ କ୍ୟାମ୍ପ ଉପସ୍ଥାପନା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କ୍ୟାମ୍ପ ରେ ଶିଶୁ ମଙ୍ଗଳ କମିଟି, ସୁବର୍ଣ୍ଣପୁର ଙ୍କ ଦ୍ୱାରା ସୋନପୁର ବ୍ଲକ ର 525 ଜଣ ଶିଶୁଙ୍କୁ ବ୍ୟକ୍ତିଗତ ଭାବେ ଉପସ୍ଥାପନା କରି ସମସ୍ତ ଶିଶୁ ଏବଂ ଅଭିଭାବକ ଙ୍କ ସମସ୍ତ ପ୍ରମାଣ ପତ୍ର ଯାଞ୍ଚ କରାଯାଇ ସଂଗ୍ରହ କରା ଯାଇଥିଲା l ଏହି କୋର୍ଟ କ୍ୟାମ୍ପ କୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ, ସୁବର୍ଣ୍ଣପୁର ଦ୍ୱାରା ଆୟୋଜିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାସ ପରିଚାଳନା କରିଥିବା ବେଳେ ଶିଶୁ ମଙ୍ଗଳ କମିଟି ର ଅଧ୍ୟକ୍ଷା ଲିନା ବାବୁ, ସଭ୍ୟା ରଂଜିତା ସାହୁ, ସଭ୍ୟ କେଶବ ଚନ୍ଦ୍ର ମେହେର, ବ୍ରଜେନ୍ଦ୍ର କୁମାର ବିଶି ଙ୍କ ଦ୍ୱାରା ସମସ୍ତ ଶିଶୁ ଙ୍କୁ ବ୍ୟକ୍ତିଗତ ଭାବେ ଉପସ୍ଥାପନା କରିଥିଲେ l ପରବର୍ତ୍ତୀ ସମୟରେ ଏହି ସମସ୍ତ ଶିଶୁ ଙ୍କୁ ତଦନ୍ତ କରାଯାଇ ସରକାରଙ୍କ ଥିବା ବିଭିନ୍ନ ଯୋଜନାରେ ସାମିଲ କରାଯାଇ ଥଇଥାନ କରାଯିବ l ଏହି କ୍ୟାମ୍ପ କୁ ଶିଶୁ ସୁରକ୍ଷା ବିଭାଗ ର ସୁରକ୍ଷା ଅଧିକାରୀ ଅଣ ଅନୁଷ୍ଠାନିକ ଗୌତମ ମହାପାତ୍ର, ରୁଦ୍ର ପ୍ରସନ୍ନ ମିଶ୍ର, ଥବିର କାଲସେ, ମୃତୁଞ୍ଜୟ ସାହୁ, ସରିତା ସୁନା, ଜିତେନ୍ଦ୍ର ମଣ୍ଡଳ, ଅନିଲ ମହଲା ଓ ଚାଇଲଡ ହେଲ୍ପ ଲାଇନ ର ଧର୍ମେନ୍ଦ୍ର ଦାସ ଓ ଶିଶୁ ମଙ୍ଗଳ ସମିତିର ଏଡିଇଓ ଆକାଶ ରଣା ସହଯୋଗ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
