ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଓଡିଶା ଜନତା କଂଗ୍ରେସ ର ପ୍ରସ୍ତୁତି ବୈଠକ।
ଭବାନୀପାଟଣା :ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଓଡିଶା ଜନତା କଂଗ୍ରେସ ର ସଜବାଜ।କଳାହାଣ୍ଡି ଜିଲ୍ଳା ପୌର ପାଳିକାର ୨୦ ଗୋଟି ୱାର୍ଡ ରେ ଓଡିଶା ଜନତା କଂଗ୍ରେସ କିପରି ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କର ବିଶ୍ୱାସ ଭାଜନ ହୋଇପାରିବ ସେନେଇ ଦଳର ନେତା ମଧୁ ମହାନ୍ତି ଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବା ଲକ୍ଷ୍ୟରେ ଓଡ଼ିଶା ଜନତା କଂଗ୍ରେସ ର କଳାହାଣ୍ଡି ଜିଲ୍ଲା ସଭାପତି ଜୟନ୍ତ କୁମାର ନାଏକ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ପ୍ରସ୍ତୁତି ବୈଠକରେ ରାଜ୍ୟ ସାଧାରଣ ସଂପାଦକ ପ୍ରଣବ ଭୋକ୍ତା, ଜିଲ୍ଲା ସଂପାଦକ ବିଦ୍ୟାଧର ମୁଣ୍ଡ , ଜିଲ୍ଲା ମହିଳା ସେଲ୍ ର ସଭାପତି ବର୍ଷା ସରାଫ ଯୋଗ ଦେଇଥିଲେ।ଆସନ୍ତା ସେପ୍ଟେମ୍ବର ୨୭ ତାରିଖରେ ଭବାନୀପାଟଣା ପୌର ପାଳିକାର ଭୋଟର ଓ ବ୍ଲକ ର ମହିଳା ମାନଙ୍କୁ ନେଇ ନୂଆଁଖାଇ ଭେଟଘାଟ ଆୟୋଜନ ହେଵ ବୋଲି ନିଷ୍ପତ୍ତି ନିଆଯାଇଥିଲା।ନିର୍ବାଚନକୁ ଆଉ କିଛି ଦିନ ସମୟ ଥିବାରୁ ସାରା କଳାହାଣ୍ଡି ଜିଲାରେ ଓଡିଶା ଜନତା କଂଗ୍ରେସ ପକ୍ଷରୁ ଏବେ ଠାରୁ ରଣନୀତି ପ୍ରସ୍ତୁତ କରିବା ପାଇଁ ଜିଲ୍ଲା ସଭାପତି ଜୟନ୍ତ ନାଏକ ଆହ୍ୱାନ ଦେଇଥିଲେ।
ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲାର ବହୁ କର୍ମୀ ଯୋଗ ଦେଇଥିଲେ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
