ଆଜି ଗୁରୁ ଦିବସ

ଏହାକୁ ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ରେ ପାଳନ କରାଯାଉଛି। ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ରେ ଗୁରୁ ଙ୍କୁ ପୂଜାର୍ଚ୍ଚନା କରାଯିବାର ବ୍ୟବସ୍ଥା କରାଯାଏ। କାରଣ ଗୁରୁ ହିଁ ଜଣେ ଛାତ୍ର ଓ ସମାଜ ର ଭବିଷ୍ୟତ ନିର୍ମାଣ କରିଥାଏ। ଏହି ଅବସରରେ ବାଲୁକା ଚିତ୍ର କଳା ରେ ପ୍ରତ୍ୟେକ ଛାତ୍ର ଛାତ୍ରୀ ଙ୍କୁ ଗୁରୁ ଦିବସ ର ଶୁଭେଛା ଦେଇଛନ୍ତି ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ଭାରତ ର ଦ୍ଵିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଙ୍କ ପ୍ରତିକୃତି ବାଲୁକା ରେ ନିର୍ମାଣ କରିଛନ୍ତି। ଗୁରୁ ଦିବସ ଅବସର ରେ ପ୍ରତ୍ୟେକ ଛାତ୍ର ଛାତ୍ରୀ ଙ୍କୁ ସୁଦର୍ଶନ ବାର୍ତ୍ତା ଦେଇଛନ୍ତି ସମସ୍ତେ ଗୁରୁ ଙ୍କୁ ସମ୍ମାନ ଓ ପୂଜା କରିବା ଉଚିତ୍। ଗୁରୁ ହିଁ ଏକ ସୁସ୍ଥ ଓ ବିକଶିତ ସମାଜ ଗଠନ ରେ ପ୍ରମୁଖ ଭୂମିକା ରଖିଥାନ୍ତି।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ