ଇଣ୍ଡିଆନ୍ଅଏଲ୍ ପାରଦୀପ ରିଫାଇନରୀରେ ଅନ୍ ସାଇଟ୍ ଜରୁରୀକାଳୀନ ମକ୍ ଡ୍ରିଲ୍ ଆୟୋଜିତ
ପାରାଦୀପ, : ଇଣ୍ଡିଆନ୍ ଅଏଲ୍ ପାରାଦୀପ ରିଫାଇନରୀ ପକ୍ଷରୁ ଆଜି ଲେବୁଲ-୨ ମକ୍ ଡ୍ରିଲ୍ (ଅନ୍ ସାଇଟ୍ ଜରୁରୀକାଳୀନ ମକ୍ ଡ୍ରିଲ୍) ଆୟୋଜନ କରାଯାଇଥିଲା।ରିଫାଇନାରୀ ର ଜରୁରୀକାଳୀନ ମୁକାବିଲା କ୍ଷମତା କୁ ପରୀକ୍ଷା କରିବା ଏବଂ ସମ୍ପ୍ରଦାୟର ସୁରକ୍ଷା ସୁନିଶ୍ଚିତ କରିବା ହେଉଛି ଏହି ଅଭ୍ୟାସ ର ମୂଳ ଉଦ୍ଦେଶ୍ୟ।ଏଥିରେ ରିଫାଇନରୀ ତାହାର ଜରୁରୀକାଳୀନ ପ୍ରତିକ୍ରିୟା ଏବଂ ପ୍ରସ୍ତୁତିର ପ୍ରଭାବ ଉପରେ ଯାଞ୍ଚ କରିଥିଲା ।


ପାରାଦୀପ ରିଫାଇନରୀର ଅନୁମୋଦିତ ଇମରର୍ଜେନ୍ସି ରେସପନସ୍ ଆଣ୍ଡ୍ ଡିଜାଷ୍ଟର୍ ମ୍ୟାନେଜମେଣ୍ଟ ପ୍ଲାନ୍ ଅନୁଯାୟୀ ଏହି ଡ୍ରିଲ୍ କାର୍ଯ୍ୟକାରୀ କରାଯାଇଥିଲା । ମ୍ୟୁଚୁଆଲ୍ ଏଡ୍ ସଂସ୍ଥାର ପ୍ରତିନିଧୂମାନେ ମଧ୍ୟ ଏହି ଅଭ୍ୟାସରେ ଅଂଶଗ୍ରହଣ କରିଥିଲେ । ଏଥିରେ ଜରୁରୀକାଳୀନ ପ୍ରତିକ୍ରିୟା ଏବଂ ବିପର୍ଯ୍ୟୟ ପରିଚାଳନା ଯୋଜନାର ପ୍ରୋଟୋକଲ୍ ଅନୁଯାୟୀ ନିଆଯାଇଥିବା ପ୍ରତିକ୍ରିୟା ଏବଂ ନିୟନ୍ତ୍ରଣ ପଦକ୍ଷେପ ଗୁଡିକ ସଠିକ୍ ଭାବରେ ସମନ୍ତ୍ରିତ ହୋଇଥିଲା ଏବଂ ଏହାକୁ ସମସ୍ତ କର୍ତ୍ତୃପକ୍ଷ ପ୍ରଶଂସା କରିଥିଲେ । ଏହି ଡ୍ରିଲ୍ ପରେ ପାରାଦୀପ ରିଫାଇନରୀର କାର୍ଯ୍ୟକାରୀ ନିର୍ଦ୍ଦେଶକ ତଥା ରିଫାଇନରୀ ପ୍ରମୁଖ କୌଶିକ ବସୁଙ୍କ ଅଧ୍ଯକ୍ଷତାରେ ଏକ ଆଲୋଚନା ସଭାର ଆୟୋଜନ କରାଯାଇଥିଲା ।ସେଥିରେ ରିଫାଇନାରୀ ର ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
